
ଏଥର ସମ୍ଭାଳ ବ୍ୟୁରୋ (ଗୁଣପୁର) – ଗୁଣପୁର ପୋୖର ପରିଷଦରେ ନିର୍ବାହୀ ଅଧିକାରୀ ଭାବେ ଉମା ଚରଣ ଦାସ ଯୋଗଦେବାପରେ ଶ୍ରୀ ଦାସ ଙ୍କ ନମ୍ରତା ମନୋଭାବକୁ ଦେଖି ପୌର ପରିଷଦ ର କିଛି କର୍ମଚାରୀ ନିଜକୁ ଜଣେ ନିର୍ବାହୀ ଅଧିକାରୀ ଭାବେ ନିଜେ ମନେ କରୁଥିବା ସହରରେ ଚର୍ଚ୍ଚାର ବିଷୟ ପାଲଟିଛି। ଏମାନଙ୍କ ମଧ୍ୟରୁ ବି.ମାଲିକେଶ୍ୱର ରାଓ ଙ୍କ ନାମ ବିଭିନ୍ନ ସ୍ଥାନରେ ବହୁ ଚର୍ଚ୍ଚିତ ହେଉଛି । ପୋୖର ପରିଷଦ ରେ କାର୍ଯ୍ୟରତ କର୍ମଚାରୀ ମାନେ କିଏ କେଉଁ ବିଭାଗ ଦାୟିତ୍ୱରେ ରହି କାର୍ଯ୍ୟ ନିର୍ବାହ କରୁଛନ୍ତି ଏହା ସାଧାରଣ ଲୋକେ ଜାଣିବା କଷ୍ଟ ସାଧ୍ୟ ହୋଇପଡିଛି । ସମୁଦାୟ ୫କି.ମି ପରିସର ମଧ୍ୟରେ ଅବସ୍ଥାପିତ ପୋୖରାଞ୍ଚଳ ନିମନ୍ତେ ଘରୋଇ ବ୍ୟବହାର୍ଯ୍ୟ ଗାଡିକୁ ଅଫିସ କାର୍ଯ୍ୟରେ ଲଗାଇବା ଆବଶ୍ୟକତା କଣ ବୋଲି ପ୍ରଶ୍ନ ଉଠୁଛି ? ନିର୍ବାହୀ ଅଧିକାରୀ ଙ୍କ ନିମନ୍ତେ ନିଯୁକ୍ତ ଗାଡିକୁ ସମସ୍ତ କର୍ମଚାରୀ ବ୍ୟବହାର କରି ଅଯଥା ତେଲ ଅପଚୟ କରୁଛନ୍ତି ବୋଲି ଅଭିଯୋଗ ହେଉଛି । ଏକ ଘରୋଇ ଗାଡିକୁ ଅଫିସ କାର୍ଯ୍ୟରେ ନିଯୁକ୍ତ କରିବା ପୂର୍ବରୁ ଗାଡ଼ିର ଆବଶ୍ୟକତା ନେଇ ପୋୖର ପାରିଷଦ ପକ୍ଷରୁ ବିଜ୍ଞାପନ ଜାରି କରାଯାଇଥିଲା କି ? ଏଥିପାଇଁ କେଉଁ କେଉଁ ବ୍ୟକ୍ତି ବିଶେଷ ସେମାନଙ୍କ ଗାଡି ପୋୖର ପରିଷଦର କାର୍ଯ୍ୟରେ ଲଗାଇବା ନିମନ୍ତେ ଇଛା ପ୍ରକାଶ କରଥିଲେ ଏବଂ ବର୍ତ୍ତମାନ ର ଗାଡି ମାଲିକଙ୍କୁ କେଉଁ ନିୟମ ଭିତ୍ତିରେ ଏହି ସୁଯୋଗ ପ୍ରଦାନ କରାଯାଇଛି ବୋଲି ପ୍ରଶ୍ନ ଉଠୁଛି । ସାଧାରଣ ରେ ଉଠିଥିବା ଏହି ପ୍ରଶ୍ନ ର ସମାଧାନ ନିମେନ୍ତ ପୋୖର ନିର୍ବାହୀ ଅଧିକାରୀ କିମ୍ବା ଅଧକ୍ଷ ଏକ ଶ୍ୱେତପତ୍ର ପ୍ରକାଶ କରନ୍ତୁ କିମ୍ବା ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ପ୍ରକାଶ କରନ୍ତୁ ବୋଲି ବୁଦ୍ଧିଜୀବୀ ମତପ୍ରକାଶ କରିଛନ୍ତି । ବର୍ତ୍ତମାନ୍ ପରିସ୍ଥିତି ରେ ଅସହାୟ ବ୍ୟକ୍ତି ଏବଂ ଯେଉଁ ପରିବାର ରେସନ୍ କାର୍ଡ ନଥିବା ହେତୁ ପିଡିଏସ୍ ସମାଗ୍ରୀ ପାଇପାରୁ ନାହାଁନ୍ତି ସେମାନଙ୍କୁ ଖାଦ୍ୟ ଓ ରେସନ୍ ସମାଗ୍ରୀ ଯୋଗାଇବା ନିମନ୍ତେ ରାଜ୍ଯ ସରକାର ଙ୍କ ପକ୍ଷରୁ ଦୁଷ୍ଟାନ୍ତ ମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ଏହି ପରିପ୍ରେକ୍ଷୀରେ ରେ ଗୁଣପୁର ପୌର ପରିଷଦ ପକ୍ଷରୁ ମଧ୍ଯ ପଦକ୍ଷେପ ଗ୍ରହଣ କରାଯାଇଛି। କିନ୍ତୁ ଏହି ଦାୟିତ୍ଵ ରେ ଥିବା ପୌର କର୍ମଚାରୀ ଏହାକୁ ସଠିକ ଭାବେ ପାଳନ କରୁନଥିବା ଅଭିଯୋଗ ହେଉଛି। ଯେଉଁ ମାନେ ସରକାର ଙ୍କ ପ୍ରଦତ୍ତ ଏହି ସୁବିଧା ପାଇପାରୁନାହାନ୍ତି ବୋଲି ନିର୍ବାହୀ ଅଧିକାରୀ ଙ୍କ ନିକଟରେ ଫେରାଦ ହୋଇଥିଲା ସେମାନଙ୍କ ନିକଟରେ ଖାଦ୍ୟ ଏବଂ ସାମଗ୍ରୀ ପହଞ୍ଚାଇବା ନିମନ୍ତେ ନିର୍ବାହୀ ଅଧିକାରୀ ନିର୍ଦ୍ଦେଶ ଦେଇଥିବା ସତ୍ତ୍ୱେ ଦାୟିତ୍ଵ ରେ ଥିବା ବି. ମାଲିକେଶ୍ୱର ରାଓ ଅସହାୟ ବ୍ୟକ୍ତି ଙ୍କୁ ସରକାରୀ ଙ୍କ ପକ୍ଷରୁ ଦିଆଯାଉଥିବା ସୁବିଧା ଯୋଗାଇ ଦେବା ବଦଳରେ ତୁମ ମାନଙ୍କୁ ଯଦି ଖାଦ୍ୟ ସମାଗ୍ରୀ ଦେବୁ ତେବେ ପ୍ରତ୍ୟକ ସାହିରେ ଏପରି ରହିଥିବା ଲୋକ ଙ୍କୁ ଆମେ କେତେ ଦେବୁ ବୋଲି କହିଥିବା ଲୋକେ ଅଭିଯୋଗ କରିଛନ୍ତି। ଏଠାରେ ପ୍ରଶ୍ନ ଉଠୁଛି ପୌର ପରିଷଦ ପକ୍ଷରୁ ଅସହାୟ ବ୍ୟକ୍ତି ଯୋଗାଇ ଦିଆ ଯାଉଥିବା ଖାଦ୍ୟ ସାମଗ୍ରୀ ସରକାରୀ ଧନ ରୁ ଦିଆ ଯାଉଛି ନା ମାଲିକେଶ୍ୱର ଙ୍କ ହାତ ପାଣ୍ଠି ରୁ ଯୋଗାଇ ଦିଆଯାଉଛି। ଶ୍ରୀ ରାଓ ନିଜ କାର୍ଯ୍ୟ ସଠିକ୍ ଭାବେ ପାଳନ କରୁନାହାଁନ୍ତି କେବେଳ ଏହି ଦାୟିତ୍ଵ ତୁଲାଇବା ପାଇଁ ବ୍ୟବହୃତ ଇନୋଭା ଯାନରେ ବୁଲି ନିଜକୁ ପୌର ଅଧିକାରୀ ଙ୍କ ଠାରୁ ଅଧିକ ମନେ କରୁଥିବା ଏହାଙ୍କୁ ଏହି ଦାୟିତ୍ଵ ରୁ ହଟାଇ ନିଜେ ନିର୍ବାହୀ ଅଧିକାରୀ ଏଥି ପ୍ରତି ଦୃଷ୍ଟି ଦେବା ପାଇଁ ସାଧାରଣ ରେ ଦାବୀ ହେଉଛି ।

