!!! ଗୁଣୁପୁର ଉପଖଣ୍ଡ ପ୍ରତିନିଧି ବାସନ୍ତୀ କୁମାରୀ ପାଟ୍ଟଯୋଷୀ ଙ୍କ ରିପୋର୍ଟ !!!
ଏଥର ସମ୍ଭାଳ (ଗୁଣପୁର) – ରାୟଗଡା ଜିଲ୍ଲା ଗୁଣପୁର ସହର ରେ ବସବାସ କରୁଥିବା ସମସ୍ତ ପରିବାର ଲୋକେ ଭାରତ ର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଙ୍କ ଆହ୍ବାନକ୍ରମେ ଗତକାଲି ଅର୍ଥାତ ରବିବାର ଦିନ ରାତି ୯ ଘ. ଠାରୁ ୯.୦୯ଘ. ମିନିଟ ପର୍ଯ୍ଯନ୍ତ ସ୍ବେଛାକୃତ ଭାବେ ନିଜ ନିଜ ଘର ର ଲାଇଟ୍ ବନ୍ଦ କରି ନିଜ ବାଲକୋନୀରେ , ନିଜ ଦୁଆର ମୁହଁରେ , ମହମବତୀ ଦୀପ ଓ ଟର୍ଚ୍ଚ ଲାଇଟ ଲଗାଇବା ବେଳେ ଅନ୍ୟ କେତେକ ମୋବାଇଲ ଲାଇଟ୍ ଜଳାଇ କରୋନା ବିରୁଦ୍ଧରେ ଏକତାର ପ୍ରଦର୍ଶନ କରିଥିବା ଦେଖିବାକୁ ମିଳିଥିଲା । ମାନ୍ୟବର ପ୍ରଧାନମନ୍ତ୍ରୀ ଙ୍କ ଏହି ଆହ୍ୱାନ କୁ ସମ୍ମାନ ଜଣାଇ ନିଜକୁ ଏଥିରେ ସାମିଲ କରି ଏହାର ମୁକାବିଲା ପାଇଁ ଆମ୍ଭେ ପ୍ରତିବଦ୍ଧ ବୋଲି ଜଣାଇଛନ୍ତି ଗୁଣୁପୁର ବାସୀ ।