ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ବର) – ରାଜ୍ୟରେ କରୋନା ଭାଇରସ ଦିନକୁ ଦିନ କାୟା ବିସ୍ତାର କରି ବ୍ୟାପକ ସଂକ୍ରମିତ ହେବା ସହ ହଜାର ହଜାର ଲୋକ ମୃତ୍ୟୁ ମୁଖ କୁ ଟାଣି ହୋଇ ଯାଉଛନ୍ତି । ଏଥିପାଇଁ ଲକ ଡାଉନ ଓ ସଟ୍ ଡାଉନ ଘୋଷଣା କରି କିଛି ଅଞ୍ଚଳ କୁ ସିଲ ମଧ୍ୟ କରାଯାଉଅଛି । କେବଳ ସେତିକି ନୁହେଁ ଗୋଷ୍ଠୀ ସଂକ୍ରମିତ ରୋକିବା ପାଇଁ ମାସ୍କ ପିନ୍ଧିବା ସହ ସାମାଜିକ ଦୁରତା ରକ୍ଷା କରିବାକୁ କେନ୍ଦ୍ର ଓ ରାଜ୍ୟ ସରକାର କୋଭିଡ-୧୯ ଗାଇଡ ଲାଇନ ପ୍ରଣୟନ କରିଛନ୍ତି । ଏହାକୁ ଉଲଂଘନ କରୁଥିବା ବ୍ୟକ୍ତି ବିଶେଷ ଙ୍କ ଠାରୁ ଜୋରିମାନା ଆଦାୟ କରିବା ସହ ସେମାନଙ୍କ ବିରୋଧରେ କେସ୍ ଦାୟର କରାଯାଉଛି। ଏହି ସଂକ୍ରମିତ ରୋକିବା ଦିଗରେ କାର୍ଯ୍ୟରତ ପୋଲିସ ବିଭାଗ କୁ ଆଗ ଧାଡି ର ଯୋଦ୍ଧା ଭାବେ ସମ୍ମାନ ମିଳୁଛି । ଏପରି ସ୍ଥଳେ ଗଜପତି ଜିଲ୍ଲା ର ଆରକ୍ଷୀ ଅଧିକ୍ଷକ ସୁଶ୍ରୀ ସାରା ଶର୍ମା ଏସବୁ କୁ ପଛରେ ପକାଇ କେନ୍ଦ୍ର ସରକାର ଙ୍କ ଦ୍ୱାରା ପ୍ରସ୍ତୁତ କୋଭିଡ୍ – ୧୯ ନିୟମକୁ ଉଲଂଘନ କରିଥିବା ଘଟଣା ପଦା ରେ ପଡ଼ି ହାଟ ରେ ଗଡୁଛି । ଜନସାଧାରଣ ଙ୍କ ମଧ୍ୟରେ ସାମାଜିକ ଦୂରତ୍ୱ ବଜାୟ ରଖିବା ନିମନ୍ତେ ସଚେତନ କରିବା ବଦଳ ରେ ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅଧିନସ୍ଥ କୁଲଙ୍ଗ ଗ୍ରାମ ରେ ଏକ ରାଲି ର ଆୟୋଜନ ସହ ନାଚଗୀତ କରିଥିବା ଘଟଣା କୁ ବୁଦ୍ଧିଜୀବି ମାନେ ଗ୍ରହଣ କରିପାରିନାହାନ୍ତି । କରୋନା ନିୟମ କୁ ଉଲଂଘନ କରିଥିବା ବ୍ୟକ୍ତି ଙ୍କ ବିରୋଧ ରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ନିୟୋଜିତ ପୋଲିସ ବିଭାଗ ର ଏକ ଉଚ୍ଚ ପଦାଧିକାରୀ ତଥା ବରିଷ୍ଠ ପୋଲିସ ଅଧିକାରି ଆଇ ପି ଏସ୍ ଅଫିସର ସାରା ଶର୍ମା କିଭଳି ଆଇନ କୁ ଉଲଂଘନ କରିଛନ୍ତି ଏହାର ଫୋଟ ଚିତ୍ର ସାଧାରଣ ରେ ଘୁରି ବୁଲୁଛି । ନିୟମ ଉଲଂଘନ କାରି ସାଧାରଣ ବ୍ୟକ୍ତି ଙ୍କ ବିରୋଧ ରେ ଯେଉଁ ଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ଠିକ୍ ସେହି ପ୍ରକାରେ ଏହାଙ୍କ ବିରୋଧ ରେ କେସ୍ ଦାୟର କରିବା ନିମନ୍ତେ ଦାବୀ ହେଉଛି । ଏ ନେଇ କିଛି ବ୍ୟକ୍ତି ବିଶେଷ କାର୍ଯ୍ୟାନୁଷ୍ଠାନ ଦାବୀ ନେଇ ନ୍ୟାୟାଳୟ ଙ୍କ ଦ୍ୱାରସ୍ଥ ହୋଇଥିବା ସୁଚନା ମିଳିଛି ।
ରାଜ୍ୟ ର ଜଣେ ଜଣା ଶୁଣା କର୍ମଠ ସୁଚନା ଅଧିକାର କର୍ମୀ ତଥା ଯୁବ ସାମ୍ବାଦିକ ଶ୍ରୀ କୃଷ୍ଣ ଚନ୍ଦ୍ର ସାହୁ ସୁଶ୍ରୀ ଶର୍ମା ଙ୍କ ଏଭଳି କାର୍ଯ୍ୟକଳାପ ବିରୋଧ ରେ କାର୍ଯ୍ୟାନୁଷ୍ଠାନ ର ଦାବୀ କରି ଓଡିଶା ର ମାନ୍ୟବର ରାଜ୍ୟପାଳ , ମୁଖ୍ୟମନ୍ତ୍ରୀ , ରାଜ୍ୟ ମାନବ ଅଧିକାର ଆୟୋଗ ଙ୍କ ସମେତ ରାଜ୍ୟ ର ଉଚ୍ଚ ପଦସ୍ଥ କର୍ମଚାରୀ ଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ତେବେ ଦେଖିବାକୁ ରହିଲା ଗଜପତି ଜିଲ୍ଲା ପ୍ରଶାସନ ଏବଂ ରାଜ୍ୟ ସରକାର ଏହାଙ୍କ ବିରୋଧ ରେ କଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି ।

LEAVE A REPLY

Please enter your comment!
Please enter your name here