!!! ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ରୁ ରମେଶ ମିଶ୍ର ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ରାଜଗାଙ୍ଗପୁର) – ରାଜଗାଙ୍ଗପୁର ସ୍ଥିତ ରାଜ୍ୟ କର୍ମଚାରୀ ବୀମା ନିଗମ ଚିକିତ୍ସାଳୟ ରେ ବିଭିନ୍ନ ପ୍ରକାରର ସମସ୍ୟା ଏବଂ ଅବ୍ୟବସ୍ଥା ଘେର ଭିତରେ ରହିଥିବା ଦୃଶ୍ୟ ସାମନା କୁ ଆସିଛି। ଡାକ୍ତରଙ୍କର ଏବଂ ବିଭିନ୍ନ ବିଭାଗରେ କର୍ମଚାରୀଙ୍କର ଅଭାବ ଏବଂ ଚିକିତ୍ସାଳୟ ଗୃହର ଅବସ୍ଥା ବିପଦ ସଂକୁଳ ଅବସ୍ଥାରେ ଏବଂ କର୍ମଚାରୀ ଙ୍କର ବାସଗୃହ ର ଅବସ୍ଥା ରହିବା ଉପଯୋଗୀ ନଥିବା ବେଳେ ଭଳି ସମସ୍ୟା କୁ ରାଜ୍ୟ ସରକାରଙ୍କ ର ଅଣଦେଖା। ସୁନ୍ଦରଗଡ଼ଜିଲ୍ଲା ର ରାଜଗାଙ୍ଗପୁର ସ୍ଥିତ ଆଇ ଟି କଲୋନୀ ରେ ରାଜ୍ୟ ସରକାରଙ୍କ ଦ୍ଵାରା ପରିଚାଳିତ ରାଜ୍ୟ କର୍ମଚାରୀ ବୀମା ନିଗମ ର ନିର୍ମିତ ୬୦ ବର୍ଷରୁ ଉର୍ଦ୍ଧ ପୁରୁଣା ଚିକିତ୍ସାଳୟ ଉପରେ ରାଜଗାଙ୍ଗପୁର ଅଞ୍ଚଳରେ ଥିବା ସମସ୍ତ ଛୋଟ ବଡ଼ କଳ କାରଖାନା ଏବଂ ଠିକା ସଂସ୍ଥା ର ରାଜ୍ୟ କର୍ମଚାରୀ ବୀମା ଅନ୍ତର୍ଭୁକ୍ତ ପ୍ରାୟ ୨୦୦୦୦ ହଜାର ରୁ ଉର୍ଦ୍ଧ୍ବ କର୍ମଚାରୀ ନିଜ ର ସ୍ୱାସ୍ଥ୍ୟ ଚିକିତ୍ସା ପାଇଁ ନିର୍ଭର କରିଥାନ୍ତି ଏବଂ ପ୍ରତିଦିନ ପ୍ରାୟ ୨୦୦ ରୁ ଅଧିକ ରୋଗୀ ଚିକିତ୍ସିତ ପାଇଁ ଉକ୍ତ ଚିକିତ୍ସାଳୟ କୁ ଆସିଥାନ୍ତି।ସରକାର ଗଣ୍ଡା ଗଣ୍ଡା ଯୋଜନା ଘୋଷଣା କରିବା ସହିତ ପ୍ରଗତି ପଥେ ଓଡ଼ିଶା ର ନାରା ଦେଇ ଡିମ ଡିମ ପିଟୁଛନ୍ତି କିନ୍ତୁ ବଡ଼ ବିଡମ୍ବନାର ବିଷୟ ଯେ ଏହି ଚିକିତ୍ସାଳୟ କୁ ପରିଚାଳନା କରିବା ପାଇଁ ଆବଶ୍ୟକ କର୍ମଚାରୀ ଠାରୁ କମ ସଂଖ୍ୟକ କର୍ମଚାରୀ ଥିବାବେଳେ ଚିକିତ୍ସା ପାଇଁ ଆବଶ୍ୟକ ପରୀକ୍ଷା ନିରୀକ୍ଷା କରିବାପାଇଁ ଥିବା ଯାନ୍ତ୍ରିକ ଉପକରଣ ଗୁଡିକ ରୁଗଣ ଅବସ୍ଥାରେ ପଡିରହିଛି ଏବଂ ସବୁଠାରୁ ବଡ ସମସ୍ୟା ହେଲା ଚିକିତ୍ସାଳୟ ଗୃହର ଛାତ ରୁ ପାଣି ଗଳୁଥିବା ଚିତ୍ର ଦେଖିବାକୁ ମିଳିଛି।