ତହସିଲଦାର ଲକ୍ଷ୍ମୀନାରାୟଣ ସାବତ ଙ୍କ ଐତିହାସିକ ପଦକ୍ଷେପ; ଦ୍ଵିଦଶନ୍ଧି ପରେ ବଢ଼ାଇଲେ ଦେବୋତ୍ତର ବିଭାଗ ଅଧିନସ୍ଥ ଘରର ଭଡ଼ା।

!!! ରାୟଗଡ଼ା ଜିଲ୍ଲା ଗୁଣପୁର ରୁ ଉପଖଣ୍ଡ ପ୍ରତିନିଧି ବାସନ୍ତୀ କୁମାରୀ ପାଟ୍ଟଯୋଶୀ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ(ଗୁଣପୁର) – ଦେବୋତ୍ତର ବିଭାଗ ପକ୍ଷରୁ ରାୟଗଡା ଜିଲ୍ଲା ଗୁଣପୁର ପୁରୁଣା ବଜାର ତଥା ପୁରୁଣା ତହସିଲ ଅଫିସ ନିକଟସ୍ଥ ଲକ୍ଷ୍ମୀ ନାରାୟଣ ମନ୍ଦିର ଠାରେ ଦୀର୍ଘ ଦୁଇ ଦଶନ୍ଧି ପୂର୍ବରୁ ଦୋକାନ ଗୃହ ଗୁଡିକ ଲିଜ ସୂତ୍ରରେ ଭଡାକୁ ଦିଆଯାଇଛି । ଦିଆଯାଇଥିବା ୨୬ ଗୋଟି ଦୋକାନ ଗୃହ ମଧ୍ୟରୁ ମାତ୍ର ୧୪ ଗୋଟି ଦୋକାନ ଗୃହରେ ନିଜେ ଲିଜ ଧାରୀ ବ୍ୟବସାୟ କରି ଗୁଜୁରାଣ ମେଣ୍ଟାଉଥିବା ବେଳେ ଅନ୍ୟ ଲିଜ ଧାରୀ ମାନେ ସେମାନଙ୍କ ଦୋକାନ ଗୃହକୁ ଅନ୍ୟ ମାନଙ୍କୁ ସବଲିଜ ରେ ଦେଇ ସେମାନଙ୍କ ଠାରୁ ଚଢା ଦରରେ ଗୃହ ଭଡା ନେଉଥିବା ଖବର ଜାଣିବା ପରେ ସ୍ଥାନୀୟ ତହସିଲଦାର ତଥା ଦେବୋତ୍ତର ବିଭାଗ ଅଧିକାରୀ ଶ୍ରୀ ଲକ୍ଷ୍ମୀ ନାରାୟଣ ସାବତ ଏହି ପ୍ରକ୍ରିୟା ଆଇନ ବିରୋଧ କହି ସମସ୍ତ ଲିଜଧାରୀ ଙ୍କୁ ଡକାଇ ଏକ ବୈଠକ କରିଥିଲେ । ଏଥିରେ ଅଞ୍ଚଳ ର କାର୍ଯ୍ୟରତ ବିଭିନ୍ନ ଗଣମାଧ୍ୟମ ର ପ୍ରତିନିଧି ମାନେ ମଧ୍ୟ ଯୋଗ ଦେଇଥିଲେ। ଦୀର୍ଘଦିନ ପୂର୍ବରୁ ଦିଆଯାଇଥିବା ଲିଜର ମାସିକ ଭଡା ଖୁବ କମ ଅର୍ଥାତ ୫୦୦ ଟଙ୍କାରୁ କମ ଥିବାରୁ ଏହାକୁ ବୃଦ୍ଧି କରିବା ନେଇ ବୈଠକରେ ସ୍ଥିର କରାଯାଇଛି । ଦେବୋତ୍ତର ବିଭାଗ ପକ୍ଷରୁ ପ୍ରତ୍ୟେକ ଦୋକାନ ଗୃହର ମାସିକ ଭଡା ପରିମାଣ ପ୍ରତି ସ୍କୋଏର ଫିଟ କୁ ୩0 ଟଙ୍କା ହିସାବରେ ଆଦାୟ କରିବା ପାଇଁ ଧାର୍ଯ୍ୟ କରିଥିବା ବେଳେ ଦୋକାନଦାର ମାନଙ୍କ ଅନୁରୋଧ କ୍ରମେ ପ୍ରତି ସ୍କୋଏର ଫିଟ କୁ ୧୫ଟଙ୍କା ହିସାବରେ ଧାର୍ଯ୍ୟ କରାଯାଇଛି । ଏତତ୍ ବ୍ୟତୀତ ପ୍ରତି ଲିଜଧାରୀ ଅଗ୍ରୀମ ଛଅ ମାସର ଭଡା ଜମା ଦେବାକୁ କୁହାଯାଇଛି । ଦୋକାନ ଦାର ଏବଂ ଦେବୋତ୍ତର ବିଭାଗ ମଧ୍ୟ ରେ ହୋଇଥିବା ଚୁକ୍ତି ନାମା ପ୍ରତି ତିନି ବର୍ଷରେ ଥରେ ନବୀକରଣ କରାଯିବ ଏବଂ ଏହି ସମୟରେ ଭଡା ର ୫ ପ୍ରତିଶତ ବୃଦ୍ଧି କରାଯିବ ବୋଲି ସ୍ଥିର ହୋଇଛି । ଦେବୋତ୍ତର ବିଭାଗ ଅଧିକାରୀ ଦୋକାନଦାର ମାନଙ୍କୁ ଏହା ମଧ୍ୟ୍ୟ ସୂଚାଇ ଦେଇଛନ୍ତି କି,ଯଦି ଲିଜଧାରୀ ମାନେ ସେମାନେ ନେଇଥିବା ଦୋକାନ ଗୃହକୁ ନିଜେ ବ୍ୟବହାର ନକରନ୍ତି ତେବେ ଏହା ସେମାନଙ୍କ ଠାରୁ ଛଡାଇ ନେଇ ଯେଉଁମାନେ ଏହାକୁ ପ୍ରକୃତ ରେ ବ୍ୟବହାର କରୁଛନ୍ତି ସେମାନଙ୍କୁ ହସ୍ତାନ୍ତର କରାଯିବ କାରଣ ସବ ଲିଜ ଦେବା ଆଇନ ବିରୁଦ୍ଧ । ବୈଠକରେ ସ୍ଥିରୀକୃତ କ୍ରମେ ଦୀର୍ଘ ବର୍ଷରୁ ବଢା ଯାଇନଥିବା ଘରଭଡାକୁ ଚଳିତ ବର୍ଷ ବଢା ଯାଇ ଦେବୋତ୍ତର ବିଭାଗର ଆର୍ଥିକ ବ୍ୟବସ୍ଥାକୁ ସୁଧାରିବା ନିମନ୍ତେ ଶ୍ରୀ ସାବତ ଗ୍ରହଣ କରିଥିବା ଏଭଳି ପଦକ୍ଷେପ କୁ ସ୍ଥାନୀୟ ବୁଦ୍ଧିଜୀବି ମାନେ ସ୍ୱାଗତ କରିବା ସହ ସଧାରଣରେ ଭୁୟସୀ ପ୍ରସଂସା କରାଯାଇଛି ।

Leave a Reply

Your email address will not be published. Required fields are marked *