“ହ୍ୟୁମାନ ଫର୍ ହ୍ୟୁମାନ ” ପକ୍ଷରୁ ଗରୀବ ପରିବାର ଙ୍କୁ ସହାୟତା।

!!! କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ରୁ ରଜନୀ କାନ୍ତ ସାମର୍ଲିଆ ଙ୍କ ରିପୋର୍ଟ !!!!

ଏଥର ସମ୍ଭାଳ (ଭବାନୀପାଟଣା)-ବର୍ତ୍ତମାନ ଚାରିଆଡ଼େ କୋରୋନା ମହାମାରୀ ଭୁତାଣୁ ଯୋଗୁଁ ଭୟର ବାତାବରଣ ସ୍ରୁଷ୍ଟି ହୋଇଛି। ଲୋକଙ୍କ ଜୀବନ ଜୀବିକା ଉପରେ ଗଭୀର ପ୍ରଭାବ ପଡିଥିବା ବେଳେ ଅତି ସତର୍କତାର ସହ କାମଧନ୍ଦା ପାଇଁ ବାହାରକୁ ବାହାରୁଛନ୍ତି। ଏଭଳି ବିଷମ ପରିସ୍ଥିତି ରେ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ଅନ୍ତର୍ଗତ ଭଟଙ୍ଗପଦର ଗ୍ରାମ ପଞ୍ଚାୟତ ଅଧିନସ୍ଥ ୨୨ ଟି ପରିବାର କୁ ନେଇ ଗଠିତ ବଣ ପାହାଡ ଘେରା ଏକ କ୍ଷୁଦ୍ର ଗ୍ରାମ କୋଲଗାଁ ର ଗରୀବ ଆଦିବାସୀ ଦୟନୀୟ ଅବସ୍ଥା ରେ ଦିନ ବିତାଉଛନ୍ତି। ଜୀବିକା କହିଲେ ଜଙ୍ଗଲ ହିଁ ଏକମାତ୍ର ସାହା ଭରସା। ଜଙ୍ଗଲ ଜାତ ଦ୍ରବ୍ଯ ସଂଗ୍ରହ କରି ଦୈନନ୍ଦିନ ଆବଶ୍ଯକତା କୁ ପୁରଣ କରିଥାନ୍ତି। କିନ୍ତୁ ସମାଜରେ ମଣିଷ ପଣିଆ ଏବେ ବି ବଞ୍ଚି ରହିଛି, ସେମାନଙ୍କର ଅଭାବ ଅସୁବିଧା କୁ ଲାଘବ କରିବା ପାଇଁ ଭବାନିପାଟଣାର କିଛି ଯୁବକ ଙ୍କ ଦ୍ବାରା ଗଠିତ “ହ୍ୟୁମାନ ଫର୍ ହ୍ୟୁମାନ” ନାମକ ଅନୁଷ୍ଠାନ ର ସଦସ୍ଯ ତାଙ୍କୁ ସହଯୋଗ ର ହାତ ବଢ଼ାଇବା ପାଇଁ ଆଗେଇ ଆସିଛନ୍ତି। ସେମାନେ ଗରୀବ ପରିବାର ଙ୍କୁ ଅତ୍ୟାବଶ୍ୟକୀୟ ଶୁଖିଲା ଖାଦ୍ୟ ପ୍ୟାକେଟ ବଣ୍ଟନ କରିଥିଲେ। ଏହା ସହିତ ସେମାନେ ସମ୍ମଖୀନ ହେଉଥିବା ଶିକ୍ଷା, ସ୍ୱାସ୍ଥ୍ୟ, ବିଜୁଳି, ପାନୀଯ ଜଳ, ରାସ୍ତା ଘାଟ ବିଷୟ ପଚାରି ବୁଝି ଥିଲେ। ଏହି ସହାୟତା କାର୍ୟ୍ଯ ରେ ସୁଶାନ୍ତ ପ୍ରଧାନୀ, ସୁକାନ୍ତ ପ୍ରଧାନୀ, ସୁପ୍ରତିମ ବେହେରା, ଶାନ୍ତ ପାଢ଼ୀ, ସୁବାଷ ମାଝୀ, ଜଗଦୀଶ ପଟ୍ଟନାୟକ, ଶ୍ରୀକାନ୍ତ ଦାସ, ରାକେଶ ପାତ୍ର, ଗୋବିନ୍ଦ ମାଝୀ, ଦିନେଶ ଭୋଇ ଓ ଜଗନ୍ନାଥ ବାଗ ପ୍ରମୂଖ ଅଂଶ ଗ୍ରହଣ କରିଥିଲେ। ଯୁବକ ଙ୍କ ଏଭଳି ସେବା ମନୋଭାବ କୁ ବିଭିନ୍ନ ମହଲରେ ପ୍ରଶଂସା କରିଛନ୍ତି।

Leave a Reply

Your email address will not be published. Required fields are marked *