୪ ଦିନ ସଟ ଡାଉନ ଢେଙ୍କାନାଳ।

!!! ଢେଙ୍କାନାଳ ରୁ ଜିଲ୍ଲା ପ୍ରତିନିଧି ଦେବାଶିଷ ପଟ୍ଟନାୟକ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ଢେଙ୍କାନାଳ) – ଢେଙ୍କାନାଳ ପୌରାଞ୍ଚଳରେ ୪ଦିନ ପାଇଁ ଜିଲ୍ଲାପାଳ ଭୂମେଶ ଚନ୍ଦ୍ର ବେହେରାଙ୍କ ନିଷ୍ପତି କ୍ରମେ ପୌରପାଳିକା ଅଧିକାରୀ ଅତନୁ ସାମନ୍ତ ସଟଡାଉନ ଘୋଷଣା କରିଛନ୍ତି।କରୋନା ସଂକ୍ରମଣକୁ ରୋକିବା ପାଇଁ ୨୭ ଏବଂ ୨୮ ତାରିଖ ଦୁଇ ଦିନ ସଟଡାଉନ ଘୋଷଣା ଏବଂ ସପ୍ତାହିକ ସଟଡାଉନ ଶନିବାର ଏବଂ ରବିବାର ପୂର୍ବପରି ବଳବତର ରହିଛି ବୋଲି ସେ କହିଛନ୍ତି । ସମୁଦାୟ ୪ ଦିନ ସଟଡାଉନ ହେଉଥିବାରୁ ଗତକାଲି ଅତ୍ୟାବଶ୍ୟକୀୟ ସାମଗ୍ରୀ କିଣିବା ପାଇଁ ସହରରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା। ପ୍ରଶାସନ ପକ୍ଷରୁ ଡ଼ାକବାଜି ଯନ୍ତ୍ର ଦ୍ୱାରା ଲୋକ ମାନଙ୍କୁ ସଚେତନ କରାଯାଇଥିଲା l ହେଲେ ହଠାତ୍ ସଟ ଡାଉନ ଯୋଗୁଁ ବ୍ୟବସାୟୀମାନେ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀକୁ ଚଢା ଦାମରେ ବିକ୍ରି କରିଥିଲେ। ଏହାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଥିଲା । ଆଜି ସଟ୍ ଡାଉନର ପ୍ରଥମ ଦିନ । ସଂପୂର୍ଣ୍ଣ ପୌରାଞ୍ଚଳ ଶୁନ ସାନ ଦେଖିବାକୁ ମିଳିଥିଲା । କେବଳ ଔଷଧ ଦୋକାନକୁ ଛାଡ଼ିଦେଲେ ସମସ୍ତ ଦୋକାନ ବନ୍ଦ ରହିବା ସହିତ ସାରା ସହର ଜନଶୁନ୍ୟ ଦେଖିବାକୁ ମିଳିଥିଲା ।

Leave a Reply

Your email address will not be published. Required fields are marked *