ରାୟଗଡ଼ା ଜିଲ୍ଲାରେ ୧୦୦ ଶଯ୍ୟା ବିଶିଷ୍ଟ କୋଭିଡ୍-୧୯ ହସ୍ପିଟାଲ ଉଦ୍ଘାଟିତ ; ଜିଲ୍ଲା ପ୍ରଶାସନ କୁ ଭୁୟସି ପ୍ରଶଂସା କଲେ ଜିଲ୍ଲାବାସୀ ! ।

!!! ରାୟଗଡ ଜିଲ୍ଲା ସ୍ବତନ୍ତ୍ର ପ୍ରତିନିଧି ଦୀପକ କୁମାର ବେହେରା ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ରାୟଗଡ) – ରାୟଗଡା ଜ଼ିଲ୍ଲାର ଜେକେପୁର ଠାରେ ଅବସ୍ଥାପିତ ଇଏସଆଇ ହସ୍ପିଟାଲ ପରିଷର ମଧ୍ୟରେ ଏକ ୧୦୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ ଉଦଘାଟନ ହୋଇଯାଇଛି। ଉଦଘାଟନୀ କାର୍ଯ୍ୟକ୍ରମରେ ରାୟଗଡା ଜିଲ୍ଲାପାଳ ଶ୍ରୀ ପ୍ରମୋଦ କୁମାର ବେହେରା ମୁଖ୍ୟ ଅତିଥି ରୂପେ ଯୋଗ ଦେଇ କୋଭିଡ-୧୯ ହସ୍ପିଟାଲର ଉଦଘାଟନ କରିଥିବା ବେଳେ ରାୟଗଡା ଆରକ୍ଷୀ ଅଧିକ୍ଷକ ଡାକ୍ତର ଶ୍ରବଣ ବିବେକ ଏମ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦେଶକ ଶ୍ରୀ ଅମ୍ରିତ ଋତୁରାଜ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ହସ୍ପିଟାଲରେ ଅକ୍ସିଜେନର ସୁବିଧା ରହିଥିବା ବେଳେ ଆଇସିୟୁ ଓ ଭେଣ୍ଟିଲେଟର ସୁବିଧା ଯଥାଶୀଘ୍ର କରାଯିବା ନେଇ ଜଣାପଡିଛି। ଯଦି ଜରୁରୀ କାଳୀନ ପରିସ୍ଥିତି ଆସେ ତାହେଲେ ରୋଗୀଙ୍କୁ ବ୍ରହ୍ମପୁର କିମ୍ବା ଭୁବନେଶ୍ୱରକୁ ପଠାଯିବାକୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନିଷ୍ପତି ନିଆଯାଇଛି। ଏହି କୋଭିଡ ହସ୍ପିଟାଲରେ ୫ ଜଣ ଡାକ୍ତର, ୩ ଜଣ ଫାର୍ମାଶିଷ୍ଟ, ୨ଜଣ ଲ୍ୟାବ ଟେକନିସିଆନ, ୧୨ଜଣ ଷ୍ଟାଫ ନର୍ସ, ୬ ଜଣ ସୁଇପେର ଓ ୪ ଜଣ ସୁରକ୍ଷା କର୍ମୀ ସହ ଜଣେ ଏଚଏମଙ୍କୁ ନିଯୁକ୍ତି କରାଯାଇଛି ବୋଲି ଜିଲ୍ଲାପାଳ ଶ୍ରୀ ବେହେରା ସୂଚନା ଦେଇଥିଲେ। ଏଥିରେ ଡାକ୍ତର ଲକ୍ଷ୍ମୀକାନ୍ତ ସାହୁଙ୍କୁ କୋଭିଡ ହସ୍ପିଟାଲର ମେଡିକାଲ ଅଫିସର ଭାବେ ନିଯୁକ୍ତି କରାଯାଇଛି। ଜ଼ିଲ୍ଲା ମୁଖ୍ୟ ଚିକିସ୍ୟାଧିକାରୀ ଡ଼ଃ ଆର୍ତ୍ତବନ୍ଧୁ ନାୟକ କୋଭିଡ ନୋଡାଲ ଅଫିସର ଡ଼ଃ ବି.ଏଲ. ରାଜୁ ଓ ରାୟଗଡା ପିଏଆଇଟିଡ଼ିଏ ଟୁକୁ ବାରିକ ଙ୍କ ତତ୍ୱାବଧାନରେ ଏହି ହସ୍ପିଟାଲ କାର୍ଯ୍ୟକ୍ଷମ ହେବାକୁ ଥିବା ବେଳେ ନିୟମିତ ଭାବେ ଏହି ଅଧିକାରୀ ମାନେ ହସ୍ପିଟାଲ ପରିଦର୍ଶନ କରି ସ୍ଥିତି ସମୀକ୍ଷା କରି ଜ଼ିଲ୍ଲାପାଳଙ୍କୁ ରିପୋର୍ଟ ପ୍ରଦାନ କରିବା ନେଇ ଜଣାପଡିଛି। ତେବେ ଭେଣ୍ଟିଲେଟର ଓ ଆଇସିୟୁର ସୁବିଧା ନ ଥିବାରୁ କୌଣସି ରୋଗୀ ପଜିଟିଭ ଚି଼ହ୍ନଟ ହେଲେ ସେହି ରୋଗୀକୁ ତୁରନ୍ତ ଭୁବନେଶ୍ୱର କିମ୍ବା ବ୍ରହ୍ମପୁର କୁ ପଠାଯିବା ପାଇଁ ବିଭାଗୀୟ ନିର୍ଦେଶ ରହିଛି। ସେହିପରି ସ୍ୱାବ ସଂଗ୍ରହ ପାଇଁ ଦୁଇଟି ଲ୍ୟାବ ରୁମ ହସ୍ପିଟାଲରେ ରହିଥିବା ଜ଼ିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ଼ଃ ନାୟକ କହିଛନ୍ତି। ଏହି ଉଦଘାଟନ ସମୟରେ ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀ ପ୍ରିୟବ୍ରତ ଶାମନ୍ତରାୟ ଡିପିଏମ ରାଜେଶ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହିଥିଲେ।

Leave a Reply

Your email address will not be published. Required fields are marked *