
!!! ଗୁଣୁପୁର ଉପଖଣ୍ଡ ପ୍ରତିନିଧି ବାସନ୍ତୀ କୁମାରୀ ପାଟ୍ଟଯୋଷୀ ଙ୍କ ରିପୋର୍ଟ !!!
ଏଥର ସମ୍ଭାଳ (ଗୁଣପୁର) – ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ଶ୍ରୀଯୁକ୍ତ ସଂଜୟ କୁମାର ଦାଶବର୍ମା ଙ୍କ ଗୁଣପୁର ଗସ୍ତ । ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ଶ୍ରୀଯୁକ୍ତ ସଂଜୟ କୁମାର ଦାସବର୍ମା ଗୁଣପୁର ଗସ୍ତରେ ଆସି କୋଭିଡ ପରିସ୍ଥିତି ର ସମୀକ୍ଷା କରିଥିଲେ । ରାୟଗଡ ଜିଲ୍ଲାରେ କୋଭିଡ ମୁକାବିଲା ନିମନ୍ତେ ନିଆଯାଉଥିବା ପଦକ୍ଷେପ ବିଷୟରେ ଗୁଣପୁର ଉପଜିଲ୍ଲାପାଳ, ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ଗୁଣପୁର ଆଦର୍ଶ ବିଦ୍ୟାଳୟର କୋଭିଡ କେୟାର କେନ୍ଦ୍ର ପରିଦର୍ଶନ କରିଥିଲେ । କୋଭିଡ କେନ୍ଦ୍ରର ସମସ୍ତ ବ୍ୟବସ୍ତା କିପରି ପରିଚାଳନା କରାଯାଉଛି ତାହା ଗୁଣପୁର ଉପଖଣ୍ଡ ଚିକିତ୍ସା ଅଧିକାରୀ ଶ୍ରୀ ରମେଶ ଚନ୍ଦ୍ର ସାହୁ ପ୍ରକାଶ କରିଥିଲେ । କରନା ମୁକାବିଲା ନିମନ୍ତେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ନିମନ୍ତେ ମାନ୍ୟବର ଉପାଧ୍ୟକ୍ଷ ପରାମର୍ଶ ଦେଇଥିଲେ । ମାସ୍କ ବ୍ୟବହାର, ସାମାଜିକ ଦୂରତା ଓ ବାରମ୍ବାର ହାତ ଧୋଇବା ଉପରେ ଗୁରୁତ୍ୱ ଦେବା ଓ ସାମୂହିକ ସଚେତନତା କାର୍ଯ୍ୟକ୍ରମ କରିବା ନିମନ୍ତେ ପରାମର୍ଶ ଦେଇଥିଲେ । ମାନ୍ୟବର ଉପାଧ୍ୟକ୍ଷଙ୍କ ଗସ୍ତ ସମୟରେ ରାଜ୍ୟ ଆଦିବାସୀ ହରିଜନ କଲ୍ୟାଣ ଓ ପଛୁଆ ବର୍ଗ ଉନ୍ନୟନ ମନ୍ତ୍ରୀ ଶ୍ରୀଯୁକ୍ତ ଜଗନ୍ନାଥ ସାରକା, ରାଜ୍ୟ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଉପଦେଷ୍ଟା ଶ୍ରୀଯୁକ୍ତ ସୁଧୀର କୁମାର ଦାସ, ଗୁଣପୁର ବିଧାୟକ ଶ୍ରୀଯୁକ୍ତ ରଘୁନାଥ ଗମାଙ୍ଗ, ଗୁଣପୁର ଉପ ଜିଲ୍ଲାପାଳ ଡକ୍ଟର ସିଦ୍ଧେଶ୍ଵର ବଳିରାମ ବନ୍ଦୋର, ଗୁଣପୁର ଆଦିବାସୀ ଉନ୍ନୟନ ସଂସ୍ଥା ପ୍ରକଳ୍ପ ପ୍ରଶାସକ ଶ୍ରୀ ଗୋରଚାନ୍ଦ ଗମାଙ୍ଗ, ଗୁଣପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀମତୀ ଶାନ୍ତି ପ୍ରଭା ପ୍ରଧାନ, ଉପଖଣ୍ଡ ଚିକିତ୍ସା ଅଧିକାରୀ ଶ୍ରୀ ରମେଶ ଚନ୍ଦ୍ର ସାହୁଙ୍କ ସହ ବହୁ ପଦାଧିକାରୀ ଉପସ୍ଥିତ ଥିଲେ।

