!!! ଚ୍ୟାନେଲ ବ୍ୟୁରୋ ମୁଖ୍ୟ ସିଦ୍ଧାର୍ଥ ଦାଶ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ଗୁଣପୁର) – ଦୀର୍ଘ ଦିନ ହେବ ଗୁଣପୁର ପୌର ପରିଷଦ ରେ ବିଭିନ୍ନ କାର୍ଯ୍ୟ ସୂଚାରୁ ରୂପେ ଚାଲୁନଥିବା ଅନେକ ଅଭିଯୋଗ ହୋଇ ଆସୁଅଛି। ବିଭିନ୍ନ୍ ସମୟରେ ସହରର ସ୍ଵଚ୍ଛତା, ଟାଉନ୍ ପ୍ଲାନ୍, ବାର୍ଦ୍ଧକ୍ୟ ଭତ୍ତା ଓ ବିଧବା ଭତ୍ତା ରେ ଅନିୟମିତତା ଓ ଲାଟିନ୍ ଟାଙ୍କି ସଫା କରିବା ମେସିନ ପରିଚାଳନା ରେ ଚଞ୍ଚକତା ଇତ୍ୟାଦି ନେଇ ଅନେକ ଗଣ ମାଧ୍ୟମରେ ଏବଂ ସାମାଜିକ ଗଣ ମାଧ୍ୟମରେ ତୀବ୍ର ପ୍ରତିକ୍ରିୟା ହେଉଥିଲେ ମଧ୍ୟ ଅବସ୍ଥା ସୁଧୁରିବା ଦେଖାଯାଇନାହିଁ। କୋଭିଡ଼ – ୧୯ ରେ ସଫେଇ କର୍ମଚାରୀ ଓ ପୌର ପରିଷଦ ପ୍ରତି ସରକାର ଙ୍କ ସ୍ଵତନ୍ତ୍ର ଦୃଷ୍ଟି ଓ ଅନୁଦାନ ରହିଥିଲେ ମଧ୍ଯ କୋଭିଡ଼ – ୧୯ପରିଚାଳନା ରେ ମଧ୍ଯ ଅନେକ୍ ଅନିୟମିତା ଦେଖିବାକୁ ମିଳି ଥିବା ଅଭିଯୋଗ ହୋଇଛି ।

କେଉଁ ଠାରେ କୁକୁର ମାନଙ୍କୁ ଖାଇବା ନିମନ୍ତେ ଗୋଟିଏ ବିସ୍କୁଟ ପ୍ୟାକେଟ୍ ଦେଇ ସେଲଫି ଉଠାଉଥିବା ପୌର ପରିଷଦ କର୍ମଚାରୀ ସାମାଜିକ ଗଣ ମାଧ୍ୟମରେ ବ୍ୟଙ୍ଗ ର ଶିକାର ହେଉଥିବା ବେଳେ କେଉଁ ଠାରେ ଗରିବ ଓ ଅସହାୟ ମାନଙ୍କୁ ଖାଦ୍ୟ ଦେବା ନାମରେ ପେଟ ପୁରା ଖାଦ୍ୟ ନ ଦେଇପାରୁଥିବା ଅଭିଯୋଗ ହୋଇଛି। ଅନ୍ୟ ପକ୍ଷରେ କୋଭିଡ଼ – ୧୯ ପରିଚାଳନା ନିମନ୍ତେ ଲକ୍ଷାଧିକ ଟଙ୍କାର ବ୍ଲିଚିଙ୍ଗ ପାଉଡର, ଫାଇନାଲ, ମାକ୍ସ , ଗ୍ଲୋଭ ଇତ୍ୟାଦି ଉପଯୁକ୍ତ କାର୍ଯ୍ୟ ରେ ନ ଲାଗି ଗାଏବ୍ ହୋଇଯାଉଥିବା ଅଭିଯୋଗ ହୋଇଛି। ଏହି ସବୁ ବ୍ୟତୀତ ଗୁଣପୁର ପୌର ପରିଷଦ ରେ କାର୍ଯ୍ୟ କରୁଥିବା କନିଷ୍ଠ ଯନ୍ତ୍ରୀ ଦୀପ୍ତି ରଞ୍ଜନ ନନ୍ଦ ଙ୍କ କାର୍ଯ୍ୟକଳାପ ସମସ୍ତ ଙ୍କୁ ଆଶ୍ଚର୍ଯ୍ୟାନ୍ବିତ କରିଛି। ୨୦୦୫ ରେ କେନ୍ଦ୍ର ଓ ରାଜ୍ୟ ସରକାର ଙ୍କ ଦ୍ଵାରା ଅନୁମୋଦିତ ହୋଇଥିବା ଓ ସାଧାରଣ ଜନତା ଙ୍କ ଏକ ମାତ୍ର ଅଧିକାର ସୂଚନା ଅଧିକାର କୁ କିଭଳି ଅକାମୀ କରାଯାଇ ପାରିବ ସେ ଦିଗରେ ପୌର ପରିଷଦ ଗୁଣପୁର ର କାର୍ଯ୍ୟାଳୟ ରେ ସୂଚନା ଦାୟିତ୍ଵ ରେ ରହିଥିବା କନିଷ୍ଠ ଯନ୍ତ୍ରୀ ଦୀପ୍ତି ରଞ୍ଜନ ନନ୍ଦ ବାବୁ ନିଜ ସମସ୍ତ ଶକ୍ତି ବ୍ଯବହାର କରୁଛନ୍ତି। ଗୁଣପୁର ପୌର ପରିଷଦ ର କନିଷ୍ଠ ଯନ୍ତ୍ରୀ ନନ୍ଦ ବାବୁ ସୂଚନା ଦାୟିତ୍ଵରେ ରହିଥିବା ଦିନ ଠାରୁ ଅନେକ ସୂଚନା କୁ ଟାଳ ଟୁଳ ନୀତି ଅବଲମ୍ବନ କରିବା, ସୂଚନା ନଦେଇ ତାହାର୍ ଗଳା ବାଟ କଣ ତାହା ବାହାର୍ କରିବା, ସ୍ଵଷ୍ଟ ସୂଚନା ନଦେଇ ଦିନ ରାତି କେମିତି ଆବେଦନ କାରି ଘୁରି ବୁଲିବ ସେ ଦିଗରେ ସବୁବେଳେ ଚେଷ୍ଟିତ ରହି ସୂଚନା ଅଧିକାର ଆଇନ କୁ ଫୁ କରି ଦେଉଥିବା ଅଭିଯୋଗ ହେଉଛି।

