!!! ଢେଙ୍କାନାଳ ଜିଲ୍ଲା ରୁ ଟାଉନ ପ୍ରତିନିଧି ମାଗୁଣି ନାୟକଙ୍କ ସହ ଜିଲ୍ଲା ପ୍ରତିନିଧି ଦେବାଶିଷ ପଟ୍ଟନାୟକ ଙ୍କ ରିପୋର୍ଟ୍ !!!
ଏଥର ସମ୍ଭାଳ (ଢେଙ୍କାନାଳ) – ଦେଶ ୨୧ଦିନ ପାଇଁ ଲକଡାଉନ ଘୋଷଣା ପରେ ଢେଙ୍କାନାଳରେ ମଧ୍ୟ କୋରୋନା ପାଇଁ ସମସ୍ତ ପ୍ରତିକାର ମୁଳକ ପଦକ୍ଷେପ ନିଆଯାଇଛି। ଜିଲ୍ଲାର ସମସ୍ତ ମୁଖ୍ୟ ଛକ ବଜାର ନିକଟରେ ପୋଲିସ ମୃତୟନ ହେବାସହ କଡାକଡି ଅନାବଶ୍ୟକ ଗାଡିଚାଳକଙ୍କୁ ତାଗିଦ କରାଯାଇଛି।ଅତ୍ୟାବଶ୍ୟକ ସାମଗ୍ରୀ କୁ ଛାଡିଦେଲେ ବାକି ବଜାର ଘାଟ ବନ୍ଦ ରହିଛି।ଉତରାଞ୍ଚଳ ଆଇଜି ନରସିଂହ ଭୋଳ ଢେଙ୍କାନାଳ ଏସପି ଅନୁପମା ଜେମ୍ସ ନିଜେ ମଧ୍ୟ ସହରର ବିଭିନ୍ନ ସ୍ଥାନ ବୁଲିବୁଲି ଢେଙ୍କାନାଳର ଲକଡାଉନର ସ୍ଥିତି ସମିକ୍ଷା କରିଛନ୍ତି।ଅନାବଶ୍ୟକ ଗାଡିଚାଳକ ମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ପୋଲିସ ଅଧିକାରୀ ଓ କର୍ମଚାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଆଇଜି।ଏପଟେ ଦୈନିକ ପରିବା ମାର୍କେଟ ସମେତ ଗ୍ରୋସୋରୀ,ଫଳମୂଳ,ମାଛ ମାଂସ ଦୋକାନ ସବୁକୁ ସକାଳ ୭ରୁ ଦିନ ୧୦ଟା ଏବଂ ଅପରାହ୍ନ ୪ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଖୋଲିବାକୁ ନିର୍ଦ୍ଦେଶ ଦିଆଯାଇଛି।ଏହା ସତ୍ୱେ କେତେକ ଗାଲୁଆ ଜନସାଧାରଣ ଏନିୟମକୁ ଖାତିରି ନକରି ଗାଡ଼ିଧରି ବଜାରରେ ବୁଲୁଥିବା ସମୟରେ ପୋଲିସ 4ଜଣଙ୍କୁ ଗିରଫ କରିଛି l