!!! ଗୁଣୁପୁର ରୁ ଉପଖଣ୍ଡ ପ୍ରତିନିଧି ବାସନ୍ତୀ କୁମାରୀ ପାଟ୍ଟଯୋଷୀ ଙ୍କ ରିପୋର୍ଟ !!!
ଏଥର ସମ୍ଭାଳ (ଗୁଣୁପୁର) – ରାୟଗଡ ଜିଲ୍ଲା ଗୁଣୁପୁର ଠାରେ ଆଜି ପ୍ରବାସୀ ଓଡ଼ିଆ ମାନଙ୍କୁ ସାହାଯ୍ୟ ଉଦ୍ଧେଶ୍ୟ ରେ ଗୁଣୁପୁର କଲେଜ ସ୍ଥିତ କ୍ୱାରେଣ୍ଟାଇନ୍ କେନ୍ଦ୍ର ଠାରେ ରାୟଗଡା ଜିଲ୍ଲା ବିଜୁ ଜନତା ଦଳ ପକ୍ଷରୁ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ରେ ରାୟଗଡ଼ା ଜିଲ୍ଲା ବିଜୁ ଜନତା ଦଳ ର ସଭାପତି ତଥା ରାଜ୍ୟ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ବୋର୍ଡ଼ ଉପଦେଷ୍ଟା ଶ୍ରୀ ସୁଧୀର କୁମାର ଦାସ , ଜିଲ୍ଲା ସାଧାରଣ ସମ୍ପାଦକ ଶ୍ରୀ ଗଗନ ଆଚାର୍ଯ୍ୟ ଉପସ୍ଥିତ ରହି ଶୁଖିଲା ଖାଦ୍ୟ ବଣ୍ଟନ କରିଥିଲେ । ଏଥିରେ ଗୁଣପୁର ବିଜୁ ଜନତା ଦଳ ର ସମସ୍ତ ସଦସ୍ୟ , ବିଜୁ ଯୁବ ବାହିନୀ ର ସଦସ୍ୟ , ସମସ୍ତ ୱାର୍ଡ ର କାଉନସିଲର ଏବଂ ପୂର୍ବତନ କାଉନସିଲର ଙ୍କ ସମେତ ବହୁ ବିଜୁପ୍ରେମୀ ଉପସ୍ଥିତ ରହିଥିଲେ । ବିଜୁ ଜନତା ଦଳ ର ଏଭଳି କାର୍ଯ୍ୟ କୁ ସାଧାରଣ ରେ ଭୁୟସୀ ପ୍ରଶଂସା କରାଯାଇଛି ।