ଜିଲ୍ଲା ବାହାର ଯାତ୍ରୀ ଙ୍କ ଗତି ବିଦ୍ଧି କୁ ଯାଞ୍ଚ କରିବା ପାଇଁ ପ୍ରଶାସନ ଲଗାଇଲା ସିସି ଟିଭି।
!!! ଗଜପତି ଜିଲ୍ଲା ରୁ ପାରଳାଖେମୁଣ୍ଡି ଟାଉନ ପ୍ରତିନିଧି ଅନିତା କୁମାରୀ ଅଧିକାରୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ପାରଳାଖେମୁଣ୍ଡି) – କୋଭିଡ -୧୯ ଜନିତ ଲକ ଡାଉନ କୁ ଦୃଷ୍ଟିରେ ରଖି ଗଜପତି ଜିଲ୍ଲା ପ୍ରଶାସନ ଜନସାଧାରଣ ଙ୍କୁ କରୋନା ସଂକ୍ରମଣ ରୁ ଦୂରେଇ ରଖିବା ଉଦ୍ଦେଶ୍ୟରେ ଅନ୍ତଃରାଜ୍ୟ ଓ ଅନ୍ତଃଜିଲ୍ଲା ର ସୀମାରେ ଥିବା ପ୍ରବେଶ ପଥକୁ ସିଲ କରି ଜିଲ୍ଲା ମଧ୍ୟକୁ ବାହାରୁ ଆସୁଥିବା ଏବଂ ବାହାରକୁ ଯାଉଥିବା ଲୋକମାନଙ୍କ ଉପରେ କଟକଣା ଜାରିକରିଛି ।ତଥାପି କେତେକ ବ୍ୟକ୍ତି ଏହାକୁ ମାନୁନଥିବା ରୁ ଏମାନଙ୍କ ଗତିବିଧି ଉପରେ ଲକ୍ଷ୍ୟ ରଖିବା ଏବଂ ରୋକ ଲଗାଇବା ନିମନ୍ତେ ଗଜପତି ଜିଲ୍ଲା ର ସଦର ମହକୁମା ପାରଳାଖେମୁଣ୍ଡି ସହର ଉପକଣ୍ଠ ରେ ଥିବା ମହେନ୍ଦ୍ର ତନୟା ବ୍ରିଜ ନିକଟରେ,ରାମସାଗର ଛକ ,କାଶୀନଗର ବ୍ଲକ ର ହାଡୁ ଭାଙ୍ଗି ଓ ସୀତାପୁର ଛକ,ଗୋଶାଣୀ ବ୍ଲକ ର ଦେବିତି ଓ ଲାବନ୍ୟଗଡ଼ ଠାରେ ପ୍ରଶାସନ ପକ୍ଷରୁ ସିସି ଟିଭି କ୍ୟାମେରା ଲଗାଯାଇଛି । ଏଠାରେ ପୋଲିସ ୨୪ ଘଣ୍ଟା ସଜାଗ ରହି ଯାତ୍ରୀଙ୍କ ଗତିବିଧିକୁ ଅନୁଧ୍ୟାନ କରି ଜିଲ୍ଲା କୁ କରୋନା ସଂକ୍ରମଣ ରୁ ମୁକ୍ତ ରଖିବ ବୋଲି ଏସ ପି ସାରା ଶର୍ମା ସୂଚନା ଦେଇଛନ୍ତି ।