ଉକ୍ତ ଚିକିତ୍ସାଳୟର ସମସ୍ତ ବିଭାଗରେ ଦାୟିତ୍ୱ ତୁଲାଇବା ପାଇଁ ୫୦ ଜଣ କର୍ମଚାରୀଙ୍କର ଆବଶ୍ୟକ ଥିବାବେଳେ କିନ୍ତୁ ଦୀର୍ଘବର୍ଷ ହେବ ମାତ୍ର ୧୫ ଜଣ କର୍ମଚାରୀ ଙ୍କ ଦ୍ଵାରା ପରିଚାଳିତ ହେଉଥିବା ଦ୍ୱାରା ସିଧାସଳଖ ଏଠାକୁ ଚିକିତ୍ସା ପାଇଁ ଆସୁଥିବା ବିଭିନ୍ନ ପ୍ରକାର ରୋଗରେ ପୀଡ଼ିତ ରୋଗୀ ଅନେକ ପ୍ରକାରର ସମସ୍ୟାର ସମ୍ମୁଖୀନ ହେଉଛନ୍ତି।ଚିକିତ୍ସାଳୟରେ ବିଭିନ୍ନ ବିଭାଗ ପାଇଁ ୭ ଜଣ ଡାକ୍ତର ଙ୍କର ଆବଶ୍ୟକ ଥିବାବେଳେ ଅଛନ୍ତି ମାତ୍ର ୩ ଜଣ ଡାକ୍ତର ସେହିପରି ଷ୍ଟାଫ ନର୍ସ ୭ ଜଣଙ୍କ ସ୍ଥାନରେ ମାତ୍ର ୨ ଜଣ,ଲାବରୋଟାରୀ ଟେକ୍ନିସିୟାନ ପାଇଁ ୩ ଜଣ ସ୍ଥାନରେ ଅଛନ୍ତି ଜଣେ,ଫାର୍ମାସିଷ୍ଟ ପାଇଁ ୬ ଜଣଙ୍କ ସ୍ଥାନରେ ଅଛନ୍ତି ମାତ୍ର ୨ ଜଣ ସେହିପରି ଏ .ଏନ .ଏମ ,ଆମ୍ବୁଲାନ୍ସ ଡ୍ରାଇଭର,କନିଷ୍ଠ କିରାଣୀ ,ଡ୍ରେସର ପାଇଁ ଏବଂ ଜଗୁଆଳି ପଦବି ପାଇଁ ଯଥାକ୍ରମେ ୨ଜଣ ଲେଖାଏଁ ଆବଶ୍ୟକ ରହିଥିବାବେଳେ ଦୀର୍ଘଦିନ ହେବ ଏହିସବୁ ପଦଵୀ ରେ କେହି ଜଣେ ହେଲେବି କର୍ମଚାରୀ ନାହାନ୍ତି । ଏଠାରେ ଉନ୍ନତ ମାନର ଚିକିତ୍ସା ପାଇଁ ସୁବିଧା ନମିଳିବାରୁ ସେମାନଙ୍କୁ ରାଜଗାଙ୍ଗପୁର ଠାରୁ ୪୦ କିଲୋମିଟର ଦୂରରେ ଥିବା ମଡେଲ ଡାକ୍ତର ଖାନା କୁ ଯିବାପାଇଁ ବାଧ୍ଯ ହେଉଛନ୍ତି।ଚିକିତ୍ସାଳୟର ସବୁଠାରୁ ବଡ ସମସ୍ୟା ହେଲା ଚିକିତ୍ସାଳୟ ଗୃହର ଛାତରୁ ସିମେଣ୍ଟ ପ୍ଲାସ୍ତର ବାହାରି ଲୁହାଛଡ ବାହାରକୁ ଦିଶୁଥିବା ବେଳେ ବର୍ଷା ସମୟରେ ଡାକ୍ତର ବସୁଥିବା କୋଠରୀ ସମେତ ସମସ୍ତ ବିଭାଗ ର କୋଠରୀ ଭିତରେ ଛାତରୁ ବର୍ଷା