କରୋନା ସଂକ୍ରମଣ ରୁ ଦୁରେଇ ସୁସ୍ଥ ରହିବା ଉପାୟକୁ ହାତଛଡା କରନ୍ତୁ ନାହିଁ : ଜିଲ୍ଲାପାଳ ରାୟଗଡ ।

ରାୟଗଡା ଜିଲ୍ଳାରୁ କରନା ଭୁତାଣୁ କୁ ସମ୍ପୂର୍ଣ୍ଣ ନିପାତ କରି ବା ଦିଗରେ ସମସ୍ତ ଜିଲ୍ଲା ବାସୀ ଯୋଦ୍ଧା ସାଜିବା ନିମନ୍ତେ ଜିଲ୍ଲାପାଳ ଆହ୍ୱାନ ଦେଇଛନ୍ତି । ସରକାରଙ୍କ ଲାକଡାଉନ ବ୍ୟବସ୍ଥା ଓ ସାମାଜିକ ଦୂରତା ବଜାୟ ରଖିବା ଇତ୍ୟାଦି ଯୋଗୁଁ ଏହି ଭୟାବହ ରୋଗ ସଂକ୍ରମଣ ବହୁ ମାତ୍ରାରେ ପ୍ରତିହତ ହୋଇପାରିଥିବା ଏବଂ ଜିଲାରେ ଡାକ୍ତର , ସ୍ୱାସ୍ଥ୍ୟକର୍ମୀ, ପୋଲିସ କର୍ମଚାରୀ, ପରିମଳ କର୍ମଚାରୀ, ପ୍ରଶାସନିକ ଅଧିକାରୀ ଓ କର୍ମଚାରୀ ଏବଂ ସମାଜିକ ସଂଗଠନ ମାନଙ୍କ ଦିନରାତି ଉଦ୍ୟମ କରନା କୁ ମୁକାବିଲା କରିପାରିଥିବା ଜିଲ୍ଲାପାଳ ଶ୍ରୀ ପ୍ରମୋଦ କୁମାର ବେହେରା କହିଛନ୍ତି । ବିଶ୍ୱର ଏହି ମହାମାରୀ ଭୁତାଣୁ ସଂକ୍ରମଣ ସମୟରେ ସମସ୍ତେ ସମାଜିକ ଦୂରତା ରକ୍ଷା କରି ଘରେ ରହି ନିଜ ପରିବାର ,ଦେଶ ଓ ରାଜ୍ୟ କୁ ରକ୍ଷା କରିବାକୁ ଜିଲ୍ଲା ବାସୀ ଙ୍କୁ ନିବେଦନ କରିଛନ୍ତି ।

Leave a Reply

Your email address will not be published. Required fields are marked *