ଏଥର ସମ୍ଭାଳ ବ୍ୟୁରୋ – ୨୦୦୦ ମସିହାର ସେହିଦିନ ଯେତେବେଳେ ହେଲିକାପ୍ଟରଟି ଉଡୁଥିଲା, ନିମ୍ନର ପରିସ୍ଥିତି ରଙ୍ଗହୀନ ଓ ତମାସାଚ୍ଛନ୍ନ ଥିଲା l ଜୀବିତ ଲୋକଙ୍କ ସ୍ମୃତିରେ, ସତେ ଯେମିତି ଦ୍ଵିତୀୟ ଥର ପାଇଁ ଆସିଥିଲା ୧୮୬୬ ‘ନଅଙ୍କ ଦୁର୍ଭିକ୍ଷ’ ଯାହା ଏକ ତୃତୀୟାଂଶ ଜନସଂଖ୍ୟାକୁ ପୋଛିଦେଇଥିଲା l ପ୍ରକୃତିର ପ୍ରଚଣ୍ଡ କ୍ରୋଧ ସହିତ ଚରମ ପ୍ରଶାସନୀୟବିଶୃଙ୍ଖଳା, ରାଜ୍ୟ ଓ ତା’ର ଜନସାଧାରଣଙ୍କୁ ପଙ୍ଗୁ କରିସାରିଥିଲା l ବାତ୍ୟାର କିଛି ସପ୍ତାହ ପରେ, ରାଜନେତାମାନେ ଲଜ୍ଜ୍ୟାହୀନ ଭାବେ ଖୁଦ୍ରାପିକ୍ଷୁଦ୍ର କଥାରେ କଳହରତ ରହି ପ୍ରଶାସନକୁ ପଣବନ୍ଦୀ ରଖିଥିଲେ l ଯେତେବେଳେ କାର୍ଯ୍ୟନିର୍ବାହୀ କଂଗ୍ରେସର ମୁଖ୍ୟମନ୍ତ୍ରୀ ଟଳମଳ ହେଉଥିଲେ, ଠିକ ସେତିକିବେଳେ ଦଳର ବରିଷ୍ଠ ସହକର୍ମୀମାନେ ଦିଲ୍ଲୀକୁ ଅର୍ଜି ଧରି ଦୌଡୁଥିଲେ ତାଙ୍କୁ ଗାଦିଚ୍ୟୁତ କରିବା ପାଇଁ l ଏହି ଅରାଜକତାର ସୁବିଧା ଉଠାଇ ସେମାନେ ମୁଖ୍ୟମନ୍ତ୍ରୀ ହେବାର ବ୍ୟକ୍ତିଗତ ଆକାଂକ୍ଷାକୁ ଚରିତାର୍ଥ କରିବାକୁ ସଦାଚେଷ୍ଟିତ ଥିଲେ l ବଞ୍ଚି ଯାଇଥିବା ଜନତାଙ୍କ ପାଖରେ ଠିକ ସମୟରେ ରିଲିଫ ପହଞ୍ଚିପାରିଲାନାହିଁ l ହଜାର ହଜାର ଲୋକ ଭୋକ ଓ ଉପାସରେ ରହିଲେ, ଯେହେତୁ ରାଜ୍ୟ ପ୍ରଶାସନ ଅପ୍ରସ୍ତୁତ ଅବସ୍ଥାରେ ଏହି ବିପତ୍ତିକୁ ସାମ୍ମା କରୁଥିଲା l ସରକାର ତା’ର ଦାୟିତ୍ୱକୁ ପରିହାର କରିଥିଲା, ଯାହାକି ପ୍ରଜାମାନଙ୍କୁ ପରିହାର କରିବା ସଙ୍ଗେ ସମାନ l ସେତେବେଳେ ରାଜନୀତି ଓ କୁଟିଳତା ରଙ୍ଗମଞ୍ଚର କେନ୍ଦ୍ରସ୍ଥଳରେ ଥିଲା ଓ ଜନତାଙ୍କୁ ଜୀବନ ନିର୍ବାହର ପନ୍ଥା ଖୋଜିବାକୁ ପଡିଥିଲା l ସେମାନେ ଆକାଶକୁ ଚାହିଁ ରହୁଥିଲେ କିଛି ଐଶ୍ୱରିକ ସାହାଯ୍ୟ ପାଇଁ l ଯେତେବେଳେ ଦୂର ଦିଗବଳୟରେ ଏକ ହେଲିକାପ୍ଟର ସନ୍ତର୍ପଣରେ ଆଗେଇ ଆସିଲା l ହେଲିକାପ୍ଟରରେ ପାଖାପାଖି ୫o ବର୍ଷୀୟ ଜଣେ ଡେଙ୍ଗା, ପତଳା ବ୍ୟକ୍ତି, ନୀରବରେ ପାଇଲଟ ପାଖଆଗ ଆସନରେ ବସିଥିଲେ l ଯାତ୍ରା ଆରମ୍ଭରେ କିଛି ସୌହାର୍ଦ୍ଧପୂର୍ଣ୍ଣ ଶବ୍ଦ ବ୍ୟତୀତ ଆଉ କିଛି କଥାବାର୍ତ୍ତା ନ ଥିଲା l ସେ ବ୍ୟକ୍ତିଜଣକ ମଣ୍ଡଦିୟା ଧଳା ପଞ୍ଜାବୀ ଓ ପାଇଜାମାରେ ବେଳେବେଳେ ତାଙ୍କ ଗୋଡଟିକୁ ପ୍ରସାର କରୁଥିଲେ, ବୋଧେ ଆଗକୁ ଥିବା ହତଉତ୍ସାହରେ ପରିପୂର୍ଣ୍ଣ ଆହ୍ୱାନକୁ ସେ ନୀରବର ସହ ଭାବୁଥିଲେ l ନବୀନ ପଟ୍ଟନାୟକ ଧ୍ୟାନସ୍ଥ ହେବାର କାରଣ ଥିଲା l ଯେକି ଜଣେ ଅଜଣା ବ୍ୟକ୍ତି ଥିଲେ l ସେ ପୁଣି ତାଙ୍କ ପୌଢ ବୟସର ସବୁତକ ସମୟ ଓଡିଶା ବାହାରେ କଟାଇଥିଲେ l ଓଡ଼ିଆ କହି ଜାଣୁ ନଥିଲେ ଓ ମୋଟାମୋଟି ଭାବରେ ଓଡ଼ିଶାର ଇତିହାସ, ସଂସ୍କୃତି, ପରମ୍ପରା, ବିଧିବିଧାନ ପ୍ରଭୃତିକୁ ଅଚିହ୍ନl ଥିଲେ l ତା ‘ସତ୍ୱେ ସେ ପ୍ରଚାର ପଥରେ ଥିଲେ ଓ ଆଶା କରୁଥିଲେ ସେ ରାଜ୍ୟର ମୁଖ୍ୟମନ୍ତ୍ରୀ ହେବେ l ଯେଉଁ ରାଜ୍ୟ ଅଳ୍ପଦିନ ତଳେ ଏକ ବିରାଟ ଦୁଃଖଦ ଘଟଣା ଦେଇଯାଇଛି l