ରାଜଗାଙ୍ଗପୁର ବିଧାୟକ ଙ୍କ ସ୍ୱାସ୍ଥ୍ୟ କେନ୍ଦ୍ର ଗ୍ରସ୍ତ ; ବିଭିନ୍ନ ସମସ୍ୟା ର କଲେ ଅନୁଧ୍ୟାନ।


!!! ସୁନ୍ଦରଗଡ ଜିଲ୍ଲା ରାଜଗାଙ୍ଗପୁର ରୁ ରମେଶ ମିଶ୍ର ଙ୍କ ରିପୋର୍ଟ୍ !!!
ଏଥର ସମ୍ଭାଳ (ରାଜଗାଙ୍ଗପୁର) – ରାଜଗାଙ୍ଗପୁର ବିଧାୟକ ଡ଼: ସି.ଏସ ରାଜନ ଏକ୍କା ଆଜି ପ୍ରାୟ ଦିନ ୧୧ଟା ବେଳେ ରାଜଗାଙ୍ଗପୁର ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ଗସ୍ତ କରି ସ୍ୱାସ୍ଥ୍ୟ କେନ୍ଦ୍ରରେ ଥିବା ବିଭିନ୍ନ ସମସ୍ୟାର ନିରୀକ୍ଷଣ କରିଥିଲେ ଏବଂ ସାରାବିଶ୍ଵ ରେ ଚହଳ ସୃଷ୍ଟି କରୁଥିବା ଭୁତାଣୁ ଜନୀତ ରୋଗ ତଥା କରୋନା ଭାଇରସ କୁ କିପରି ମୁକାବିଲା କରାଯାଇପାରିବ ସେଥିପାଇଁ ସଚେତନତା ପାଇଁ ସ୍ବାସ୍ଥ୍ୟକେନ୍ଦ୍ରର ସଭାଗୃହ ରେ ଏକ ବୈଠକ ଅନୁଷ୍ଠିତ କରିଥିଲେ ଉକ୍ତ ବୈଠକରେ ବିଧାୟକ ଡ: ରାଜନ ଏକ୍କା ସହିତ ଡ଼: କେ ସି ନାୟକ (ଜିଲ୍ଲା ଜନ ସ୍ଵାସ୍ଥ୍ୟ ଅଧିକାରୀ), ଡ଼:ଜେ. ସି ଟପ୍ପୋ, ୧୮ ନଂ ୱାର୍ଡ ର ପୂର୍ବତନ କାଉନସିଲର ଦେବରଞ୍ଜନ ଵିନୋଦ, ଶଶୀଭୂଷଣ ଚୌରାଶିଆ , ଏମ ଡି ଫହିମ ଅଖତର ,ଏମ୍ ଡି ଏଯାଜ ଅନସାରି ମହିଳା ଆରୋଗ୍ୟ ସମିତି, ଆଶା କର୍ମୀ ଏବଂ ସ୍ଵାସ୍ଥ୍ୟ କେନ୍ଦ୍ରର ସମସ୍ତ କର୍ମୀ ଉପସ୍ଥିତ ଥିଲେ ସମସ୍ତଙ୍କୁ ବିଧାୟକ ମହୋଦୟ ନିଜର ଅଭିଭାଷଣ ରେ ସଚେତନ କରିଥିଲେ ଏହା ପରେ ରାଜଗାଙ୍ଗପୁର
ପୋୖରାନିର୍ବାହୀ ଅଧିକାରୀ ଶ୍ରୀ ସୌରେନ୍ଦ୍ର କୁମାର ରାଉତରାୟ ଙ୍କ ଦ୍ଵାରା ସ୍ଥାନୀୟ ବିଜୁ କଲ୍ୟାଣ ମଣ୍ଡପ ଠାରେ ବ୍ୟବସ୍ଥା ହୋଇଥିବା ୩୦ ଟି ଶଯ୍ୟା ବିଶିଷ୍ଟ ପୃଥକୀକରଣ କେନ୍ଦ୍ର ପରିଦର୍ଶନ କରିଥିଲେ ଏବଂ ତାପରେ ରାଜଗାଙ୍ଗପୁର ପୋୖରନିର୍ବାହୀ ଅଧକାରୀ ଙ୍କ ସହିତ ସାକ୍ଷାତ କରି କରୋନା ମୁକାବିଲା ଉପରେ ଆଲୋଚନା କରିଥିଲେ ।

