ପ୍ରବାଦ ପୁରୁଷ ବିଶିଷ୍ଟ ଜନନାୟକ ସ୍ୱର୍ଗତଃ ବିଜୁ ପଟ୍ଟନାୟକଙ୍କ ୧୦୪ତମ ଜୟନ୍ତୀ ଉପଲକ୍ଷେ ବିଶାଳ ମହିଳା ସମାବେଶ।
!!! ଗଜପତି ଜିଲ୍ଲା ରୁ ପାରଳାଖେମୁଣ୍ଡି ଟାଉନ ପ୍ରତିନିଧି ଅନିତା କୁମାରୀ ଅଧିକାରୀ ଙ୍କ ରିପୋର୍ଟ !!!
ଏଥର ସମ୍ଭାଳ (ପାରଳାଖେମୁଣ୍ଡି) – ବିଶ୍ୱ ମହିଳା ଦିବସ ଓ ଓଡ଼ିଶାର ପ୍ରବାଦ ପୁରୁଷ ବିଜୁବାବୁଙ୍କ ୧୦୪ ତମ ଜନ୍ମ ଜୟନ୍ତୀ ଅବସରରେ ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳ ତରଫରୁ ଏକ ବିଶାଳ ମହିଳା ସମାବେଶ ଆୟୋଜନ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦର ପୂର୍ବତନ ଅଧ୍ୟକ୍ଷ ଅନ୍ତର୍ଯ୍ୟାମୀ ଗମାଙ୍ଗଙ୍କ ଅଧ୍ୟକ୍ଷତାରେ ବ୍ରହ୍ମପୁର ଲୋକସଭା ସାଂସଦ ଚନ୍ଦ୍ର ଶେଖର ସାହୁ ଯୋଗଦେଇ ଥିବାବେଳେ ବିଜୁ ଜନତା ଦଳର ଜିଲ୍ଲା ସଭାପତି ପ୍ରଦୀପ କୁମାର ନାୟକ , ମହିଳା ସଭାନେତ୍ରୀ ନର୍ମଦା ଦଳାଇ , ରାଜରାଜେଶ୍ଵରୀ କଲ୍ୟାଣୀ ଗଜପତି ନାରାୟଣ ଦେବ , ପୂର୍ଣ୍ଣବାସୀ ନାୟକ , ସମାଜସେବୀ ଏ.ପଦ୍ମା ରାଜୁ , ମହିଳା ବିଜୁ ଜନତା ଦଳର କାର୍ଯ୍ୟକାରୀ ସଭାପତି ସଂଯୁକ୍ତା ବେହେରାଙ୍କ ସମେତ ଦୁଇ ଜଣ ମହିଳା ପର୍ଯ୍ୟବେକ୍ଷକ ସବିତା ମହାପାତ୍ର, ସୁଜାତା ପାଳ ମଞ୍ଚାସୀନା କରିଥିବା ବେଳେ ମହିଳା ମହାବିଦ୍ୟାଳୟର ଅଧ୍ୟାପିକା କଲ୍ୟାଣୀ ମିଶ୍ର ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ।
ମଞ୍ଚାସୀନ ଅତିଥି ମାନେ ମହିଳା ସଶକ୍ତିକରଣ ଓ ବିଜୁ ବାବୁ, ନବୀନ ବାବୁଙ୍କ ମହିଳାଙ୍କ ବିକାଶ ଯୋଜନା ବିଷୟରେ ପୁଙ୍ଖାନୁପୁଙ୍ଖ ଭାବେ ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଦୁଇ ହଜାର ରୁ ଉର୍ଦ୍ଧ୍ୱ ମହିଳା ଯୋଗଦାନ କରିଥିଲେ ।ଏହି ଅବସରରେ ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀର ୧୧ ଜଣ ପ୍ରମୁଖ ମହିଳା ପ୍ରତିଭାଙ୍କୁ ମାନପତ୍ର ଏବଂ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ସଭାକାର୍ଯ୍ୟ ପ୍ରାରମ୍ଭରେ ବିଜୁବାବୁଙ୍କ ଫୋଟଚିତ୍ରରେ ପୁଷ୍ପମାଲ୍ୟ ଓ ପ୍ରଦୀପ ପ୍ରଜ୍ଜ୍ୱଳନ କରିଥିଲେ ସାଂସଦ ଓ ନେତୃବୃନ୍ଦ ।
ପାରଳାର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ଭକ୍ତି ସଂଗୀତ ସଂସଦର କୁନି କୁନି କଳାକାର ମାନେ ପ୍ରାରମ୍ଭିକ ସଂଗୀତ ବନ୍ଦେ ଉତ୍କଳ ଜନନୀ ଗାନ କରିଥିବା ବେଳେ ସଭା ଆରମ୍ଭରେ ଓ ଶେଷରେ ଆଦିବାସୀ ନୃତ୍ୟର ତାଳେ ତାଳେ ଝୁମି ଉଠିଥିଲେ ନେତା ଓ କର୍ମୀ । ସମସ୍ତ କାର୍ଯ୍ୟକ୍ରମକୁ ପୂର୍ବତନ ବିଜୁ ଜନତା ଦଳର ସଭାପତି ବସନ୍ତ ଦାଶ , ବିିଜେଡିିିର କାର୍ଯ୍ୟକରୀ ସଭାପତି ମାରୁୁୁତି ପାଳ , ବିଜେଡିର ନଗର ସଭାପତି ସୂର୍ଯ୍ୟ ନାରାୟଣ ରାଜଗୁରୁ ,ଲିଙ୍ଗରାଜ ପ୍ରମୁଖ ପରିଚାଳନା କରିଥିଲେ।

