ଏଥର ସମ୍ଭାଳ ବ୍ୟୁରୋ – ଉପକୂଳବର୍ତ୍ତୀ ପୁରୀ ଜିଲ୍ଲା ର ପିପିଲି ବିଧାନସଭା କ୍ଷେତ୍ରର ଜଣେ ଦକ୍ଷ  ସଂଗଠକ , କୃଷି ମନ୍ତ୍ରୀ ,ସରକାରୀ ମୁଖ୍ୟ ସଚେତକ ତଥା ପିପିଲି ବିଧାୟକଙ୍କ ୬୫ ବୟସରେ ପରଲୋକ।ସେ ପିପିଲି ବିଧାନସଭା କ୍ଷେତ୍ର ରୁ କ୍ରମାଗତ ଭାବରେ ୧୯୮୫, ୧୯୯୦, ୨୦୦୦, ୨୦୦୪, ୨୦୦୯, ୨୦୧୪ ଓ ୨୦୧୯ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।ସେ ପୂର୍ବରୁ କୋଭିଡ-୧୯ ଟେଷ୍ଟ ରିପୋର୍ଟ ପଜେଟିଭ ଆସିବା ପରେ ସେ ଭୁବନେଶ୍ବର ସମ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଥିଲେ । ସେପ୍ଟେମ୍ବର ୧୪ ତାରିଖରେ ମହାରଥୀଙ୍କ କରୋନା ଟେଷ୍ଟ ରିପୋର୍ଟ ଆସିଥିଲା ।।ପ୍ରଦୀପ ମହାରଥୀ ୧୯୫୫ ମସିହାର ଜୁଲାଇ ମାସ ୪ ତାରିଖରେ ଜନ୍ମଗ୍ରହଣ କରିଥିଲେ । ଆମ ଏଥର ସମ୍ଭାଳ ପରିବାର ପକ୍ଷରୁ ତାଙ୍କ ଅମର ଆତ୍ମା ର ସଦଗତି କାମନା କରିବା ସହିତ ତାଙ୍କର ଶୋକାକୁଳ ପରିବାର ବର୍ଗ ଙ୍କୁ ଏହି ଦୁଃଖଦ ସମୟରେ ମହାପ୍ରଭୁ ସହାୟକ ହୁଅନ୍ତୁ,ଏତିକି ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା । ସ୍ୱର୍ଗଦ୍ୱାରରେ ହେବ ଶେଷକୃତ୍ୟ । ପୂର୍ବାହ୍ନ ୯ ଟାରେ ଦଳୀୟ କାର୍ଯ୍ୟାଳୟ ଅଣାଯିବ ମରଶରୀର , ଏହାପରେ ପିପିଲି ସ୍ଥିତ ଫାର୍ମ ହାଉସ ଏବଂ ଅପରାହ୍ନରେ ସ୍ୱର୍ଗଦ୍ୱାରରେ ହେବ ଶେଷକୃତ୍ୟ ସମ୍ପନ୍ନ ।

LEAVE A REPLY

Please enter your comment!
Please enter your name here