!!! ଗଞ୍ଜାମ୍ ଜିଲ୍ଲା ଛତ୍ରପୁର ରୁ ଉପଖଣ୍ଡ ପ୍ରତିନିଧି ପବିତ୍ର କୁମାର ରାଉତ ଙ୍କ ରିପୋର୍ଟ୍ !!!
ଏଥର ସମ୍ଭାଳ (ବେଗୁନିଆପଡା )-ସ୍ୱାସ୍ଥ୍ୟ କ୍ଷେତ୍ରରେ ଜନସାଧାରଣଙ୍କ ଉର୍ନତି ପାଇଁ ସରକାର ବିଭିନ୍ନ ଯୋଜନାମାନ କାର୍ଯ୍ୟ କରୁଛନ୍ତି l କିନ୍ତ ଅଧିକାଂଶ ସ୍ଥାନରେ ଏହାର ସଦୁପଯୋଗ ଠିକ ଭାବରେ ହେଉନଥିବା ପରିଲକ୍ଷିତ ହେଉଛି l କେଉଁଠି ପ୍ରଶାସନର ନଜର ଆଢୁଆଳରେ ହେଉ କିମ୍ବା ସ୍ଥାନୀୟ ଜନପ୍ରତିନିଧିଙ୍କ ଉଦାସୀନତା ହେଉ ଏମିତି କିଛି ଘଟଣା ଘଟୁଛି ଯାହାକି ସରକାରଙ୍କ ଯୋଜନା ଅପହଞ୍ଚ ହୋଇ ରହିଯାଉଛି l ଫଳରେ ଅନେକ ଲୋକ ଏହାର ସୁଫଳ ନପାଇ ଅକାଳରେ ମୃତ୍ୟୁ ବରଣ କରୁଛନ୍ତି l ଏଭଳି ଏକ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ ଖଣ୍ଡିଆନଈ ପଞ୍ଚାୟତର ଦେଉଳିଆପଡା ଗ୍ରାମରେ l ଗ୍ରାମର ବିନୋଦ ଡାକୁଆ (45) ସେଲୁନ କରି ପରିବାର ପ୍ରତିପୋଷଣ କରୁଥିବାବେଳେ ଦଇବ ଦାଉ ସାଧିଲା l ଦୀର୍ଘ ଦୁଇବର୍ଷ ଧରି ବ୍ରେନ ଟ୍ୟୁମର ରୋଗରେ ପୀଡିତ ହୋଇ ଶେଷରେ ସୋମବାର ଦିନ ପ୍ରାଣ ହାରିଛନ୍ତି l ତାଙ୍କ ପରିବାର ଅତି ଗରିବ ଶ୍ରେଣୀର ଏବଂ ସେ ଏକମାତ୍ର ସାହାରା ହୋଇଥିବା ବେଳେ ତାଙ୍କ ବିୟୋଗରେ ତାଙ୍କ ସ୍ତ୍ରୀ ଏବଂ ଦୁଇଝିଅ ବେସାହାରା ହୋଇପଡିଛନ୍ତି l ପୀଡିତ ସମୟରେ ଧାରଉଧାର କରି ଅଜସ୍ର ଅର୍ଥ ହାନୀ ସହିତ ପ୍ରଶାସନ ନିକଟରେ ଅନେକ ଥର ଗୁହାରି କରି ନିରାଶ ହୋଇଛନ୍ତି ତାଙ୍କ ପରିବାର l ଏପରିକି ସ୍ୱାସ୍ଥ୍ୟବୀମା କାର୍ଡ ଥାଇ ମଧ୍ୟ କୌଣସି ମେଡିକାଲରେ ଗ୍ରହଣ କରିନଥିବା କହିଛନ୍ତି ତାଙ୍କ ସ୍ତ୍ରୀ l ବର୍ତମାନ ବିନୋଦ ଚାଲିଯିବା ପରେ ମୁଣ୍ଡରେ ଚଡକ ପଡିଛି l ଦୁଇଝିଅଙ୍କୁ ଧରି କିପରି ଚଳିବି, କିଏ ମତେ ସାହାହେବେ କହି ବାହୁନି କାନ୍ଦିବା ଛଡା ତାଙ୍କ ନିକଟରେ ଆଉକିଛି ଉପାୟ ନାହିଁ l ତେଣୁ ପ୍ରଶାସନ ଏଦିଗରେ ହସ୍ତକ୍ଷେପ କରି ଥଇଥାନ କରିବାକୁ ଅଞ୍ଚଳରେ ଦାବୀ ହୋଇଛି l