!!! ରାୟଗଡା ଜିଲ୍ଲା ରାମନାଗୁଡା ରୁ ଦିଲ୍ଲୀପ ପଣ୍ଡାଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ରାମନାଗୁଡା)-ରାୟଗଡ଼ା ଜିଲ୍ଳାପାଳ ଶ୍ରୀ ପ୍ରମୋଦ କୁମାର ବେହେରା ଜିଲ୍ଲାର ବିଭିନ୍ନ ବ୍ଲକକୁ ଗସ୍ତ କରି ବିଭିନ୍ନ ଉନ୍ନୟନ ମୂଳକ ଯୋଜନା ସମ୍ପର୍କରେ ଅନୁଧ୍ୟାନ କରିଛନ୍ତି । ଆଜି ରାମନାଗୁଡା ବ୍ଲକର ଶୁଣ୍ଢି ଧ।ମୁଣି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ପାଳୁପାଇ ଗ୍ରାମରେ ମନରେଗା ଯୋଜନାରେ ଚାଲୁରହିଥିବା ନୂତନ ପୋଖରୀ ଖନନ ଓ ସୌନ୍ଦର୍ଯ୍ୟ କରଣ କାର୍ଯ୍ୟ ବୁଲିଦେଖି ଶ୍ରମିକ ମାନଙ୍କ ସହ ମଜୁରୀ ଠିକ ଭାବରେ ପାଉଛନ୍ତି ନାହିଁ ପଚାରି ବୁଝିବା ସହିତ ବିଭିନ୍ନ ସାମାଜିକ ସହାୟତା ଯୋଜନା ଯଥା ବାର୍ଦ୍ଧକ୍ୟ ଭତ୍ତା, ବିଧବା ଭତ୍ତା ଓ ଚାଉଳ ପାଉଛନ୍ତି କି ନାହିଁ ପଚାରି ବୁଝିଥିଲେ ।ଏହାପରେ ଜିଲ୍ଳାପାଳ ଆଲୁବାଡି ଗ୍ରାମରେ ମନରେଗା ଯୋଜନ।ରେ ଚାଲିଥିବା ସିମେଣ୍ଟ କଂକ୍ରିଟ କେନାଲ ନିର୍ମାଣ କାମ ବୁଲିଦେଖିଥିଲେ । ନିର୍ମାଣ ଦାୟିତ୍ବରେ ଥିବା ଠିକ।ଦାର ଓ କନିଷ୍ଠ ଯନ୍ତ୍ରୀଙ୍କୁ ଠିକ ଭାବରେ କାମ କରିବା ଓ ପାଣି ଦେବାପାଇଁ ନିର୍ଦେଶ ଦେଲେ । ଆଲୁବାଡି ଗ୍ରାମର ଗ୍ରାମବାସୀଙ୍କ ସହ ଜିଲ୍ଳାପାଳ ଆଲୋଚନା କରି ସେମାନଙ୍କୁ ଆମ୍ବ ଚାଷ ଓ କାଜୁ ଚାଷ କରିବା ପାଇଁ ରାଜି ହେବାରୁ ବିଡ଼ିଓ ରାମନାଗୁଡାଙ୍କୁ ଉଦ୍ୟ।ନ ବିଭାଗ ସହ ଯୋଗଯୋଗ କରି ଚାରା ଯୋଗାଇବା ପାଇଁ ନିର୍ଦେଶ ଦେଇଥିଲଲେ ।ଏହାପରେ ଜିଲ୍ଳାପାଳ କାନିପୁଲଶୀ ଗ୍ରାମକୁ ଯାଇ ସେଠାରେ ଗ୍ରାମବାସୀଙ୍କ ବିଭିନ୍ନ ଯୋଜନା ବିଷୟରେ ବିଶେଷ କରି ସାମାଜିକ ସୁରକ୍ଷା ଯୋଜନ ଅନ୍ତର୍ଗତ ବିଭିନ୍ନ ସହାୟତା, ମନରେଗା ଯୋଜନରେ ମଜୁରୀ ଠିକ ଭ।ବରେ ପାଉଛନ୍ତି କି ନାହିଁ, ଚାଉଳ ଠିକରେ ପାଉଛନ୍ତି କି ନାହିଁ ସେ ସମ୍ବନ୍ଧରେ ପଚାରି ବୁଝିଥିଲେ । ସେହି ଗ୍ରାମରେ ଚାଲିଥିବା ମନରେଗା ଯୋଜନ।ରେ କେନାଲ କାମ ଓ ମଧ୍ୟମ ଜଳସେଚନ ବିଭଗ ଦ୍ବାରା ଚାଲିଥିବା ବିଭିନ୍ନ ପ୍ରକଳ୍ପ ବୁଲିଦେଖିଥିଲେ । ଗ୍ରାମରେ ଚେକଡେମ ଉନ୍ନତି କରଣ ପାଇଁ ପଦ୍ଧକ୍ଷେପ ନେବା ବିମନ୍ତେ ବିଡ଼ିଓ ମାଧ୍ୟମରେ ନିର୍ବାହୀ ଯନ୍ତ୍ରୀ ମଧ୍ୟମ ଜଳସେଚନ ବିଭାଗକୁ ନିର୍ଦେଶ ଦେଇଥିଲେ । ନଳକୂପ ଗୁଡ଼ିକରେ ରିଚାର୍ଜ ପିଟି ନିର୍ମାଣ କରିବାପାଇଁ ବିଡ଼ିଓ ରାମନାଗୁଡାଙ୍କୁ ଜିଲ୍ଳାପାଳ ନିର୍ଦେଶ ଦେଇଥିଲେ । ଏହି ପରିଦର୍ଶନ ସମୟରେ ମୋଟର ସାଇକେଲରେ ଦୁଇଜଣରୁ ଉର୍ଦ୍ଧ୍ବ ଵ୍ୟକ୍ତିଙ୍କୁ ଯାତ୍ରା କରିବାକୁ ମନା କରିଥିଲେ । ଜନସାଧାରଣଙ୍କୁ ମାସ୍କ ବ୍ୟବହାର, ସାମାଜିକ ଦୂରତା ରକ୍ଷାକରିବା ଉପରେ ସଚେତନ କରିଥିଲେ ।ରାମନଗୁଡ଼ା ବ୍ଲକ ପରିଦର୍ଶନ ବେଳେ ଜିଲ୍ଳାପାଳଙ୍କ ସହିତ ବିଡ଼ିଓ ଶ୍ରୀ ବେଣୁଧର ଶବର, ପି.ଏ,ଯେ.ଇ,ଓ ଅନ୍ୟାନ୍ୟ ଅଧିକାରୀ ମାନେ ଯୋଗଦେଇଥିଲେ ।

LEAVE A REPLY

Please enter your comment!
Please enter your name here