Site icon Ethara Sambhala

ଗଞ୍ଜାମ ଜ୍ଯୋତି ସମ୍ମାନ ସମାରୋହ ଏବଂ ଲୋକକଳା ମହୋତ୍ସବ ୨୦୨୦ ଅନୁଷ୍ଠିତ l 

!!! ଗଞ୍ଜାମ୍ ଜିଲ୍ଲା ଛତ୍ରପୁର ରୁ ଉପଖଣ୍ଡ ପ୍ରତିନିଧି ପବିତ୍ର କୁମାର ରାଉତ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ଗଞ୍ଜାମ) – ଗତ କାଲି ସଂଧ୍ୟାରେ ଗଞ୍ଜାମ ଏନ୍ ଏ ସି ସ୍ଥିତ ଭାରତୀ ବିଦ୍ୟାପୀଠ ମିନି ଷ୍ଟାଡିୟମ ପରିସରରେ ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ଭରସା , ସକ୍ଷମ, ଅପୂର୍ବା ର ମିଳିତ ଆନୁକୁଲ୍ୟରେ ଗଞ୍ଜାମ ଜ୍ଯୋତି ସମ୍ମାନ ସମାରୋହ ଏବଂ ଲୋକକଳା ମହୋତ୍ସବ ୨୦୨୦ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ରାଜ୍ଯ କୃଷି ବିପଣନ ପରିଷଦ ଉପଦେଷ୍ଠା ତଥା ପୂର୍ବତନ ଉପବାଚସ୍ପତି ଶ୍ରୀଯୁକ୍ତ ରାମ ଚନ୍ଦ୍ର ପଣ୍ଡା, ସମ୍ମାନିତ ଅତିଥି ଭାବେ ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା, ଗ୍ରସିମ୍ ଇଣ୍ଡଷ୍ଟ୍ରି ମୁଖ୍ୟ ଶସାଙ୍କ ଶେଖର ପାରିକ , କ୍ଲାପଟନ୍ କାଉନ୍ସିଲିଂ ଏଲ୍. ଏଲ.ପି, ଭୁବନେଶ୍ବର , ର ପରିଚାଳନା ନିର୍ଦ୍ଦେଶକ ପି. ଚନ୍ଦ୍ର ଶେଖର ପ୍ରମୂଖ ଯୋଗ ଦେଇ ଏହି କାର୍ଯ୍ୟକ୍ରମ ଆୟୋଜନ କରିଥିବା ଉକ୍ତ ଅନୁଷ୍ଠାନ ମାନଙ୍କୁ ଭୂରି ଭୂରି ପ୍ରଶଂସା କରିଥିଲେ । ଏହି କାର୍ଯ୍ୟକ୍ରମରେ ଶିକ୍ଷା , ସ୍ୱାସ୍ଥ୍ୟ , ସଙ୍ଗୀତ , ସମାଜସେବା, ରକ୍ତ ଦାନ, କ୍ରୀଡା, ବୃକ୍ଷ ରୋପଣ, ସଙ୍ଗୀତ ଆଦି ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଓ କୃତିତ୍ଵ ଅର୍ଜନ କରିଥିବା ବିଶିଷ୍ଠ ବ୍ୟକ୍ତି ବିଶେଷ ମାନଙ୍କୁ ଗଞ୍ଜାମ ଜ୍ଯୋତି ସମ୍ମାନ ରେ ସମ୍ମାନିତ କରାଯାଇଥିଲା । ଶିକ୍ଷା ଏବଂ ସମାଜ ସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ଅଙ୍ଗାରଗାଁ ସ୍ଥିତ ଦଣ୍ଡପାଣି ସୁମନ୍ତରାୟ ଉଚ୍ଚ ବିଦ୍ୟାଳୟ ର ବିଜ୍ଞାନ ଶିକ୍ଷକ ତଥା ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ଏବଂ ପ୍ରକୃତି ବନ୍ଧୁ ପ୍ରସନ୍ନ କୁମାର ନାୟକ ଙ୍କୁ ଏହି ସମ୍ମାନ ରେ ସମ୍ମାନିତ କରାଯାଇଥିଲା । ଏଥିରେ ଉପସ୍ଥିତ ଅନ୍ୟ ମାନଙ୍କ ମଧ୍ୟରେ ଭରସା ଅନୁଷ୍ଠାନ ର ସଭାପତି ତଥା ଆଇନଜୀବୀ ଦିଲ୍ଲୀପ କୁମାର ପଟ୍ଟନାୟକ, ସମ୍ପାଦକ ତଥା ସାମ୍ବାଦିକ ଦୁର୍ଗା ମାଧବ ପାଣିଗ୍ରାହୀ, ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ, ଶତାଧିକ ଦର୍ଶକ ଏବଂ ସକ୍ଷମ, ଭରସା, ଅପୂର୍ବା ଅନୁଷ୍ଠାନ ର କର୍ମକର୍ତ୍ତା ମାନେ । ଶେଷରେ ବିଭିନ୍ନ ଲୋକନୃତ୍ୟ ଓ ସଙ୍ଗୀତ ଆଦି ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା ।

Exit mobile version