ଅନଲାଇନ ବେଟିଂ କରି ଧରାପଡ଼ିଲେ ୩ ମାଫିଆ ; ସାମ୍ବାଦିକ ସମ୍ମିଳନୀରେ ସୁଚନା ଦେଲେ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ !
!!! ଗୁଣପୁର ଉପଖଣ୍ଡ ପ୍ରତିନିଧି ବାସନ୍ତୀ ପାଟ୍ଟଯୋଶୀ ଙ୍କ ରିପୋର୍ଟ !!!
ଏଥର ସମ୍ଭାଳ (ଗୁଣପୁର) – ରାୟଗଡା ଜିଲ୍ଲା ଗୁଣପୁର ରେ ମାତିଛନ୍ତି ଅନଲାଇନ କ୍ରିକେଟ ବ୍ୟାଟିଂ ମାଫିଆ । ଲକ୍ଷ ଲକ୍ଷ ଟଙ୍କାର ବାଜି ଲଗାଉଛନ୍ତି ଏହି ପେଶାଦାର ଅନଲାଇନ ଜୁଆଡ଼ି । ଖାଲି ରାୟଗଡା ନୁହେଁ ପଡୋଶୀ ଆନ୍ଧ୍ରପ୍ରଦେଶ , ହାଇଦ୍ରାବାଦ , ରାୟପୁର ଓ ପାକିସ୍ତାନ ପ୍ରିମିୟର ଲିଗ ମ୍ୟାଚ ଯାଏଁ ଏମାନଙ୍କ ଚେର ଲମ୍ବିଥିବା ଗୁଣପୁର ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଶ୍ରୀ ରାଜକିଶୋର ଦାସ ଏକ ସାମ୍ବାଦିକ ସମ୍ମିଳନୀ ରେ ସୂଚନା ଦେଇଛନ୍ତି । ଏହି ଗ୍ୟାଙ୍ଗରେ ୧୫ ଜଣ ଥିବା ବେଳେ ପୋଲିସ ୩ ଜଣଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି । ପୋଲିସ ସୂଚନା ଅନୁଯାୟୀ ବର୍ତ୍ତମାନ ଚାଲିଥିବା ମହିଳା କ୍ରିକେଟ ଲିଗ ଓ ପାକିସ୍ତାନ କ୍ରିକେଟ ଲିଗ ମ୍ୟାଚ ପାଇଁ ଏମାନେ ଅନ ଲାଇନରେ ଚେନସିଷ୍ଟମ ଦ୍ୱାରା ବାଜି ଲଗାନ୍ତି । ଏକ ସଫ୍ଟୱେର ମାଧ୍ୟମରେ ଏହି ସବୁ ବ୍ୟାଟିଂ ଅନଲାଇନ ମାଧ୍ୟମରେ ଖେଳ କରୁଥିବା ପୋଲିସ ପକ୍ଷରୁସୂଚନା ମିଳିଛି । ଅନଲାଇନ ବ୍ୟାଟିଂ ମାଫିଆ ସ୍ଥାନୀୟ ଗାନ୍ଧିନଗର ଅଞ୍ଚଳରେ ଆଡା ଜମେଇଥିବା ନେଇ ରାୟଗଡ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ଶ୍ରବଣ ବିବେକ କୁମାର ଙ୍କ ନିର୍ଦ୍ଧେଶ କ୍ରମେ ସ୍ଥାନୀୟ SDPO ଶ୍ରୀ ରାଜ କିଶୋର ଦାସ ଙ୍କ ନେତୃତ୍ୱ ରେ ଥାନା ଭାର ପ୍ରାପ୍ତ ଅଧିକାରୀ ଶ୍ରୀ ରଶ୍ମି ରଞ୍ଜନ ପ୍ରଧାନ , SI ରାଜ କିଶୋର ବେହେରା ଓ SI କେ ସାମାରିଆ ଅତର୍କିତ ଚଢ଼ାଉ କରି ୩ ଜଣକୁ କାବୁ କରିବାରେ ସକ୍ଷମ ହୋଇଥିଲେ । ଗିରଫ ତିନି ଜଣ ହେଲେ ପି ଈଶ୍ୱର ରାଓ , ଡ଼ି ରାଜେଶ ଓ ସନ୍ତୋଷ ବାଉରୀ । ଏମାନଙ୍କ ଠାରୁ ଏକ ଲକ୍ଷ ଛବିସି ହଜାର ଟଙ୍କା , ୬ ଟି ମୋବାଇଲ, ୨ଟି ବାଇକ, ୩ଟି ଏଟିଏମ କାର୍ଡ ଜବତ କରାଯାଇଛି । ମୋବାଇଲ ଚେକିଂରୁ ଏମାନେ ଗୁଗୁଲ ପେ, ଫୋନ ପେ ମାଧ୍ୟମରେ ଟଙ୍କା କାରବାର କରୁଥିବା ଓ ରାଜ୍ୟ ବାହାରେ ମଧ୍ୟ ଖେଳ କରୁଥିବା ପୋଲିସ ଜାଣିବାକୁ ପାଇଛି । ଆଜି ଉକ୍ତ ୩ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି । ଏଥିରେ ସଂପୃକ୍ତ ଅନ୍ୟ ମାନଙ୍କୁ ଖୁବ ଶୀଘ୍ର ଗିରଫ କରାଯିବ ବୋଲି ପୋଲିସ କହିଛି । ସେମାନଂକ ବିରୋଧ ରେ ଭାରତୀୟ ପିଙ୍ଗୋଳ ଧାରା ୨୯୪ କ , ୪୨୦ , ୧୨୦ ଖ , ୪ ଓ ୫ ଦଫା ଲଗାଇ କୋର୍ଟ ଚାଲାଣ କରିଛି । ଏହାର ଅନ୍ୟ ସହଯୋଗୀ ମାନଙ୍କୁ ଖୁବ୍ ଶୀଘ୍ର ଗିରଫ କରାଯିବ ବୋଲି SDPO ସୁଚନା ଦେଇଥିଲେ ।