ପାଣିପଡ଼ି ସମସ୍ତ ଜରୁରୀ କାଗଜପତ୍ର ଓ ଉପକରଣ ନଷ୍ଟ ହେଉଥିବା ଦେଖିବାକୁ ମିଳିଛି। କାର୍ଯ୍ୟରତ କର୍ମଚାରୀ ବିପଦ ସଂକୁଳ ପରିସ୍ଥିତି ରେ ଏବଂ ଭୟଭୀତ ହୋଇ ମୁଣ୍ଡରେ ହ୍ୟାଲମେଟ ଲଗାଇ ଅଫିସ କୋଠରୀ ରେ ଅଫିସ କାର୍ଯ୍ୟ କରୁଥିବା ଭଳି ଦୃଶ୍ୟ ସାମନାକୁ ଆସିଛି। ସରକାର ଙ୍କ ଦ୍ଵାରା ପ୍ରଦାନ କରାଯାଇଥିବା ଆମ୍ବୁଲାନ୍ସ ରୋଗୀସେବାରେ ନିୟୋଜିତ ପାଇଁ ଆସିଥିବା ବେଳେ ତାହା ଚାଳକ ଅଭାବରୁ ବାହାରେ ପଡି ଖରା ବର୍ଷା ରେ ଖତ ଖାଉଛି।କର୍ମଚାରୀଙ୍କର ରହିବା ନିମନ୍ତେ ନିର୍ମିତ ବାସଗୃହ ବଣ ଜଙ୍ଗଲ ଭିତରେ ଢ଼ାଙ୍କି ହେଇ ରହିଥିବା ବେଳେ କିଛି କର୍ମଚାରୀ ବିପଦ ସଂକୁଳ ଅବସ୍ଥାରେ ଥିବା ବାସଗୃହ ରେ ରହିବା ପାଇଁ ବାଧ୍ୟ ହେଉଛନ୍ତି।ଚିକିତ୍ସାଳୟ ଅଧିକାରୀ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ନିର୍ଦେଶକ ଙ୍କ ମାଧ୍ୟମରେ ସରକାର ଙ୍କୁ ଲିଖିତ ଭାବେ ଅବଗତ କରାଇଥିଲେ ମଧ୍ୟ ସରକାର ଚିକିତ୍ସାଳୟ ଉନ୍ନତି କରଣ ପାଇଁ ଅଣଦେଖା କରୁଛନ୍ତି।ଆଇ ଏନ ଟି ଇଉ ସି ଶ୍ରମିକ ସଂଗଠନ ର ଯୁବନେତା ଶ୍ରୀ ଅଜୟ ପାଇକରାୟ ରାଜ୍ୟ ସରକାର କିମ୍ଵା ଜିଲ୍ଲା ପ୍ରଶାସନ ଆସନ୍ତା ଦୁଇମାସ ଭିତରେ ଯଦି କୌଣସି ପଦକ୍ଷେପ ନନିଅନ୍ତି ତାହାହେଲେ ଆନ୍ଦୋଳନ କରିବାପାଇଁ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ।ତେଣୁ ଯଥାଶିଘ୍ର ଏହି ରାଜ୍ୟ କର୍ମଚାରୀ ବିମା ନିଗମ ଚିକିତ୍ସାଳୟ ର ଉନ୍ନତିକରଣ କରାଯିବା ସହିତ ଖାଲିପଡିଥିବା ସମସ୍ତ ପଦବୀପାଇଁ ନୂତନ କର୍ମଚାରୀ ନିଯୁକ୍ତି କରିବାପାଇଁ ବିମାଧାରୀ ଶ୍ରମିକ ସଙ୍ଗଠନ ଏବଂ ଜନସାଧାରଣରେ ଦାବି ହେଉଛି।

LEAVE A REPLY

Please enter your comment!
Please enter your name here