ରାଜ୍ୟ ସରକାର ଙ୍କୁ ରାୟଗଡ଼ା ଜିଲ୍ଲା ବିକାଶ ପରିଷଦ ର ଚେତାବନୀ ; କାର୍ଯ୍ୟାନୁଷ୍ଠାନ ନହେଲେ ଅକ୍ଟୋବର ୨ ରୁ ଅନଶନ ଓ ଧର୍ମଘଟ ।
!!! ଗୁଣପୁର ଉପଖଣ୍ଡ ପ୍ରତିନିଧି ବାସନ୍ତୀ କୁମାରୀ ପାଟ୍ଟଯୋଷୀ ଙ୍କ ରିପୋର୍ଟ !!!
ଏଥର ସମ୍ଭାଳ (ଗୁଣପୁର) – ରାୟଗଡ ଜିଲ୍ଲା ବିକାଶ ପରିଷଦ ପକ୍ଷରୁ ଗୁଣପୁର ଉପ ଜିଲ୍ଲାପାଳ , ଗୁଣପୁର ତହସିଲଦାର ଓ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଙ୍କ ଜରିଆରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ପରିଷଦ ର ଜିଲ୍ଲା ଆବାହକ ପ୍ରଦୀପ ଦାଶ, ବୋମାଲି କାନ୍ତା ରାଓ , ଉପଖଣ୍ଡ ଆବାହକ ଶକ୍ତି ଦାଶ,ଗୁଣପୁର ବ୍ଲକ ଆବାହକ ଜାମେଶ ଶବର,ପୋୖରାଞ୍ଚଳ ଆବାହକ ଆଲଲୀୟ ଗମାଙ୍ଗ, ସଦସ୍ୟ ସିପନ ଶବର , ମିଲନୀତା ମଣ୍ଡଳ ଓ ଯମୁନା କଣ୍ଡାଗରୀ ଙ୍କ ଦସ୍ତଖତ ଥାଇ ଏକ ସ୍ମାରକପତ୍ର ଗୁଣପୁର ଉପ ଜିଲ୍ଲାପାଳ ଶ୍ରୀ ସିଦ୍ଧେଶ୍ଵର ବଳିରାମ ବନ୍ଧୋର , ତହସିଲଦାର ଶ୍ରୀ ଲକ୍ଷ୍ମୀ ନାରାୟଣ ସାବତ , ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଶ୍ରୀ ରାଜ କିଶୋର ଦାଶ ଙ୍କୁ ସାକ୍ଷାତ କରି ଦିଆଯାଇଛି ।

ଏଥିରେ ଗୁଣପୁର ଉପଖଣ୍ଡ ଅଧିନସ୍ଥ ଗୁଣପୁର, ରାମନାଗୁଡା, ପଦ୍ମପୁର, ଗୁଡାରୀ ବ୍ଲକ ରେ ବସତି ସ୍ଥାପନ କରୁଥିବା ଆଦିବାସୀ ଓ ଦଳିତ ପରିବାରଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ କରିବା ନିମନ୍ତେ ବାରମ୍ବାର ପରିଷଦ ପକ୍ଷରୁ ଆନ୍ଦୋଳାତ୍ମକ ପନ୍ଥା ଆପଣେଇଥିଲେ ମଧ୍ୟ ଆଦିବାସୀ ଓ ଦଳିତ ପରିବାର ବର୍ଗଙ୍କୁ ବର୍ତ୍ତମାନ ଯାଏଁ ଜମିପଟ୍ଟା ପ୍ରଦାନ କରାଯାଇ ନଥିବାରୁ ଯଥା ଶୀଘ୍ର ପଟ୍ଟା ପ୍ରଦାନ କରିବା , ରାମନାଗୁଡା ବ୍ଲକ ଅଧିନସ୍ଥ ଉକମ୍ବା ଗ୍ରାମ ପଞ୍ଚାୟତ କୁ ମଦମୁକ୍ତ ପଞ୍ଚାୟତ ଭାବେ ଘୋଷଣା କରିବାକୁ ଦାବୀ କରାଯାଇଛି । ଏଥିପୂର୍ବରୁ ଉକମ୍ବା ପଞ୍ଚାୟତ କୁ ମଦମୁକ୍ତ ପଞ୍ଚାୟତ ଭାବେ ଘୋଷଣା କରିବା ଦାବିରେ ରାୟଗଡା ଠାରେ ପ୍ରତୀକ ଅନଶନ କରାଯାଇଥିବାରୁ ତତ୍କାଳୀନ ଉପ ଜିଲ୍ଲାପାଳ ମାନ୍ୟବର ଶ୍ରୀ ଅମ୍ରିତ୍ ଋତୁରାଜ ଙ୍କ ଦ୍ୱାରା ଉକମ୍ବା ପଞ୍ଚାୟତ ରେ ମଦବିକ୍ରି ବନ୍ଦ ହୋଇଥିଲା । ପରବର୍ତ୍ତୀ ସମୟ ରେ ଋତୁରାଜ ଙ୍କ ବଦଳୀର କଛି ମାସ ପରେ ପୁଣିଥରେ ମଦବିକ୍ରି ଆରମ୍ଭ ହୋଇଛି । ଫଳରେ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଦେଖାଦେଇଛି । ଏହିପରି ଜମିଜଙ୍ଗଲ ପଟ୍ଟା ପ୍ରଦାନ ଦାବୀରେ ଗୁଣପୁର ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଓ ଭିକ୍ଷୋଭ ପ୍ରଦର୍ଶନ କରାଯାଇଥିବାରୁ ଏନେଇ ଯଥାଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୂର୍ବତନ ତହସିଲଦାର ସୁଶ୍ରୀ ନମ୍ରତା ମୋଦୀ ଙ୍କ ଦ୍ୱାରା ପ୍ରତିଶୃତି ଦିଆଯାଇ ବର୍ତ୍ତମାନ ପର୍ଯ୍ୟନ୍ତ ପଟ୍ଟା ପ୍ରଦାନ କରାଯାଇନାହିଁ । ଗୁଣପୁର ପୋୖର ପରିଷଦରେ ଦେଖା ଦେଇଥିବା ଦୁର୍ନୀତି ଓ କାର୍ଯ୍ୟରେ ଅବହେଳା ଦର୍ଶାଇ ଏନେଇ ରାୟଗଡ଼ା ଜିଲ୍ଲା ବିକାଶ ପରିଷଦ ର ଉପଖଣ୍ଡ କମିଟି ପକ୍ଷରୁ କାର୍ଯ୍ୟାନୁଷ୍ଠାନ ନିମନ୍ତେ ନିବେଦନ କରାଯାଇଛି । ତଥାପି କର୍ତ୍ତୃପକ୍ଷ ଙ୍କ ଦ୍ୱାରା ଏଯାବତ କୌଣସି ଆଖିଦୃଶିଆ ପଦକ୍ଷେପ ନିଆଯାଇ ନଥିବାରୁ ପରିଷଦ ଦ୍ୱାରା କ୍ଷୋଭ ପ୍ରକଟ କରାଯାଇଛି । ରାୟଗଡ ଜିଲ୍ଲା ବିକାଶ ପରିଷଦ ପକ୍ଷରୁ ଉପସ୍ଥାପନା କରାଯାଇଥିବା ଏହି ଦାବୀ ଗୁଡିକ ଆଗାମୀ ସେପ୍ଟେମ୍ବର ୩୦ ତାରିଖ ମଧ୍ୟରେ ପୁରଣ କରାନଯାଏ ତେବେ ପରିଷଦ ପକ୍ଷରୁ ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀ ଦିନ ନୂତନ ବସ ଷ୍ଟାଣ୍ଡ ସ୍ଥିତ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ଠାରେ ଦାବୀ ପୂରଣ ହେବା ପର୍ଯ୍ୟନ୍ତ ଅନଶନ ଓ ଧର୍ମଘଟ କରିବେ ବୋଲି ପରିଷଦ ର ଆବାହକ ପ୍ରଦୀପ ଦାଶ ଏବଂ ବୋମାଲି କାନ୍ତା ରାଓ ମିଳିତ ଭାବେ ଚେତାବନୀ ଦେଇଛନ୍ତି ।

