ଖଣ୍ଡିଆନଈ ଠାରେ ଅଗ୍ନିଶମ ବାହିନୀ ପକ୍ଷରୁ ବିଶୋଧକ ସିଞ୍ଚନ।

!!! ଗଞ୍ଜାମ୍ ଜିଲ୍ଲା ଛତ୍ରପୁର ରୁ ଉପଖଣ୍ଡ ପ୍ରତିନିଧି ପବିତ୍ର କୁମାର ରାଉତ ଙ୍କ ରିପୋର୍ଟ୍ !!! 

ଏଥର ସମ୍ଭାଳ (ବେଗୁନିଆପଡା) – ଗଞ୍ଜାମ ଜିଲ୍ଲାପାଳଙ୍କ ନିର୍ଦେଶ କ୍ରମେ ଜିଲ୍ଲାର ବିଭିନ୍ନ ସ୍ଥାନରେ ବିଶୋଧନ ପ୍ରକ୍ରିୟା ଜାରିରହିଥିଲା ବେଳେ ଆଜି ବେଗୁନିଆପଡା ବ୍ଲକର ଖଣ୍ଡିଆନଈ ପଞ୍ଚାୟତର ବିଭିନ୍ନ ସ୍ଥାନରେ ସାନିଟାଇଜର ସିଞ୍ଚନ କରାଯାଇଛି। ପଞ୍ଚାୟତ ଅଫିସ, ଜନତା ହାଇସ୍କୁଲ, ଜନତା ବିଜ୍ଞାନ କଲେଜ, ହଷ୍ଟେଲ ସମେତ ପାଖାପାଖି ଅଞ୍ଚଳକୁ କୋଦଳା ଅଗ୍ନିଶମ ବାହିନୀ ପକ୍ଷରୁ ସାନିଟାଇଜେସନ କରାଯାଇଥିଲା। ଏଥିରେ ସରପଞ୍ଚ ପ୍ରତିନିଧି ଅକ୍ଷୟ ପ୍ରଧାନ, ମୁନା ପଣ୍ଡା, ମୁନା ପଟ୍ଟନାୟକ, ସୁଶାନ୍ତ ଡାକୁଆ ସମେତ ଅନ୍ୟମାନେ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *