ପ୍ରାଥମିକ ବିଦ୍ୟାଳୟରେ ‘ନୋ ବ୍ୟାଗ ଡେ’ ଆରମ୍ବ କଲା ଜିଲ୍ଲା ପ୍ରଶାସନ l  

!!! ଗଞ୍ଜାମ୍ ଜିଲ୍ଲା ଛତ୍ରପୁର ରୁ ଉପଖଣ୍ଡ ପ୍ରତିନିଧି ପବିତ୍ର କୁମାର ରାଉତ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ଛତ୍ରପୁର ) -ଗଞ୍ଜାମ ଜିଲ୍ଲା ପ୍ରଶାସନ ଆରମ୍ଭ କରୁଛି ‘ନୋ ବ୍ୟାଗ୍‌ ଡେ’ କାର୍ଯ୍ୟକ୍ରମ । ପ୍ରତି ଶନିବାର ହେବ ନୋ ବ୍ୟାଗ୍‌ ଡେ । ଆସନ୍ତା ୭ ଅର୍ଥାତ୍‌ ଏହି ସପ୍ତାହରୁ କାର୍ଯ୍ୟକ୍ରମ ଆରମ୍ଭ ହେଉଛି । ପିଲାଙ୍କ ଲୁକ୍‌କାୟିତ ପ୍ରତିଭା ଲୋକଲେଚନକୁ ଆଣିବା ଓ ମାନସିକ ଶାନ୍ତି ସହ ଜ୍ଞାନ ଅର୍ଜନ କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ ବୋଲି ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ କହିଛନ୍ତି । ତେଣୁ ପିଲା ସ୍କୁଲ ଆସିବେ, ମାତ୍ର ବସ୍ତାନି ଆଣିବେନି । ସେଦିନ ସାଧାରଣ ପାଠ୍ୟକ୍ରମ ପଢ଼ା ବନ୍ଦ । ଯୋଗ, ଚିତ୍ରାଙ୍କନ, ଗପବହି ପଢ଼ିବା, ଗଳ୍ପ ଶୁଣିିବା ଓ କହିବା ହେବ ଶନିବାରର ରୁଟିନ୍‌ । ।

ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀଙ୍କ ସୂତ୍ରରୁ ପ୍ରକାଶ, ଜିଲ୍ଲାର ପ୍ରତ୍ୟେକ ବିଦ୍ୟାଳୟର ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପିଲା ଏହି କାର୍ଯ୍ୟକ୍ରମରେ ସାମିଲ ହେବେ ବୋଲି ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ପ୍ରତ୍ୟେକ ବ୍ଲକ୍‌ ଶିକ୍ଷା ଅଧିକାରୀ ସେମାନଙ୍କ ଅଧୀନ ୨୦ଟି ବିଦ୍ୟାଳୟ ଚୟନ କରିବେ । ଶାରୀରିକ, ମାନସିକ, ବୌଦ୍ଧିକ ବିକାଶ ପାଇଁ ଏହି ଚାପମୁକ୍ତ ଶିକ୍ଷା ପଦ୍ଧତି ଲାଭଦାୟକ ହେବ । ପ୍ରତ୍ୟେକ ଶନିବାର ପୂର୍ବ ନିର୍ଘଣ୍ଟ ସମୟ ମୁତାବକ ବିଦ୍ୟାଳୟ କାର୍ଯ୍ୟ ପରିଚାଳିତ ହେବ । ଏହାର ସଫଳତାକୁ ଅନୁଧ୍ୟାନ କରି ଅନ୍ୟ ବିଦ୍ୟାଳୟକୁ ସମ୍ପ୍ରସାରିତ କରାଯିବ ବୋଲି ଜିଲ୍ଲାପାଳ କହିଥିବା ଜଣାଯାଇଛି ।

ଶନିବାର ‘ନୋ ବ୍ୟାଗ୍‌ ଡେ’ କାର୍ଯ୍ୟକ୍ରମ ପୂର୍ବରୁ ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, ରାଜସ୍ଥାନ ଆଦି ରାଜ୍ୟରେ ଆରମ୍ଭ ହୋଇଛି l ପ୍ରକାଶ ଥାଉକି   ଛାତ୍ରଛାତ୍ରୀମାନଙ୍କୁ ପାଣି ପିଇବା ଅଭ୍ୟାସ କରାଇବା ପାଇଁ ସ୍କୁଲମାନଙ୍କରେ ଜିଲ୍ଲାପାଳ ଆରମ୍ଭ କରିଥିଲେ ‘ୱାଟର୍‌ ବେଲ୍‌’ କାର୍ଯ୍ୟକ୍ରମ ।

Leave a Reply

Your email address will not be published. Required fields are marked *