!!! କନ୍ଧମାଳ ଜିଲ୍ଲା କୋଟଗଡ଼ ରୁ କିରଣ ନାୟକ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (କୋଟଗଡ) -କୋଟଗଡ ପଂଚାୟତ ସମିତି ରେ ରାଜ୍ୟ ସରକାରଙ୍କ ବହୁବିଧ ଯୋଜନା ର ସଫଳ ରୂପାୟନ ପାଇଁ ସରକାରୀ ପାଣ୍ଠି ର ବ୍ୟୟ କରି କରାଯାଉଛି ସଭା ସମିତି |ହେଲେ ଗଣମାଧ୍ୟମ କୁ ବେଖାତିର କରି କରାଯାଉଥିବାରୁ ସ୍ଥାନୀୟ ସାମ୍ବାଦିକ ମାନଙ୍କ ମନରେ କ୍ଷୋଭ ଦେଖାଦେଇଛି |ହେଲେ ସରକାରୀ କାର୍ଯ୍ୟକ୍ରମକୁ ଲୋକଲୋଚନ କୁ ଆଣିବା ରେ ପ୍ରମୁଖ ଭୂମିକା ବହନ କରିଥାଏ ଗଣମାଧ୍ୟମ ଏବଂ ସରକାରୀ ବାବୁ ମାନେ ସଠିକ ଭାବେ ସରକାରୀ ନିୟମ କୁ ପାଳନ କରୁଛନ୍ତି କି ନା ସର୍ବସାଧାରଣ ରେ ମଧ୍ୟ ଜାଣିବାର ଆବଶ୍ୟକ ରହିଛି ଓ ଏହାକୁ ସର୍ବ ସମ୍ମୁଖକୁ ଆଣିବାରେ ଗଣମାଧ୍ୟମ ଏକମାତ୍ର ପନ୍ଥା କିନ୍ତୁ କେଉଁ କାରଣ ରୁ କୋଟଗଡ ବ୍ଲକ ରେ ଗଣମାଧ୍ୟମ ବିନା ଓ ବିନା ପ୍ରଚାର ପ୍ରସାର ରେ ତାଲିମ ଶିବିର, ସଭା ସମିତି ଆୟୋଜିତ ହେଉଛି ତାହା ପ୍ରଶ୍ନବାଚୀ |ସେହିପରି ଗତକାଲି ଠାରୁ MGNREGA ଯୋଜନାରେ ସମସ୍ତ ପଂଚାୟତ ର GRS,ଗ୍ରାମ ମିତ୍ର, ପ୍ରାଣୀ ମିତ୍ର, OLM, ORMAS ର କାର୍ଯ୍ୟକର୍ତା ମାନଙ୍କୁ 4ଦିନିଆଁ ‘ବୃକ୍ଷ ଲତା କିପରି ସାଧାରଣ ଜୀବନ ରେ ଗୁରୁତ୍ୱ ବହନ କରେ ତାକୁ ନେଇ ତାଲିମ କାର୍ଯ୍ୟକ୍ରମ ଚାଲୁରହିଛି କିନ୍ତୁ ଲୁଚି ଛପି ପରିଚାଳନା ପଛରେ ଏପିଓ ସୂର୍ଯ୍ୟ ସେନାପତି ଙ୍କ କି ଉଦେଶ୍ୟ ଏବଂ ଏହି କାର୍ଯ୍ୟକ୍ରମ ରେ ଖୁଦ ବିଡିଓ କୈଳାଶ ଚନ୍ଦ୍ର ମୁର୍ମୁ ଉପସ୍ଥିତ ଥାଇ କିଭଳି ଏ ପ୍ରସଙ୍ଗ ରେ ସମ୍ପୃକ୍ତ ବାବୁଙ୍କୁ ଅବଗତ କରାଇନାହାନ୍ତି |ତେଣୁ ସଭା ସମିତି ତାଲିମ ମାଧ୍ୟମରେ ସରକାରୀ ଅର୍ଥ କୁ ନିଜ ପକେଟ କୁ ନେବାକୁ ଗଣମାଧ୍ୟମ ଆଢୁଆଳ ରେ ଚେଷ୍ଟା କରୁ ନାହାନ୍ତି ତ?

LEAVE A REPLY

Please enter your comment!
Please enter your name here