୨୮ ଅନାଥ ଅନ୍ତେବାସୀ ଶିଶୁଙ୍କୁ ଖାଦ୍ୟ ସାମଗ୍ରୀ ଓ ମାସ୍କ ବଣ୍ଟନ କଲେ “ପ୍ରଜା” ସ୍ବେଚ୍ଛାସେବୀ ଅନୁଷ୍ଠାନ।

!!! ଗଜପତି ଜିଲ୍ଲା ରୁ ପାରଳାଖେମୁଣ୍ଡି ଟାଉନ ପ୍ରତିନିଧି ଅନିତା କୁମାରୀ ଅଧିକାରୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ପାରଳାଖେମୁଣ୍ଡି) – ଗଜପତି ଜିଲ୍ଲାର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ “ପ୍ରଜା” ପକ୍ଷରୁ ଗୋଷାଣୀ ବ୍ଳକର ରମ୍ପା ପଞ୍ଚାୟତରେ ଥିବା ଏସ୍. ଉରୁଡା ଗ୍ରାମରେ ଥିବା ବିବେକାନନ୍ଦ ରେସିଡେନ୍ସିଆଲ୍ ସ୍କୁଲ ତଥା ଶିଶୁ ସୁରକ୍ଷା ଅନୁଷ୍ଠାନରେ ରହୁଥିବା ୨୮ଜଣ ଅନାଥ ଅନ୍ତେବାସୀ ଶିଶୁ ମାନଙ୍କୁ ଖାଦ୍ୟ ସାମଗ୍ରୀ ତଥା ଚାଉଳ, ଡାଲି , ଆଳୁ, ପିଆଜ, ପନିପରିବା, ତେଲ , ଲୁଣ ଏବଂ ରାସନ ସାମଗ୍ରୀ ସହିତ ମାସ୍କ ଓ ହ୍ୟୋଣ୍ଡୱ।ସ ବଣ୍ଟନ କରିବା ସହ କରୋନା ଭୁତାଣୁ ଦାଉରୁ କିପରି ରକ୍ଷା ପାଇବେ ସେ ବିଷୟରେ ସଚେତନତା କରାଇଥିଲେ।
ଏହି କାର୍ଯ୍ୟକ୍ରମରେ ପ୍ରଜା ସଂସ୍ଥାର ନିର୍ଦ୍ଦେଶକ ସତ୍ୟ ନାରାୟଣ ପଢ଼ିଆରୀ ଏବଂ ସଭ୍ୟ ବିଭୂତି ଭୂଷଣ ବେହେରା , ଜଗନ୍ନାଥ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମ ରେ ମୁଖ୍ୟତଃ ସାମାଜିକ ଦୂରତାକୁ ଗୁରୁତ୍ୱ ଦିଆଯାଇ ଲକ୍ ଡାଉନ୍ ନିୟମକୁ କଡାକଡି ଭାବେ ପାଳନ କରାଯାଇଥିଲା। ପ୍ରଜା ସଂସ୍ଥାର ଏଭଳି ସେବା କାର୍ଯ୍ୟକ୍ରମକୁ ସର୍ବସାଧାରଣରେ ପ୍ରସଂଶା କରାଯାଇଛି।

Leave a Reply

Your email address will not be published. Required fields are marked *