!!! ଫୁଲବାଣୀ ରୁ ପ୍ରତିନିଧି ଜଳନ୍ଧର ବେହେରା ଙ୍କ ରିପୋର୍ଟ !!!
ଏଥର ସମ୍ଭାଳ (ଫୁଲବାଣୀ) – କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକ ଅଧିନରେ ଥିବା ଖୁଟଲାଦର ଗ୍ରାମର ଏବେବି ଅବସ୍ଥା ଶୋଚନୀୟ ସାଧାରଣ ରେ ଆଜି ଯାଇଁ ପହଂଚି ପାରିନାହୁଁ ରାସ୍ତା ଖଣ୍ଡେ. ଗ୍ରାମବାସୀ ନାହିଁ ନ ଥିବା ଅସୁବିଧା ର ସମ୍ମୁଖୀନ ହେଉଛନ୍ତି. ନା ଗାଁ କୁ ଯାଇଛି ରାସ୍ତା ଦୁଇଟି ଛୋଟ ନାଳ ପାରି ହୋଇଯାଉଛନ୍ତି ଗାଁ ଲୋକେ. ଖଲି ବେରନା ଗ୍ରାମର ପକା ସଡ଼କ ଠାରୁ ଦେଢ଼ କିଲୋମିଟର ଦୂରରେ ରହିଛି ଖୁଟଲାଦର ଗ୍ରାମ ଏଠାରେ ୧୫ ରୁ ୨୦ ପରିବାର ବାସକରନ୍ତି. ଗର୍ଭବତୀ ଙ୍କ ଅବସ୍ଥା ଅତି ଶୋଚନୀୟ.
ସାଧାରଣ ରେ ଦୁଇ ଚକିଆ ଜାନ ମଧ୍ୟ ଯିବା ଅସମ୍ଭବ. କିନ୍ତୁ ଆଜି ଯାଇଁ ପ୍ରଶାସନ ଙ୍କ ଦୃଷ୍ଟି ପଡି ନାହିଁ ଏହି ଗ୍ରାମ ଉପରେ. ଆଜି ରାସ୍ତା ପାଇଁ ସ୍ବପ୍ନ ପାଲଟିଛି ଖୁଟଲାଦର ଗ୍ରାମ ବାସିଙ୍କ ମନରେ ପଥର ଖାଲ ଖୁଣ୍ଟ ଆଉ ପଥୁରିଆ ମାଟି ଗୁଡ଼ି ରେ ପଡି ରହିଛି ଏହି ଗ୍ରାମ ର ରାସ୍ତା