!!! ନୂଆପଡ଼ା ରୁ ଜିଲ୍ଲା ପ୍ରତିନିଧି ସତୀଶ ଯୋଶୀ ଙ୍କ ରିପୋର୍ଟ୍ !!! 

ଏଥର ସମ୍ଭାଳ (ନୂଆପଡ଼ା) – ଆଜି ଭାରତୀୟ ଜନତା ପାର୍ଟି ନୁଆପଡା ଶାଖା ତରଫରୁ ମାନ୍ୟବର ସାଂସଦ କଳାହାଣ୍ଡି ବସନ୍ତ କୁମାର ପଣ୍ଡା ଙ୍କ ନେତୃତ୍ବରେ ଭାରତୀୟ ଜନତା ପାର୍ଟିର ଏକ ପ୍ରତନିଧି ଦଳ ନିମ୍ନଲିଖିତ ସମସ୍ୟା ଉପରେ ଆଲୋଚନା ପୂର୍ବକ ନିରାକରଣ ପାଇଁ ନୁଆପଡା ଜିଲ୍ଲାପାଳ ମଧୁସ୍ମିତା ସାହୁ ଙ୍କ ସହିତ ଚର୍ଚ୍ଚା ଆଲୋଚନା କରିଥିଲେ କୋଭିଡ୧୯ ପରିପ୍ରେକ୍ଷୀରେ ଭାରତ ବର୍ଷର ବିଭିନ୍ନ ପ୍ରଦେଶରେ ଜିଲ୍ଲାର ପ୍ରାୟ ୬୦୦୦୦ ପଞ୍ଜିକୃତ ଶ୍ରମିକ ନିଜର ନାମ ପଞ୍ଜିକରଣ କରିଥିବା ବେଳେ ଅଦ୍ୟାବଧି ଜିଲ୍ଲାରେ ମାତ୍ର ପ୍ରାୟ ୫୦୦୦ ଶ୍ରମିକ ପହଞ୍ଚି ଛନ୍ତି କେନ୍ଦ୍ର ସରକାର ସମସ୍ତ ଶ୍ରମିକ ଙ୍କୁ ଶ୍ରମିକ ସ୍ପେଶିଆଳ ଟ୍ରେନ ମାଧ୍ୟମରେ ନିଜ ନିଜ ଅଞ୍ଚଳରେ ପହଞ୍ଚାଇବାକୁ ବ୍ୟବସ୍ଥା କରି ଥିବା ବେଳେ ବଞ୍ଚିତ ୫୫ହଜାର ଶ୍ରମିକ ଆସିବା ପାଇଁ ତୁରନ୍ତ ବ୍ୟବସ୍ଥା କରିବା ପାଇଁ ଜିଲ୍ଲାପାଳ ଙ୍କ ମାଧ୍ୟମରେ ରାଜ୍ୟ ସରକାର ଙ୍କୁ ନିବେଦନ କରାଯାଇଥିଲା ଆଗକୁ ଅଳ୍ପ ଦିନ ମଧ୍ୟରେ ଖରିଫ୍ ଚାଷ ଆରମ୍ଭ ହେବ ବସି ରହିଥିବା ବିଭିନ୍ନ କାରଣ କୁ ନେଇ ଯେଉଁ ଯାତ୍ରୀ ମାନେ ବାହାର ରାଜ୍ୟକୁ ଯାଇଥିଲେ ସେମାନେ ମଧ୍ୟ ଏ ଯାବତ୍ ପହଞ୍ଚି ନାହାଁନ୍ତି, ଛାତ୍ର, ଶ୍ରମିକ ଯେଉଁମାନେ ମଧ୍ୟ ଫସିରହିଛନ୍ତି ଏମାନଙ୍କୁ ଫେରାଇ ଆଣିବା ପାଇଁ ପ୍ରତିନିଧି ଦଳ ଜିଲ୍ଲାପାଳଙ୍କୁ ଅନୁରୋଧ କରିବା ସହ ଶ୍ରମିକ ମାନଙ୍କୁ ତୁରନ୍ତ ଫେରାଇ ଆଣିଲେ ଜିଲ୍ଳାରେ ପର୍ଯ୍ୟାପ୍ତ ପରିମାଣରେ ମନରେଗା କାମ ଆରମ୍ଭ କରି ଶ୍ରମିକ ମାନଙ୍କୁ ଶ୍ରମ କାର୍ଯ୍ୟ ରେ ନିୟୋଜନ କରିବା ପାଇଁ ଦାବି ଜଣାଇଥିଲେ ବିଭିନ୍ନ ପତ୍ର ପତ୍ରିକାରେ ଓ ଦୂରଦର୍ଶନ ମାଧ୍ୟମରେ ଫସିରହିଥିବା ଓଡ଼ିଆ ଶ୍ରମିକ, ଛାତ୍ର ମାନଙ୍କ ପ୍ରତି ହେଉଥିବା ଚରମ ଅବହେଳା ଓ ଅକଥନୀୟ ଦୂର୍ଦସଶା ଓ ଆକୁଲନ କରୁଥିବା ଦୃଶ୍ୟ ଦେଖିବାକୁ ମିଳୁଛି ଏଭଳି ପରିସ୍ଥିତି ରେ ଅତିଶିଗ୍ର ପ୍ରଶାସନ ଓ ରାଜ୍ୟ ସରକାର ଫସିରହିଥିବା ଅଡିଆ ପ୍ରବାସୀ ଶ୍ରମିକ ଙ୍କ ନିକଟକୁ ପହଞ୍ଚି ଉଦ୍ଧାର ବ୍ୟବସ୍ଥା ପାଇଁ ଜିଲ୍ଲାପାଳ ମାଧ୍ୟମରେ ରାଜ୍ୟ ସରକାର ଙ୍କୁ ଅନୁରୋଧ ଜଣାଇଥିଲେ ତାର ସାଙ୍ଗରେ ଧାନ ବିକ୍ରୟ ନିମନ୍ତେ ଚଳିତ ରବି ଫସଲ ରେ ୧୭୨ ଜଣ ପଞ୍ଜିକୃତ ଚିଷୀ ପ୍ରଶାସନ ଦ୍ବାରା ଆବଶ୍ୟକୀୟ କାଗଜ ପତ୍ର ଦେଖି ଠିକ ହିସାବରେ କରାଯାଇନଥିବାରୁ ସେମାନଙ୍କ ନିକଟକୁ ଟୋକନ ନ ଆସିବାରୁ ବଞ୍ଚିତ ଅଛନ୍ତି ତୁରନ୍ତ ଏହି ବଞ୍ଚିତ ଚାଷୀ ଙ୍କୁ ଅନୁମତି ପ୍ରଦାନ ସହ ଗତ ଖରିଫ୍ ଫସଲ ବଞ୍ଚିତ ଚାଷୀ ଧାନ ବିକ୍ରି କରିବା ପାଇଁ ପୁନଃ ସୁଯୋଗ ଦେବା ପାଇଁ ଜିଲ୍ଲାପାଳ ଙ୍କ ସହ ଚର୍ଚ୍ଚା କରୁଥିଲେ ଏହି ପ୍ରତିନିଧି ମଣ୍ଡଳୀରେ ଭାରତୀୟ ଜନତା ପାର୍ଟିର ରାଜ୍ୟ ଉପ ସଭାପତି ପ୍ରସନ୍ନ ପାଢ଼ୀ,ଗତ ନିର୍ବାଚନର ବିଧାୟକ ପାର୍ଥି ହୋମସିଂ ମାଝୀ, ରାଜ୍ୟ କାର୍ଯ୍ୟକାରିଣୀ ମନିଜର ଆର୍ଯ୍, ଚତୁର୍ଭୁଜ ଶର୍ମା, ଜିଲ୍ଲା ସଭାପତି ସୁବ୍ରତ ଠାକୁର, ଜିଲ୍ଲା ସାଧାରଣ ସଂପାଦକ ଗଳ୍ଡୀ ଅଗ୍ରୱାଲ,ସୁସାନ୍ତ ପତୀ, ଜିଲ୍ଲା ସମ୍ପାଦକ କାମ୍ଲେସ ଦିକ୍ଷୀତ, ଜିଲ୍ଲା ସ ଯୁବ ମୋର୍ଚ୍ଚା ସାଧାରଣ ସଂପାଦକ ତୁଲସ ପଟେଲ, କୋଷାଧ୍ୟକ୍ଷ ଅଭିନନ୍ଦନ ପଣ୍ଡା,ମୋହିଳା ଅଭିନେତ୍ରୀ ସବିତା ଜେନା, ସାବିତ୍ରୀ ସାହୁ, ମୁରଲୀଧର ସୁନା,ମୁନା ମହାପାତ୍ର,ଭଗତସିଂ,ପୂସ୍ତମ ମୁଶ୍ରା, ମୁଲଚନ ସୁନାନୀ, ସଙ୍କର ଅହିର ପ୍ରମୁଖ ସାମିଲ ହୋଇଥିଲେ

LEAVE A REPLY

Please enter your comment!
Please enter your name here