ସ୍ବତନ୍ତ୍ର ସଚିବ ଙ୍କ ଆଦେଶ ମାନୁ ନାହାଁନ୍ତି , ଗୋଷ୍ଠି ଉନ୍ନୟନ ଅଧିକାରୀ !!!

!!! ପାରଳାଖେମୁଣ୍ଡି ରୁ ଟାଉନ ପ୍ରତିନିଧି ଅନିତା କୁମାରୀ ଅଧିକାରୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ଗଜପତି) – ଓଡିଶା ସରକାରଙ୍କ ସ୍ୱତନ୍ତ୍ର ସଚିବଙ୍କ ଦ୍ୱାରା ମାର୍ଚ୍ଚ ୨୪ ତାରିଖରେ ପ୍ରଦତ୍ତ ଚିଠା ନମ୍ବର କ୍ରମେ ୫୦ ବର୍ଷରୁ ଉର୍ଦ୍ଧ୍ୱ ବୟସ୍କ ବ୍ୟକ୍ତି ଏବଂ ରୋଗାକ୍ରାନ୍ତ କର୍ମଚାରୀ ଙ୍କୁ କୋଭିଡ଼ ୧୯ ର କୌଣସି କାର୍ଯ୍ୟରେ ନିୟୋଜନ ନକରିବା ନିମନ୍ତେ ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କୁ ସୂଚିତ କରାଯାଇଥିବା ବେଳେ ଏହି ଚିଠାକୁ କାଶୀନଗର ଗୋଷ୍ଠୀ ଉନ୍ନୟନ ଅଧିକାରୀ ମାନୁନଥିବା ଅଭିଯୋଗ ହୋଇଛି । ଏହା ଙ୍କ ଆଦେଶ ନମ୍ବର ୧୨୮୨/କୋଭିଡ଼ ୧୯ ତା ୦୫/୦୬/୨୦୨୦ ରିଖ କ୍ରମେ ବ୍ଲକ ଅଧୀନରେ ଥିବା ଟି.ଏମ୍.ସି କେନ୍ଦ୍ର ଗୁଡିକ ରେ ୫୦ ବର୍ଷରୁ ଉର୍ଦ୍ଧ କର୍ମଚାରୀ ଙ୍କୁ ନିୟୋଜନ କରିବା ଦୂରର କଥା ଅବସର ନେବାକୁ କିଛି ଦିନ ବାକି ରହିଥିବା କର୍ମଚାରୀ ଙ୍କୁ ମଧ୍ୟ ଏହି କାର୍ଯ୍ୟରେ ନିୟୋଜନ କରାଯାଇଥିବା ଅଭିଯୋଗ ହୋଇଛି । ଏଥିପ୍ରତି ଜିଲ୍ଲାପାଳ ଦୃଷ୍ଟି ଦେଇ ଏମାନଙ୍କ ବଦଳରେ ଜିଲ୍ଲାରେ କାର୍ଯ୍ୟରତ ଅନ୍ୟାନ୍ୟ କର୍ମଚାରୀଙ୍କୁ ଏଥିରେ ନିୟୋଜନ କରିବା ନିମନ୍ତେ ଦାବୀ ହେଉଛି ।

Leave a Reply

Your email address will not be published. Required fields are marked *