!!! ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ରୁ ରମେଶ ମିଶ୍ର ଙ୍କ ରିପୋର୍ଟ୍ !!!
ଏଥର ସମ୍ଭାଳ (ରାଜଗାଙ୍ଗପୁର) – ସୁନ୍ଦରଗଡ଼ ଜିଲ୍ଲା ର ରାଜଗାଙ୍ଗପୁର ଥାନା ଅନ୍ତର୍ଗତ ରେଳବାଇ ସାଇଡିଂ ରେ ରହୁଥିବା ପ୍ରତାପ ସାହୁ ନାମକ ବ୍ୟକ୍ତିଙ୍କ ନାଁ ରେ ନିଜର ମିଛ ପରିଚୟ ଦେଇ ଏକ ଗରିବ ଅସହାୟ ମହିଳାଙ୍କ ଠାରୁ ମୋଟା ଅଙ୍କର ଟଙ୍କା ଠକେଇ କରିଥିବା ନେଇ ମହିଳା ଜଣଙ୍କ ରାଜଗାଙ୍ଗପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।ମିଳିଥିବା ସୂଚନା ଅନୁଯାୟୀ ସ୍ଥାନୀୟ ବଗିଚା ପଡ଼ା ୱାଡ଼ ନଂ ୬ ଅଞ୍ଚଳରେ ରହୁଥିବା ପିଡ଼ିତା ମହିଳା ଅଁଏଲା ବାରିକଙ୍କ ସ୍ୱାମୀ ଶିବ ପ୍ରସାଦ ବାରିକ ଭାରତ ସରକାର ଅଧିନସ୍ଥ ସାମରିକ ବାହିନୀ ରେ ସୁଇପର ଭାବରେ କାର୍ଯ୍ୟ କରୁଥିଲେ । ହଠାତ ତାଙ୍କର ଦୁଇ ବର୍ଷ ତଳେ ଦେହାନ୍ତ ହେଇଯାଇଥିଲା।ତେଣୁ ସ୍ବାମୀଙ୍କ ର ପେନସନ ଟଙ୍କା ପାଇବା ପାଇଁ ଆବଶ୍ୟକ କାଗଜପତ୍ର ପାଇଁ ପିଡ଼ିତା ମହିଳା ପ୍ରତାପ ସାହୁ ଙ୍କର ସହଯୋଗ ଲୋଡ଼ିଥିଲେ । ତେଣୁ ପ୍ରତାପ ସାହୁ ଆବଶ୍ୟକ କାଗଜପତ୍ର ତିଆରି କରିଦେବାପାଇଁ ପିଡ଼ିତା ଙ୍କ ଠାରୁ ନଗଦ ୫୦୦୦(ପାଂଚହଜାର) ଟଙ୍କା ବିବାହ ସାର୍ଟିଫିକେଟ ଏବଂ ଉତ୍ତରାଧିକାରୀ ସାର୍ଟିଫିକେଟ ନେଇଥିଲେ ।କିନ୍ତୁ ଦୀର୍ଘଦିନ ବିତିଯାଇଥିଲେ ମଧ୍ୟ ମହିଳା ଙ୍କୁ କୌଣସି କାଗଜପତ୍ର ମିଳିପାରିନଥିଲା।ତେଣୁ ପିଡ଼ିତା ମହିଳା ଜଣକ ଦେଇଥିବା କାଗଜପତ୍ର ଏବଂ ଟଙ୍କା ଫେରସ୍ତ ମାଗିବାରୁ ପ୍ରତାପ ସାହୁ ପିଡ଼ିତା ମହିଳା ଙ୍କୁ ପୁନଶ୍ଚ ୭୦୦୦୦(ସତୁରି ହଜାର)ଟଙ୍କା ଦାବି କରିଥିଲା ଏବଂ କାଗଜପତ୍ର ଓ ଟଙ୍କା ଫେରସ୍ତ କରିବା ବଦଳରେ ମହିଳାଙ୍କୁ ଧମକ ଚମକ ଦେଇଥିଲେ ।ତେଣୁ ଧମକ ଦେବା ସମୟରେ ମହିଳା ଙ୍କର ଦୁଇଜଣ ଝିଆରୀ ହସ୍ତକ୍ଷେପ କରିଥିଲେ। କିନୁ ଅଭିଯୁକ୍ତ ପ୍ରତାପ ସାହୁ ମୁଁ ଜଣେ ସାମ୍ବାଦିକ, ଓକିଲ ଏବଂ ଥାନାର ବଡବାବୁ ବୋଲି ନିଜର ପରିଚୟ ଦେଇ ମହିଳା ଙ୍କୁ ଧମକ ଦବା ସହିତ ମହିଳାଙ୍କ ର ଦୁଇ ଝିଆରୀ ଙ୍କୁ ଦୁର୍ବ୍ୟବହାର କରିଥିଲା। ତେଣୁ ପିଡ଼ିତା ମହିଳା ଉକ୍ତ ଘଟଣା ବିଷୟରେ ପ୍ରତାପ ସାହୁ ନାଁ ରେ ରାଜଗାଙ୍ଗପୁର ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ।ଉକ୍ତ ଲିଖିତ ଅଭିଯୋଗ କୁ ଭିତ୍ତିକରି ଥାନା ଅଧିକାରୀ ଥାନା କେଶ-ନଂ-୧୪୦/୨୦ ଭାରତୀୟ ପିଙ୍ଗଳ କୋଡ଼-ଧାରା ୪୨୦ ରେ ମାମଲା ରୁଜୁକରି ଘଟଣାର ତଦନ୍ତ କରଥିଲେ ଏବଂ ଘଟଣା ର ସତ୍ୟା ସତ୍ୟ ଜଣାପଡିବା ପରେ ପୋଲିସ ଅଭିଯୁକ୍ତ ପ୍ରତାପ ସାହୁ କୁ ଗିରଫ କରି ସ୍ଥାନୀୟ ସରକାରୀ ଡାକ୍ତରଖାନାରେ ଡାକ୍ତରୀ ମୁଆଇନା କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି।ଏହିଭଳି ଘଟଣାକୁ ରାଜଗାଙ୍ଗପୁର ଜନସାଧାରଣ ନିନ୍ଦା କରିବା ସହିତ ଅଭିଯୁକ୍ତ ବିରୋଧ ରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପ୍ରଶାସନ ନିକଟରେ ଦାବି କରିଛନ୍ତି।