!!! ରାୟଗଡ଼ା ଜିଲ୍ଲା ଗୁଣପୁର ଉପଖଣ୍ଡ ପ୍ରତିନିଧି ବାସନ୍ତୀ କୁମାରୀ ପାଟ୍ଟଯୋଷୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ଗୁଣପୁର) – ଓଡିଶା ସରକାର ଙ୍କ ରାଜସ୍ୱ ବିଭାଗ ନୋଟିଫିକେଶନ୍ ନଂ – ୧୭୨୩୫ ତା ୨୬/୦୫/୨୦୨୦ ଅନୁଯାୟୀ ସପ୍ତାହକ ମଧ୍ୟରେ ପଟ୍ଟା ପ୍ରଦାନ କରାଯିବା କୁ ବିଜ୍ଞପ୍ତି ପ୍ରକାଶ କରିଥିବା ବେଳେ ଆଜି ରାୟଗଡ଼ା ଜିଲ୍ଲା ଗୁଣୁପୁର ସଦର ତହସିଲ ଠାରେ ଏହି କାର୍ଯ୍ୟ ର ଶୁଭାରମ୍ଭ ହୋଇଯାଇଛି । ଗୁଣୁପୁର ତହସିଲଦାର ଶ୍ରୀ ଲକ୍ଷ୍ମୀ ନାରାୟଣ ସାବତ ସବରେଜେଷ୍ଟ୍ରି କାର୍ଯ୍ୟାଳୟ ରେ ଗୁଣୁପୁର ଅଞ୍ଚଳ ର ୭ ଗୋଟି , ପଦ୍ମପୁର ଅଞ୍ଚଳ ର ୨ ଗୋଟି ଓ ଗୁଡାରୀ ଅଞ୍ଚଳ ର ୧ ଗୋଟି ସମୁଦାୟ ୧୦ ଗୋଟି ଦଲିଲ ରେଜେଷ୍ଟ୍ରି ହେବାର ଏକ ଘଣ୍ଟା ମଧ୍ୟରେ ଦଲିଲ ହିତାଧିକାରୀ ଙ୍କୁ ଡକୁମେଣ୍ଟ ପ୍ରଦାନ କରିଥିଲେ । ଜମି କ୍ରେତା , ବିକ୍ରେତା ଓ ସମସ୍ତ ଅଂଶୀଦାର ସହମତି ଥିଲେ ଦଲିଲ ରେଜେଷ୍ଟ୍ରି ର ସପ୍ତାହକ ମଧ୍ୟରେ ପଟ୍ଟା ପ୍ରଦାନ କରିବାରେ କୌଣସି ଅସୁବିଧା ନାହିଁ , ଯେଉଁଠି ଅଂଶୀଦାର ମାନଙ୍କ ଆପତ୍ତି , ଅଭିଯୋଗ ଥିବ ସେ କ୍ଷେତ୍ର ରେ ତଦନ୍ତ କରାଯାଇ ପଟ୍ଟା ପ୍ରଦାନ କରାଯିବ । କୌଣସି ଅସୁବିଧା ନଥିବା ଦଲିଲ ଗୁଡିକୁ ତଦନ୍ତ କରି ଆଜି ରେଜେଷ୍ଟ୍ରେସନ କରାଇଥିବା ହିତାଧିକାରୀ ଙ୍କୁ ଆଜି ସନ୍ଧ୍ୟା ରେ ପଟ୍ଟା ପ୍ରଦାନ କରିଥିଲେ ଗୁଣୁପୁର ତହସିଲଦାର ଶ୍ରୀ ଲକ୍ଷ୍ମୀ ନାରାୟଣ ସାବତ ।

ଯେଉଁ ପଟ୍ଟା ଗୁଡ଼ିକ ରେ ” ଏହା ହସ୍ତାନ୍ତର ଯୋଗ୍ୟ ନୁହଁ ” ରହିଛି ତାହାକୁ ଖୁବ୍ ଶୀଘ୍ର ରୟତି ପଟ୍ଟା ପ୍ରଦାନ କରାଯିବା କ୍ଷେତ୍ର ରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୁଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here