ପୌର ପରିଷଦ ରେ ନନ୍ଦ ବାବୁ ଜଣେ ଯନ୍ତ୍ରୀ ହୋଇଥିବାରୁ ସୂଚନା ଆବେଦନ କାରି ତାଙ୍କୁ କୌଣସି ମୁହୂର୍ତ୍ତ ରେ କାର୍ଯ୍ୟାଳୟ ରେ ପାଆନ୍ତି ନାହିଁ ବାବୁ ସବୁବେଳେ ସାଇଟ୍ କୁ ଯାଇଛନ୍ତି ବୋଲି ଶୁଣି ପୌର ପରିଷଦ କାର୍ଯ୍ୟାଳୟ ର ଚାରି ପାଖରେ ଘୁରି ବୁଲି ଆବେଦନ କାରି ନୟାନ୍ତ ହୋଇପଡନ୍ତି। ପୌର ପରିଷଦ ର କିଛି ସୁଚନା ନିମନ୍ତେ ଗତ ତା – ୨୭/୯/୧୯ ତାରିଖରେ ଜୈନିକ ସୂଚନା କର୍ମୀ ସୂଚନା ଅଧିକାର ନିୟମାନୁଯାୟୀ ଆବେଦନ କରିଥିବା ବେଳେ ତାଙ୍କୁ ଏହାର୍ ସୂଚନା ସମୟାନୁକ୍ରମ ମଧ୍ୟରେ ନମିଳି ଥିବାରୁ ସେ ପୁଣି ପୌର ପରିଷଦ ର ପ୍ରଥମ ଅପିଲ ଅଧିକାରୀ ଙ୍କ ନିକଟରେ ଗତ ତା ୨୮/୧୦/୧୯ ତାରିଖରେ ପୁଣି ଆବେଦନ କରିଥିଲେ। ଏଭଳି ଅନ୍ୟ ଜଣେ ସୂଚନା କର୍ମୀ ଗତ ୨୦/୧/୨୦ ଏବଂ ୧୦/୦୬/୨୦ ରିଖ ଦିନ କିଛି ସୂଚନା ନିମନ୍ତେ ଆବେଦନ କରିଥିଲେ ମଧ୍ଯ ଏଯାବତ୍ ତାଙ୍କୁ କୌଣସି ସୂଚନା ପ୍ରଦାନ କରାଯାଇନଥିବା ଅଭିଯୋଗ ଆଣିଛନ୍ତି। ଗୁଣପୁର ପୌର ପରିଷଦ ରେ ଅଧିସୂଚନା ଆଇନ ନିୟମ କୁ ଏଠାକାର କର୍ମକର୍ତ୍ତା ଉଲଂଘନ କରୁଥିବା ଏଥିରୁ ସ୍ଵଷ୍ଟ ପ୍ରତିପାଦନ ହେଉଛି। ତଥାପି ପୌର ପରିଷଦ ର ଅଧ୍ୟକ୍ଷ କାର୍ଯ୍ୟାଳୟ ସମୀକ୍ଷା କରିବା ସମୟରେ ଏହି ବିଭାଗ ପ୍ରତି ଦୃଷ୍ଟି ଦେଉନଥିବା ଜଣା ପଡୁଛି। ଏହି ସମ୍ପର୍କ ରେ ବିଭିନ୍ନ୍ ପରିପ୍ରେକ୍ଷୀରେ ପୌର ପରିଷଦ ର ନିର୍ବାହୀ ଅଧିକାରୀ ବିଭିନ୍ନ୍ ସୂଚନା କର୍ମୀ ଙ୍କ ସାମ୍ନାରେ ଶ୍ରୀ ନନ୍ଦ ଙ୍କୁ ତାଗିଦ୍ କରୁଥିବା ଦେଖିବାକୁ ମିଳିଥିଲେ ମଧ୍ୟ ନନ୍ଦ ବାବୁ ଙ୍କ ଆଚରଣ ରେ କୌଣସି ସୁଧାର ଆସିପାରୁ ନଥିବା କାରଣରୁ ପୌର ପରିଷଦ ର କାର୍ଯ୍ୟକଳାପ କୁ ନେଇ ସାଧରଣରେ ଅଗାଣ୍ଡିଆ ରଜା ଙ୍କ ପାଳ ଚୁଣ୍ଟା ମନ୍ତ୍ରୀ ବୋଲି କଟାକ୍ଷ ପ୍ରକାଶ ପାଉଛି। ଏହାର ସୁଧାର ଆଣିବା ଦିଗରେ ପୌର ପରିଷଦ ଅଧ୍ୟକ୍ଷ ହସ୍ତକ୍ଷେପ୍ କରିବା ନିମନ୍ତେ ସାଧାରଣ ରେ ଦାବୀ ହେଉଛି।

LEAVE A REPLY

Please enter your comment!
Please enter your name here