Site icon Ethara Sambhala

ଜଗନ୍ନାଥପୁର ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷୟତ୍ରୀ ସୋନାଲି ସୁନାସେଠୀ ଙ୍କ ମନମୁଖୀ କାର୍ଯ୍ୟ ; ଜିଲ୍ଲା ପ୍ରଶାସନ ନୀରବ ଦ୍ରଷ୍ଟା !

!!! ଗୁଣପୁର ଉପଖଣ୍ଡ ପ୍ରତିନିଧି ବାସନ୍ତୀ କୁମାରୀ ପାଟ୍ଟଯୋଷୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ଗୁଣପୁର) – ରାୟଗଡ ଜିଲ୍ଲା ଗୁଣପୁର ଉପଖଣ୍ଡ ଅଧୀନସ୍ଥ ଜଗନ୍ନାଥପୁର ହାଇସ୍କୂଲ ର ବର୍ତ୍ତମାନ କାର୍ଯ୍ୟରତ ପ୍ରଧାନ ଶିକ୍ଷୟତ୍ରୀ ସୋନାଲି ସୁନା ସେଠୀ ଙ୍କ ବ୍ୟବହାର ବିଦ୍ୟାଳୟର କର୍ମଚାରୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ କରିଛି । ଏପରିକି ବିଦ୍ୟାର୍ଥୀ ମାନେ ମଧ୍ୟ ଏହାଙ୍କ କାର୍ଯ୍ୟ କଳାପ ପ୍ରତି ସନ୍ତୁଷ୍ଟ ନଥିବା ମତବ୍ୟକ୍ତ କରିଛନ୍ତି। ବିଦ୍ୟାଳୟରେ ବିଦ୍ୟାର୍ଥୀ ଓ କାର୍ଯ୍ୟରତ ମହିଳା ପିଅନ ଙ୍କ ନିମନ୍ତେ ନିର୍ମିତ ଶୌଚାଳୟ ସେ ଏବଂ ତାଙ୍କ ସହିତ ରହୁଥିବା ତାଙ୍କ ସ୍ୱାମୀ ବ୍ୟବହାର କରିବା ପରେ ସେ ଏହାକୁ ଚାବି ପକାଇ ରଖୁଥିବା ଯୋଗୁଁ ବିଦ୍ୟାର୍ଥୀ ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଛନ୍ତି । ଏପରିକି ମହିଳା ପିଅନ ଙ୍କୁ ମଧ୍ୟ ଏହି ଶୌଚାଳୟ ବ୍ୟବହାର କରିବା ନିମନ୍ତେ ଦିଆନଯାଉ ନଥିବାରୁ ମହିଳା ପିଅନ ଏବଂ ଛାତ୍ରୀ ମାନେ ବିଦ୍ୟାଳୟ ପରିସର ରୁ ବାହାରକୁ ଯାଉଥିବା ଦେଖା ଦେଇଛି । ପ୍ରଧାନ ଶିକ୍ଷୟତ୍ରୀ ଏବଂ ତାଙ୍କ ସ୍ୱାମୀ ଉଭୟେ ଶୌଚାଳୟ ବ୍ୟବହାର ଏହି ଶୌଚାଳୟ କୁ ବିଦ୍ୟାଳୟର ନିଯୁକ୍ତି ପିଅନ ଙ୍କୁ ସଫା କରିବା ପାଇଁ କହୁଛନ୍ତି ।ଏହାର ଵିରୋଧ କରୁଥିବା ବ୍ୟକ୍ତିଙ୍କୁ ରେପ ଅଭିଯୋଗରେ କେସ ଦୟାର କରିବେ ବୋଲି ଧମକ ଦେଉଥିବା କାର୍ଯ୍ୟରତ କର୍ମଚାରୀ କହିଛନ୍ତି ।ବିଦ୍ୟାଳୟ ରେ ପ୍ରଧାନ ଶିକ୍ଷୟତ୍ରୀ ରହୁ ନଥିବାରୁ ବିଦ୍ୟାଳୟ ପରିତ୍ୟାଗ ସାର୍ଟିଫିକେଟ ନେବାକୁ ଆସୁଥିବା ବିଦ୍ୟାର୍ଥୀ ନାହିଁ ନଥିବା ଅସୁବିଧା ସମ୍ମୁଖୀନ ହେଉଥିବା ଅଭିଯୋଗ ହେଉଛି । ଏଭଳି କିଛି ଅଭିଯୋଗ ଜିଲ୍ଲା ଶିକ୍ଷା ଅଧିକାରୀ ପୂର୍ଣ୍ଣ ଚନ୍ଦ୍ର ବରିହା ଙ୍କ ନିକଟରେ କରାଯାଇଥିଲା । ଜିଲା ଶିକ୍ଷାଧିକାରୀ ପ୍ରଧାନ ଶିକ୍ଷୟତ୍ରୀ ଙ୍କ ନିକଟରୁ ଦାୟିତ୍ୱ ବାହାର କରି ଅନ୍ୟ ଜଣେ ବରିଷ୍ଠ ଶିକ୍ଷକ ଙ୍କୁ ହସ୍ତାନ୍ତର କରିବେ ବୋଲି ଅଭିଯୋଗ କାରୀ ଙ୍କୁ ପ୍ରତିଶୃତି ଦେଇଥିଲେ ମଧ୍ୟ କୌଣସି ଆଖି ଦୃଶିୟା ପଦକ୍ଷେପ ଗ୍ରହଣ କରାଯାଇ ନଥିବାରୁ ଏହା ଉଭୟଙ୍କ ମଧ୍ୟରେ ରହିଥିବା ମଧୁ ଚନ୍ଦ୍ରିକା ପ୍ରତି ଆଙ୍ଗୁଳି ନିର୍ଦ୍ଧେଶ କରୁଛି ।ଏହାର ଏକ ଉଚ୍ଚସ୍ତରୀୟ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ସଧାରଣରେ ଦାବୀ ହେଉଛି ।

Exit mobile version