!!! ଗୁଣପୁର ରୁ ବାସନ୍ତୀ କୁମାରୀ ପାଟ୍ଟଯୋଷୀ ଙ୍କ ରିପୋର୍ଟ !!!
ଏଥର ସମ୍ଭାଳ (ଗୁଣପୁର) – ଗତ ତା ୧୩/୧୦/୨୦୨୦ ରିଖ ଦିନ ର ଲଗାଣ ବର୍ଷା ଯୋଗୁଁ ଗୁଣପୁର ସହରର ଆନେକ ସ୍ଥାନରେ କୃତ୍ରିମ ବନ୍ୟା ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା । ଫଳରେ ଗୁଣପୁର ସହରର ବହୁ ଅଞ୍ଚଳ ଜଳମଗ୍ନ ହୋଇଥିଲା । ଲୋକ ଙ୍କ ଘରେ ପାଣି ପଶି ଧନ ସମ୍ପତ୍ତି ନଷ୍ଟ ହୋଇଥିଲା । ସ୍ଥାନୀୟ ପ୍ରଶାସନ ପକ୍ଷ ରୁ ଉପ ଜିଲ୍ଲାପାଳ ଓ ତହସିଲଦାର ବିଭିନ୍ନ ସ୍ଥାନ ପରିଦର୍ଶନ କରି ବନ୍ୟା ପୀଡିତ ଙ୍କୁ ଆଶ୍ରୟ ସ୍ଥଳି କୁ ସ୍ଥାନାନ୍ତର କରିଥିଲେ ।
କିନ୍ତୁ ଦୁଃଖ ର ବିଷୟ ସ୍ଥାନାନ୍ତର କରାଯିବା ଦିନ ଠାରୁ ଆଜି ପର୍ଯ୍ୟନ୍ତ ସେମାନଙ୍କ ଖାଈବା ପିଇବା ନିମନ୍ତେ କୌଣସି ସୁବିଧା ସୁଯୋଗ କରାଗଲା ନାହିଁ ଏବଂ ସେମାନଙ୍କ କଥା ବୁଝାଶୁଣା କରିବା ପାଇଁ କୌଣସି ଅଧିକାରୀ ଙ୍କୁ ନିୟୋଜିତ କରାଗଲା ନାହିଁ । ବାତ୍ୟା ଆଶ୍ରୟ ସ୍ଥଳି ରେ ରହିଥିବା ଆଶ୍ରୟୀ ଙ୍କ ମଧ୍ୟରୁ ଜଣେ ଗର୍ଭବତୀ ଥିବା ବେଳେ ଆଜକୁ ୪ ଦିନ ହେବ କିଛି ନ ଖାଇ ଭୋକ ଉପାସ ରେ ରହିଥିବା ଅଭିଯୋଗ କରିଛନ୍ତି । ତେବେ ବର୍ତ୍ତମାନ ପ୍ରଶ୍ନ ଉଠୁଛି ବାତ୍ୟା ଆଶ୍ରୟ ସ୍ଥଳି ନାମ କୁ ମାତ୍ର ପ୍ରହସନ ନା ସ୍ଥାନୀୟ ଅଧିକାରୀ ଙ୍କ ବେପରୁଆ ମନ ଭାବ ର ପ୍ରତିଛବି । ଉକ୍ତ ଗର୍ଭବତୀ ମହିଳା ସମେତ ଆଶ୍ରିତ ବ୍ୟକ୍ତିଙ୍କୁ ସମସ୍ତ ପ୍ରକାର ସରକାରୀ ସୁବିଧା ସୁଯୋଗ ପ୍ରଦାନ କରିବା ନିମନ୍ତେ ସାଧାରଣ ରେ ଦାବୀ ହେଉଛି ।