!!! କେନ୍ଦୁଝର ଜିଲ୍ଲା ଯୋଡ଼ା ରୁ ରବିନ୍ଦ୍ର ଖମଣିଆ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (କେନ୍ଦୁଝର) – ରାଜ୍ୟରେ ଲଘୁଚାପ ଜନିତ ବର୍ଷାଯୋଗୁଁ ବିଭିନ୍ନ ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହେଇଥିବା ଦେଖିବାକୁ ମିଳିଛି । ଏଥିରୁ ବାଦ ପଡିନି ଉପାନ୍ତ ଅଂଚଳ ଯୋଡ଼ା ସହର । ଗତ ୨୫ ତାରିଖରୁ କେନ୍ଦୁଝର ଜିଲ୍ଲାର ବିଭିନ୍ନ ଅଂଚଳରେ ପ୍ରବଳ ବର୍ଷା ଦେଖିବାକୁ ମିଳିଛି । ଫଳରେ ସହର ମଧ୍ୟଦେଇ ଯାଇଥିବା ଯୋଡ଼ାର ଲାଇଫ ଲାଇନ କୁହାଯାଉଥିବା ସୁନା ନଦୀ ମଧ୍ୟ ଫୁଲିବାରେ ଲାଗିଛି । ତଳିଆ ଅଂଚଳ ଜଳମଗ୍ନ ହେଇଥିବା ବେଳେ ସହର ମଧ୍ୟରେ ଜଳ ନିଷ୍କାସନ ପାଇଁ ଡ୍ରେନର ସୁବିଧା ନଥିବା ହେତୁ ଅନେକ ସ୍ଥାନରେ ତିନିଦିନ ହେଲା ରାସ୍ତା ଉପରେ ପାଣି ଲହଡି ଭାଙ୍ଗୁଥିବାର ଦେଖିବାକୁ ମିଳିଛି । କୁନ୍ଦୁରନାଲା , କେମ୍ପ ହାଟିଙ୍ଗ , ସର୍ବସାଧାରଣ ଲାଇବ୍ରେରୀ ସାମ୍ନା , ଭୂତ ବଙ୍ଗଳା , ବାଂଶପାଣି , କୁମାରଯୋଡ଼ା ଇତ୍ୟାଦି ସ୍ଥାନରେ ଲୋକମାନେ ଯିବା ଆସିବା ପାଇଁ ନାହିଁନଥିବା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି । ମୁସଳଧାରାରେ ବର୍ଷଅଯୋଗୁଁ ବାଂଶପାଣି ବସ୍ଥିରେ ଅନେକ ଘରେ ପାଣି ପଶି ଘରର ସମସ୍ତ ଆସବାହାପତ୍ର ନଷ୍ଟ ହେବା ସହିତ ଗମା ନାଏକ , ମାଳତୀ ନାଏକ , କୁମୁଦିନି ନାଏକ , ମମତା ନାଏକଙ୍କର ଘର ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଛି । ସୂଚନା ଯୋଗ୍ୟ ଗତ ଅଗଷ୍ଟ ୨୧ତାରିଖରେ ଯୋଡ଼ା ପୌରପାଳିକା ରାଜ୍ୟର ଏକନମ୍ବର ପୌରପାଳିକାର ମାନ୍ୟତା ପାଇଛି । ଯୋଡ଼ା ପୌରପାଳିକା କହିଲେ ମାତ୍ର ୪ ରୁ ୫ କିଲୋମିଟର ମଧ୍ୟରେ ସୀମିତ । ହେଲେ ଏହାକୁ ସ୍ଵଛ , ନିର୍ମଳ ରଖିବାରେ ବହୁତ ପଛରେ । ଅଳ୍ପ କିଛି ବର୍ଷାରେ ସହରର ଅବସ୍ଥା ଯଦି ଏଭଳି ହେଇପାରେ ତେବେ ଏହା କିଭଳି ଏକନମ୍ବର ସ୍ଥାନ ଗ୍ରହଣ ଯୋଗ୍ୟ ତାହା ସାଧାରଣରେ ଆଲୋଚନାର ଖୋରାକ ଯୋଗାଇଛି । ବାଂଶପାଣି ଅଂଚଳରେ କୃତ୍ରିମ ନଦୀ ଯୋଗୁଁ ଅନେକ ଘର ଭାଙ୍ଗିଯାଇଥିଲେ ମଧ୍ୟ ଏଯାବତ କୌଣସି ପ୍ରଶାସନିକ ଅଧିକାରୀ ତଥା ପୌରପାଳିକା ସେମାନଙ୍କୁ ସାହାଯ୍ୟର ହାତ ବଢ଼ାଇ ନଥିବା ଜଣା ପଡ଼ିଛି । ଦେଖିବାକୁ ରହିଲା ଆଗାମୀ ଦିନରେ ଜଳ ନିଷ୍କାସନ ପାଇଁ ପୌରପାଳିକା କିପ୍ରକାର ପଦକ୍ଷେପ ଗ୍ରହଣ କରୁଛି ।

LEAVE A REPLY

Please enter your comment!
Please enter your name here