Site icon Ethara Sambhala

ପକେଇ ପକେଇ ମାରିଦେଲେ , ଆଉ ଶେଷ ବେଳକୁ କହିଲେ କଟକ ନେଇଯାଅ…!

 !!! ମୟୂରଭଞ୍ଜ ଜିଲ୍ଲା ବାରିପଦା ରୁ ଟାଉନ ପ୍ରତିନିଧି ଅମିତ୍ ନାୟକ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ବାରିପଦା) – ଡାକ୍ତରଙ୍କ ଭୁଲ ଚିକିତ୍ସା ଯୋଗୁଁ ରୋଗୀଙ୍କ ମୃତ୍ୟୁ ଅଭିଯୋଗ। ପିଆରଏମ୍ ମେଡିକାଲ ରେ ଉତ୍ତେଜନା ଓ ଭଙ୍ଗାରୁଜା। ମୃତକ ବାରିପଦା ସହର ର ପୁରୁଣାହାଟସାହିର ମମତା ବିଶ୍ବାଳ। ସୂଚନା ଅନୁସାରେ ପିଆରଏମ୍ ମେଡିକାଲ ର ମହିଳା ମେଡିସିନ୍ ବିଭାଗରେ ୬ ଦିନ ହେବ ମ୍ୟାଲେରିଆ ଯୋଗୁଁ ମମତାଙ୍କ ଚିକିତ୍ସା ଚାଲିଥିଲା। ତେବେ ଆଜି ଦିନ ପ୍ରାୟ ସାଢେ ୧୨ଟା ସମୟରେ ମମତା ଅଧିକ ଅସୁସ୍ଥ ହୋଇ ପଡିବାରୁ ତାଙ୍କ ପରିବାର ଲୋକେ ତୁରନ୍ତ ଡ୍ୟୁଟିରେ ଥିବା ଡାକ୍ତର ଏବଂ ନର୍ସଙ୍କୁ ଡାକିଥିଲେ।

ବାରମ୍ବାର ଅନୁରୋଧ କରିବା ସତ୍ତ୍ବେ ତାଙ୍କୁ ଚିକିତ୍ସା କରିବାରେ ବିଳମ୍ବ କରିଥିଲେ କାର୍ଯ୍ୟରତ ଡାକ୍ତର ଏବଂ ଅନ୍ୟ କର୍ମଚାରୀ ମାନେ। ବହୁ କାକୁତି ମିନତି ହେବା ପରେ ଡାକ୍ତର ଆସି ତରବରିଆ ଭାବେ ରୋଗୀଙ୍କୁ ଏକ ଇଞ୍ଜଙ୍କ୍ସନ୍ ଦେଇଥିଲେ। ସେ ଇଞ୍ଜେକ୍ସନ୍ ଦେବା ପରେ ରୋଗୀ ଛାଟିପିଟି ହୋଇ ମୃତ୍ୟୁବରଣ କରିଥିଲେ। ଯାହାକୁ ନେଇ ପରିବାର ବର୍ଗଙ୍କ ମଧ୍ୟରେ ତିବ୍ର ଅସନ୍ତୋଷ ଦେଖା ଯାଇଛି। ଏଥିରେ ଉତ୍ୟକ୍ତ ହୋଇ ଡାକ୍ତରଖାନାରେ ଗଣ୍ଡଗୋଳ କରିବା ସହିତ ଭଙ୍ଗାରୁଜା କରିଛନ୍ତି। ତେବେ ଡାକ୍ତରଙ୍କ ଭୁଲ ଚିକିତ୍ସା ଯୋଗୁଁ ହି ମମତାଙ୍କ ମୃତ୍ୟୁ ହୋଇଛି, ତେଣୁ ଦୋଷି କାର୍ଯ୍ୟରତ ଡାକ୍ତର ଏବଂ କର୍ମଚାରୀ ମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।ଖବର ପାଇ ବାରିପଦା ଟାଉନଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଉତ୍ତ୍ଯକ୍ତ ଲୋକଙ୍କୁ ବୁଝାସୁଝା କରିବା ସହ ତଦନ୍ତ ଆରମ୍ଭ କରିଛି॥

Exit mobile version