Site icon Ethara Sambhala

ସିପିଆଇ ପକ୍ଷରୁ ବେଗୁନିଆପଡା ଠାରେ ଗଣ ବିକ୍ଷୋଭ ଓ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ l  

ଏଥର ସମ୍ଭାଳ ବେଗୁନିଆପଡା  – ଭାରତୀୟ କମ୍ୟୁନିଷ୍ଟ ପାର୍ଟି ଓଡିଶା ରାଜ୍ୟ ପରିଷଦ ଆହ୍ୱାନରେ ସିପିଆଇ ବେଗୁନିଆପଡା ଆଞ୍ଚଳିକ ପରିଷଦ ନେତୃତ୍ୱରେ ବେଗୁନିଆପଡା ଠାରେ ଶୁକ୍ରବାର ଦିନ ଗଣ ବିକ୍ଷୋଭ କରାଯିବା ସହ କୋଭିଡ-19 ଓ ଅମ୍ପନ ଭଳି ସଙ୍କଟ ଜନକ ସ୍ତିତିରେ ଜନସାଧାରଣଙ୍କ ସର୍ବନିମ୍ନ ଆବଶ୍ୟକତା ପୂରଣ ପାଇଁ ତେର ଦଫା ସମ୍ବଳିତ ଏକ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରିଥିଲେ l ଦାବୀ ଗୁଡିକ ମଧ୍ୟରେ ଅମ୍ପନ କ୍ଷତିଗ୍ରସ୍ତଙ୍କୁ ସହାୟତା, ଦିନମଜୁରିଆଙ୍କୁ କାମପ୍ରଦାନ, ସମସ୍ତ ପ୍ରବାସୀଙ୍କୁ ଦଶ ହଜାର ଟଙ୍କା ସହାୟତା ରାଶି ପ୍ରଦାନ, ପ୍ରତ୍ୟେକ ପରିବାରଙ୍କୁ ରାସନ, ନୂତନ ଚାଷ ପାଇଁ ମାଗଣା ସାର, କୀଟନାଶକ, କୃଷି ଋଣ ଛାଡ ସହ ବିନାସୁଧରେ ଋଣ ପ୍ରଦାନ,  ଛାତ୍ରଛାତ୍ରୀଙ୍କ ସମସ୍ତ ଫିସ ଛାଡ଼, ପ୍ରବାସୀଙ୍କୁ ଘୋଷିତ ସହାୟତା ପ୍ରଦାନ ଏବଂ ବ୍ୟାପକ କୋଭିଡ ଟେଷ୍ଟିଙ୍ଗ ବ୍ୟବସ୍ଥା ସହ ଆନୁସଙ୍ଗିକ ଚିକିତ୍ସା ସୁନିଶ୍ଚିତ କରିବା ଅନ୍ତର୍ଭୁକ୍ତ l ଉକ୍ତ କାର୍ଯ୍ୟକ୍ରମରେ ସିପିଆଇ ଆଞ୍ଚଳିକ ସମ୍ପାଦକ ରଙ୍କନାଥ ସ୍ୱାଇଁ, ଜିଲ୍ଲା ସମ୍ପାଦକ ପ୍ରକାଶ ପାତ୍ର, ଅଖିଳ ଭାରତୀୟ ଯୁବାସଂଘ ରାଜ୍ୟ ସଭାପତି ପ୍ରଦୀପ ସେଠୀ, ବେଗୁନିଆପଡା ଆଞ୍ଚଳିକ ସହସଂପାଦକ ସତ୍ୟବାଦୀ ସ୍ୱାଇଁ, ଖଲ୍ଲିକୋଟ ଆଞ୍ଚଳିକ ସହସଂପାଦକ ବିଦ୍ୟାଧର ବେହେରା ସମେତ ଅନ୍ୟମାନେ ଯୋଗଦେଇ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ବେଗୁନିଆପଡା ବିଡ଼ିଓ ଦେବବର ପ୍ରଧାନଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ l ଅପରପକ୍ଷରେ ରାଜ୍ୟ ସରକାର ଦାବିପୂରଣ ଦିଗରେ ତୁରନ୍ତ ପଦକ୍ଷେପ ନନେଲେ ବ୍ୟାପକ ଜନ ଆନ୍ଦୋଳନ ପାଇଁ ଦାୟୀ ରହିବେ ବୋଲି ସିପିଆଇ କର୍ମକର୍ତ୍ତା ମାନେ ଧମକ ଦେଇଥିଲେ l

Exit mobile version