ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ସାରା ଦେଶରେ କରୋନା ମହାମାରୀ କୁ ନେଇ ଲୋକଙ୍କ ମଧ୍ୟରେ ମୃତ୍ୟୁ ଭୟର ବାତାବରଣ ସୃଷ୍ଟି ହୋଇଥିବା ବେଳେ ଏହାର ଭୁତାଣୁ ଓଡ଼ିଶାରେ ଏହାର କାୟା ବିସ୍ତାର କରିବାରେ ଲାଗିଛି ।ଏହାକୁ ଲକ୍ଷକରି ରାଜ୍ୟ ସରକାର ଗଣମାଧ୍ୟମରେ ପ୍ରତିଦିନ ସଚେତନତା ର ବାର୍ତ୍ତା ଦେଇଚାଲିଛନ୍ତି । ଜନସାଧାରଣଙ୍କୁ ଏହା ଠାରୁ ଦୂରରେ ରହିବା ନିମନ୍ତେ ବିଭନ୍ନ ଯୋଜନା ମାନ ପ୍ରସ୍ତୁତ କରି କାର୍ଯ୍ୟରତ ସରକାରୀ କର୍ମଚାରୀଙ୍କୁ ନିୟୋଜିତ କରି ଏହାକୁ କାର୍ଯ୍ୟକାରୀ କରୁଛନ୍ତି ।ଯେଉଁ ଜିଲ୍ଲା ମାନଙ୍କ ରେ କରୋନା ମହାମାରୀ ଅଧିକରୁ ଅଧିକ ସଂକ୍ରମଣ ହୋଇଛି ସେହି ଜିଲ୍ଲା ମାନଙ୍କୁ ଲକଡାଉନ ରୁ ସଟ ଡାଉନ ଘୋଷଣା କରାଯାଉଛି । ଏହାମଧ୍ୟରେ ରହିଛି ଗଜପତି ଜିଲ୍ଲା ।ଜିଲ୍ଲା କୁ ଲାଗି ରହିଥିବା ଆନ୍ଧ୍ର ସୀମାନ୍ତରେ କରୋନା ର ପ୍ରଭାବକୁ ଦୃଷ୍ଟିରେ ରଖି ଏହାର ସମସ୍ତ ପଥ କୁ ସିଲ କରି ଥିଲା ଗଜପତି ପ୍ରଶାସନ । କେନ୍ଦ୍ର ଓ ରାଜ୍ୟ ସରକାର ଙ୍କ ଗାଇଡ଼ ଲାଇନ କୁ ଯେଉଁ ମାନେ ବେଖାତିର କରୁଛନ୍ତି ଏବଂ ମାନୁ ନାହାନ୍ତି ସେମାନଙ୍କ ବିରୁଦ୍ଧରେ କୋଭିଡ -୧୯ ନିୟମନୁଯାୟୀ କେସ ଦାୟାର କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।
ଲକ ଡାଉନ ଓ ସଟ ଡାଉନ ସମୟରେ ଘରୁ ବାହାରିବାକୁ ସମ୍ପୂର୍ଣ୍ଣ ମନାକରାଯାଇଛି । ବିଶେଷ କରି ରୋଗୀ,ବୟସ୍କ ଓ ଛୋଟ ପିଲାଙ୍କୁ ବାହାରକୁ ବାହାରିବା ନିମନ୍ତେ ବାରଣ ରହିଥିବା ବେଳେ ଗଜପତି ଏସପି ସାରା ଶର୍ମା କିଭଳି ବିନା ମାକ୍ସ ରେ ରହିଥିବା ଛୋଟ ଛୋଟ ପିଲା ଓ ବୟସ୍କ ଙ୍କୁ ନେଇ ଯେଉଁ ଭଳି ଶୋଭାଯାତ୍ରା କରିଛନ୍ତି ଏହା ତାଙ୍କର ମାନମୁଖୀ କାର୍ଯ୍ୟ କଳାପ ଏବଂ ସରକାରୀ ଗାଇଡ଼ ଲାଇନ କୁ ବେଖାତିର ମନୋଭାବ ବୟାନ କରୁଛି । ଗଜପତି ଏସ ପି ସୁଶ୍ରୀ ସାରା ଶର୍ମା ସରକାରଙ୍କ ସମସ୍ତ ନିୟମକୁ ଉଲଂଘନ କରି ଏଭଳି ସ୍ଥିତିରେ କେମିତି ସମାଜିକ ଦୁରତାକୁ ନମାନି ଜନ ଗହଳି ରେ ସମସ୍ତ ନିୟମକୁ ଉଲଂଘନ କରି ଶୋଭାଯାତ୍ରାରେ ବାହାରିଥିଲେ ବୋଲି ଉଠିଥିବା ପ୍ରଶ୍ନ କୁ ନେଇ ବିଭିନ୍ନ ଗଣମାଧ୍ୟମରେ ଭିନ୍ନଭିନ୍ନ ଢଙ୍ଗରେ ଖବର ପ୍ରକାଶ ପାଇଛି ।ତଥାପି ଏଥି ପ୍ରତି ଜିଲ୍ଲା କିମ୍ବା ରାଜ୍ୟ ପ୍ରଶାସନ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଏଯାବତ ଗ୍ରହଣ କରାଯାଇନଥିବାରୁ ଏହା ରାଜ୍ୟ ସରକାରଙ୍କ ପ୍ରତି ଆଙ୍ଗୁଳି ନିର୍ଦ୍ଧେଶ କରୁଛି ।ପ୍ରଶ୍ନ ଉଠୁଛି କୋଭିଡ ନିୟମ ସାଧାରଣ ଜନତାଙ୍କ ନିମନ୍ତେ ଅଲଗା ଏବଂ ସରକାରୀ ବଡବାବୁ ବାବୁଆଣୀ ଙ୍କ ନିମନ୍ତେ ଅଲଗା କି ? ଗଜପତି ଏସ ପି ଙ୍କ ଏଭଳି ଆଇନ କୁ ବେଖାତିର କୁ ବିରୋଧ କରି ଏହାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ପୁଣି ଏକ ଅଭିଯୋଗ ଦରଖାସ୍ତ ରାଜ୍ୟ ଉଚ୍ଚ ପଦାଧିକାରୀ ଙ୍କ ନିକଟରେ ଦାଖଲ କରିଥିବା ସୂଚନା ମେଳିଛି ।ଏଭଳି ଏକ ପିଟିସନ ଦାଖଲ କରିଛନ୍ତି ଜିତେନ୍ଦ୍ର କୁମାର ଗୌଡ଼ । ବର୍ତ୍ତମାନ ସମସ୍ତଙ୍କ ନଜର ଏତେ ଖବର ପ୍ରକାଶ ଏବଂ ଅଭିଯୋଗ ପରେ ରାଜ୍ୟ ପ୍ରଶାସନ ଏସ ପି ସାରା ଶର୍ମା ଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି ନା ବାହୁ ଛାୟା ତଳେ ଆଶ୍ରୟ ଦେଇ ଘଣ୍ଟ ଘୋଡ଼ାଇ ରଖୁଛନ୍ତି ।