!!! କେନ୍ଦୁଝର ଜିଲ୍ଲା ଯୋଡ଼ା ରୁ ରବିନ୍ଦ୍ର ଖମଣିଆ ଙ୍କ ରିପୋର୍ଟ୍ !!!
ଏଥର ସମ୍ଭାଳ (କେନ୍ଦୁଝର) – କରୋନା ର ମୁକାବିଲା କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଦେଶବାସୀଙ୍କ ଠାରୁ ଅର୍ଥଦାନ ମାଗିଛନ୍ତି । ଆଉ ଏହି ଖବର ପାଇ ଗ୍ରାହାମଷ୍ଟେନ ପୋଡ଼ି ଘଟଣାର ମୁଖ୍ୟ ଅଭିଯୁକ୍ତ ଦାରା ସିଂ ଆଜି ନିଜ ଓକିଲ ସହାୟତାରେ କେନ୍ଦ୍ର ସରକାର ତଥା ରାଜ୍ୟ ସରକାରଙ୍କୁ ନିଜ ପାରିଶ୍ରମିକ ପଇସା ରୁ ଛଅ , ଛଅ ହଜାର କରି ଦାନ କରିଛନ୍ତି । ଏଥି ନିମନ୍ତେ ସେ ବହୁ ପୂର୍ବରୁ କେନ୍ଦୁଝର ଜେଲ ଅଧିକ୍ଷକଙ୍କୁ ଅନୁମତି ମାଗିଥିଲେ । ଯାହାକୁ ନେଇ ଜେଲ ଡିଜି ଅନୁମତି ଦେବା ପରେ ଆଜି କେନ୍ଦୁଝର ଜେଲ ଅଧିକ୍ଷକ ଦାରାଙ୍କ ଓକିଲଙ୍କୁ ନଗଦ ୧୨ ହଜାର ଟଙ୍କା ଦେଇଥିଲେ । ଯାହାକୁ ସେ ଉଭୟ ସରକାରଙ୍କ ରିଲିଫ ଫଣ୍ଡ ରେ ଦାଖଲ କରିଛନ୍ତି । ଦାରା ସିଂ ଏବେ କେନ୍ଦୁଝର ଜେଲରେ ଆଜିବନ ସଜା କାଟୁଛନ୍ତି ।