କଞ୍ଚଣା ଠାରେ ବିଦ୍ୟୁତ୍ ଆଘାତରେ ଅଙ୍ଗନୱାଡି କର୍ମୀଙ୍କ ମୃତ୍ୟୁ l
!!! ଗଞ୍ଜାମ୍ ଜିଲ୍ଲା ଛତ୍ରପୁର ରୁ ଉପଖଣ୍ଡ ପ୍ରତିନିଧି ପବିତ୍ର କୁମାର ରାଉତ ଙ୍କ ରିପୋର୍ଟ୍ !!!
ଏଥର ସମ୍ଭାଳ (ବେଗୁନିଆପଡା) – ଗଞ୍ଜାମ ଜିଲ୍ଲା କୋଦଳା ଥାନା ଅନ୍ତର୍ଗତ କଞ୍ଚଣା ପଞ୍ଚାୟତର ରାଣୀପଡା ଗ୍ରାମରେ ଆଜି ଅପରାହ୍ନରେ ବିଦ୍ୟୁତ୍ ଆଘାତରେ ଉକ୍ତ ଗ୍ରାମର ଅଙ୍ଗନୱାଡି କର୍ମୀ ସଂଗୀତା ନାହକଙ୍କ (୩୫) ମୃତ୍ୟୁ ଘଟିଛି l ଅଙ୍ଗନୱାଡି କାର୍ଯ୍ୟ ସାରି ସେ ଘରେ ନିଜର ୬ ମାସର ଛୁଆ ପାଇଁ ପାଣି ଗରମ୍ କରିବା ସକାଶେ ରୋଷେଇ ଘରକୁ ଯିବା ବେଳେ ବିଦ୍ୟୁତ୍ ଆଘାତରେ ଆହତ ହୋଇଥିଲେ l ଗୁରୁତର ଅବସ୍ଥାରେ ତାଙ୍କୁ କୋଦଳା ମେଡିକାଲକୁ ନେବା ସମୟରେ ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା l ଖବର ପାଇ କୋଦଳା ଥାନା ସବ ଇନ୍ସପେକ୍ଟର ଅନିଲ କୁମାର ସାହୁ ମେଡିକାଲ ରେ ପହଂଚି ତଦନ୍ତ କରିବା ସହ ଆସନ୍ତା କାଲି ଶବ ବ୍ୟବଚ୍ଛେଦ ହେବ ବୋଲି ପ୍ରକାଶ କରିଛନ୍ତି l ମୃତ ସଂଗୀତା ଙ୍କର ଦୁଇ ଝିଅ ଓ ଗୋଟିଏ ପୁଅ ଥିବା ବେଳେ ତାଙ୍କ ମୃତ୍ୟୁ ରେ ଶୋକର ଛାୟା ଖେଳିଯାଇଛି l ସ୍ଥାନୀୟ ସରପଞ୍ଚ ଚିତ୍ରସେନ ଘୋଷ ମେଡିକାଲରେ ପହଂଚି ପରିବାରକୁ ସମବେଦନା ଜଣାଇଛନ୍ତି l

