!!! ବାଲିଗୁଡା ରୁ ସାମଲ ଦିଗାଲ୍ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ବାଲିଗୁଡା) – କନ୍ଧମାଳ ଜିଲ୍ଲା ଅନ୍ତର୍ଗତ ବାଲିଗୁଡା ଉପଖଣ୍ଡ ଚିକିତ୍ସାଲୟ ରେ ଡାକ୍ତର ଙ୍କ ଚିକିତ୍ସା ଅବହେଳା କୁ ନେଇ ଯୁବକ ଙ୍କ ମୃତ୍ୟୁ ଅଭିଯୋଗ l ସମ୍ପୃକ୍ତ ଡାକ୍ତର ଙ୍କ ବହିଷ୍କାର ଦାବି ସହ ଉଚ୍ଚ ସ୍ତରୀୟ ତଦନ୍ତ ଦାବି ରେ ରାଜରାସ୍ତା ଅବରୋଧ l ବ୍ରହ୍ମପୁର – ବାଲିଗୁଡା – ରାୟପୁର NH 59 ରାସ୍ତାରେ ସ୍ଥାନୀୟ ବାସିନ୍ଦା ଙ୍କ ପ୍ରତିବାଦ l ସୂଚନା ଅନୁଯାୟୀ ଗତକାଲି ବାଲିଗୁଡା ନୁଆସାହି ର ବିଜୟ କୁମାର ସାହୁ ବୟସ ପ୍ରାୟ 38 , ନାମକ ବ୍ୟକ୍ତି ଙ୍କ ସ୍ୱାସ୍ଥ୍ୟ ଖରାପ ନେଇ ବାଲିଗୁଡା ମେଡିକାଲ କୁ ଆସିଥିଲେ l

କୋଭିଡ 19 ପାଇଁ ଡାକ୍ତର ସୁନୀଲ କୁମାର ବେହେରା ଯୁବକ ଙ୍କୁ ବିନା ସ୍ପର୍ଶ ରେ ଚିକିତ୍ସା କରିଥିଲେ l ଥଣ୍ଡା ଖାସ ହେଉଥିବା କହିବା ସତ୍ୱେ କେବଳ ଡାକ୍ତର ଥଣ୍ଡା ମେଡ଼ିସିନ ଦେଇ ଫେରେଇ ଦେଇଥିଲେ l ଉକ୍ତ ଯୁବକ ଙ୍କୁ କୋଭିଡ ଟେଷ୍ଟ ପାଇଁ ମଧ୍ୟ ପଠାଇନଥିଲେ l ଆଜି ସକାଳୁ ଯୁବକଙ୍କ ଅବସ୍ଥା ଗୁରୁତର ହେବାରୁ ବାଳିଗୁଡ଼ା ଉପଖଣ୍ଡ ଚିକିତ୍ସାଲୟ ଅଣାଯାଇଥିଲା l ସେଠାରେ ଡାକ୍ତର ଏସ. ଡି. ନାୟକ ମୃତ୍ୟୁ ଘୋଷଣା କରିବା ପରେ ପରିବାର ଓ ସ୍ଥାନୀୟ ବାସିନ୍ଦା ଙ୍କ ଉତେଜନା ଦେଖା ଯାଇଥିଲା ଓ ଡାକ୍ତର ସୁନୀଲ କୁମାର ବେହେରାକୁଂ ବହିଷ୍କାର ଓ ମୃତକ ଙ୍କ ପରିବାରକୁ ଉପଯୁକ୍ତ ଖେତି ପୂରଣ ଦାବି ସହ ଡାକ୍ତର ସୁନୀଲ କୁମାର ବେହେରା ଙ୍କ ବିରୋଧ ରେ ଦୃଢ଼ କାର୍ଯ୍ୟନୁଷ୍ଠାନ ଦାବି ରେ ଉତ୍ୟକ୍ତ ଲୋକେ ରାଜରାସ୍ତା କୁ ଅବରୋଧ କରିଛନ୍ତି l ଘଟଣା ସ୍ଥଳରେ ବାଲିଗୁଡା ଉପଜିଲ୍ଲାପାଳ ଙ୍କ ଉପସ୍ଥିତି ରେ ଆଲୋଚନା ବିଫଳ ହୋଇଛି l

LEAVE A REPLY

Please enter your comment!
Please enter your name here