ସନ୍ଦେହ ଘେର ରେ ଓକିଲଗୁଡା ପଥର ଖାଦାନ ବିସ୍ପୋରଣ ଘଟଣା ; ଅଞ୍ଚଳ ରେ ମୁଖ୍ୟ ଚର୍ଚ୍ଚା ର ବିଷୟ !

!!! ଗୁଣପୁର ଉପଖଣ୍ଡ ପ୍ରତିନିଧି ବାସନ୍ତୀ କୁମାରୀ ପାଟ୍ଟଯୋଷୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ଗୁଣପୁର) – ଗତ କାଲି ଅପରାହ୍ନରେ ରାୟଗଡା ଜିଲ୍ଲା ଗୁଣପୁର ବ୍ଲକ ଅଧିନସ୍ଥ ଓକିଲଗୁଡା ନିକଟର ପଥର ଖାଦାନ ରେ ବିସ୍ଫୋରଣ ଘଟି ଘଟଣା ସ୍ଥଳରେ ତିନିଜଣଙ୍କ ମୃତ୍ୟୁ ଘଟିଛି । ବିସ୍ଫୋରଣ ର ପ୍ରଭାବରେ ଜଣେ ବ୍ୟକ୍ତିଙ୍କ ଶରୀରରୁ ମୁଣ୍ଡ ସମ୍ପୂର୍ଣ୍ଣ ଭାବେ ଅଲଗା ହୋଇଯାଇଥିବା ଦେଖିବାକୁ ମିଳିଛି । ଘଟଣାଟି ଜିଲ୍ଲାରେ ମୁଖ୍ୟ ଚର୍ଚ୍ଚାର ବିଷୟ ପାଲିଟିଛି l ଘଟଣାକୁ ଚପାଇ ଦେବାକୁ ପଥର ଖାଦାନ ମାଲିକ ଏହାକୁ ଟ୍ରାକ୍ଟର ଦୁର୍ଘଟଣାର ରୂପ ଦେବା ଲାଗି ଗୋଟିଏ ମେଟାଲ ବୋଝେଇ ଟ୍ରାକ୍ଟର କୁ ନିକଟସ୍ଥ ଖାଲକୁ ଠେଲି ଦେଇ ବିସ୍ଫୋରଣ ସ୍ଥାନରୁ ମୃତ ଶରୀର ଗୁଡିକୁ ଅନ୍ୟ ସ୍ଥାନରେ ଲୁଚାଇ ରଖିଥିଲେ ବୋଲି କୁହାଯାଉଛି । ବିନା ଅନୁମତିରେ ଦୀର୍ଘ ବର୍ଷ ହେଲା ସହର ନିକଟରେ ପଥର ବ୍ଲାଷ୍ଟିଂ କରା ଯାଉଥିଲେ ମଧ୍ୟ ଏଥିପ୍ରତି ସ୍ଥାନୀୟ ପ୍ରଶାସନର ନୀରବ ଦ୍ରଷ୍ଟା ଆଜିର ଏହି ଘଟଣାକୁ ଆମନ୍ତ୍ରଣ କରିଛି ବୋଲି ଅଭିଯୋଗ ହୋଇଛି ।ଉକ୍ତ ଖାଦାନ ନିଲାମ ହେବା ପରେ ରାଜସ୍ୱ ବିଭାଗ ପକ୍ଷରୁ ଖାଦାନରୁ ପଥର ଉଠାଇବା ନିମନ୍ତେ କୌଣସି ଅନୁମତି ଦିଆଯାଇ ନଥିବା କୁହାଯାଇଛି l କିଭଳି ନିଜର ପୈତୃକ ସମ୍ପତି ଭଳି ଏହି ଖାଦାନକୁ ବ୍ୟବହାର କରାଯାଉଥିଲା ତାହା ତଦନ୍ତ ସାକ୍ଷେପ ଅଟେ l ଅନ୍ୟ ପକ୍ଷରେ ମୃତକ ପରିବାର ଅତ୍ୟନ୍ତ ଗରିବ ଆଦିବାସୀ ସମ୍ପ୍ରଦାୟର ଲୋକମାନେ ହୋଇଥିବାରୁ ସେମାନଙ୍କ ପରିବାର କେମିତି ବଞ୍ଚିବେ ସେନେଇ ଅଞ୍ଚଳବାସୀ ଚିନ୍ତିତ ଅଟନ୍ତି l

ଦୁର୍ଘଟଣାର ଖବର ପାଇ ଘଟଣା ସ୍ଥଳରେ ଉପଜିଲ୍ଲାପାଳ, ତହସିଲଦାର, ବିଡ଼ିଓ,ଏବଂ ପୌର ପରିଷଦ ନିର୍ବାହୀ ଅଧିକାରୀ ଓ ପୋଲିସ ବିଭାଗ କର୍ମଚାରୀ ପହଞ୍ଚି ଘଟଣାର ଅନୁଧ୍ୟାନ କରିଥିଲେ ।ମୃତକ ପରିବାରକୁ ପଥର ସି ଖାଦାନ ମାଲିକ 15ଲକ୍ଷ ଟଙ୍କା ସହାୟତା ପ୍ରଦାନ କରିବାକୁ CPI(ML) ର ତ୍ରିପତି ଗମାଙ୍ଗୋ, ମଜେସ ଶବର, ଦାମୋଦର ଶବର ଙ୍କ ସହ ଉକ୍ତ ଅଞ୍ଚଳବାସୀ ଦାବୀ କରିଛନ୍ତି l ଉପଜିଲ୍ଲାପାଳ ଦୋଷୀ ଙ୍କ ବିରୋଧରେ ଦୃଢ଼ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ସହ ମୃତକ ପରିବାରକୁ ସହାୟତା ପ୍ରଦାନ କରାଯିବ ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି l

Leave a Reply

Your email address will not be published. Required fields are marked *