ଦୀର୍ଘ ଏକ ବର୍ଷ ବିତିଯିବା ପରେବି ହିତାଧିକାରୀ ପାଇନାହାଁନ୍ତି ଶୌଚାଳୟ ତିଆରି ଟଙ୍କା ।

!!! ରାୟଗଡା ଜିଲ୍ଲା କୋଲନରା ରୁ ପ୍ରତିନିଧି ମନୋଜ ନାଲା ଙ୍କ ସହ କ୍ୟାମେରା ପରଶନ ମୁନା ମଣ୍ଡାଙ୍ଗି ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (କୋଲନରା) – ରାୟଗଡ଼ା ଜିଲ୍ଲା କୋଲୋନରା ବ୍ଲକ ରେଖାପଦର ଗ୍ରାମ ପଞ୍ଚାୟତ ଅଧୀନସ୍ଥ ଜାଙ୍ଗଡ଼ାପଦର ଗ୍ରାମ ବାସୀ ଙ୍କୁ ପାଣି ପଞ୍ଚାୟତ ପକ୍ଷରୁ ସ୍ଵଚ୍ଛ ଭାରତ ମିସନ ଆନୁକୁଲ୍ୟରେ ଘର କୁ ଏବଂ ଶୌଚାଳୟ କୁ ପାଣି ଯୋଗାଇ ଦିଆଯିବ ବୋଲି ସମ୍ପୃକ୍ତ ବିଭାଗ ପକ୍ଷରୁ କୁହାଯାଇଥିଲା। ଶୌଚାଳୟ ନିର୍ମାଣ କରିବା ବ୍ୟକ୍ତି ଙ୍କୁ ଏହି ବାବଦରେ ପ୍ରତ୍ୟେକ ହିତାଧିକାରୀ ଙ୍କୁ ୧୨ ହଜାର ଟଙ୍କା ଲେଖାଏଁ ଦିଆଯିବ ବୋଲି ପ୍ରତିଶୃତି ଦିଆଯାଇଥିଲା। ଏହି ସ୍ଵଳ୍ପ ମୂଲ୍ୟ ରେ ଶୌଚାଳୟ ନିର୍ମାଣ ର ସମ୍ଭବ ନଥିବାରୁ ହିତାଧିକାରୀ ମାନେ ନିଜ ଖର୍ଚ୍ଚ ରୁ ବଳକା ଟଙ୍କା ଭରଣା କରି ସଭିଙ୍କ ଘରେ ଶୌଚାଳୟ ନିର୍ମାଣ କରିଛନ୍ତି। ନିର୍ମାଣ କାର୍ଯ୍ୟ ଶେଷ ହେବା ପରେ ବିଭାଗ ପକ୍ଷରୁ ସେଗୁଡ଼ିକ ର ଫଟୋ ଉଠାଇ ନିଆଯାଇଛି। ଦୀର୍ଘ ଏକ ବର୍ଷ ରୁ ଅଧିକ ଦିନ ବିତିଯାଇଥିଲେ ସୁଦ୍ଧା ଏଯାବତ୍ ସେମାନଙ୍କୁ ସରକାର ଙ୍କ ପକ୍ଷରୁ ମିଳିବାକୁ ଥିବା ୧୨ ହଜାର ଟଙ୍କା ପୈଠ କରାଯାଇନଥିବା ହିତାଧିକାରୀ ଅଭିଯୋଗ କରିଛନ୍ତି। ଖବର ନେବାରେ ଜଣାଯାଇଛି, ଉକ୍ତ କାର୍ଯ୍ୟ ଦାୟିତ୍ଵରେ ଥିବା ସୁପରଭାଇଜର ଚାକିରି ଛାଡି ଚାଲିଯାଇଛନ୍ତି। କୁଲି ମଜୁରୀ କରି ଜିବିକା ନିର୍ବାହ କରୁଥିବା ଏହି ହିତାଧିକାରୀ ମାନେ ସରକାର ଙ୍କ ପକ୍ଷରୁ ପାଇବାକୁ ଥିବା ଟଙ୍କା ଅପେକ୍ଷାରେ ରହିଛନ୍ତି। ଜିଲ୍ଲା ପ୍ରଶାସନ ଏଥିରେ ହସ୍ତକ୍ଷେପ କରି ହିତାଧିକାରୀ ଙ୍କୁ ସେମାନଙ୍କ ପ୍ରାପ୍ୟ ପୈଠ ଦିଗରେ ପଦକ୍ଷେପ ଗ୍ରହଣ କରିବା ନିମନ୍ତେ ଗ୍ରାମବାସୀ ଦାବୀ କରିଛନ୍ତି।

Leave a Reply

Your email address will not be published. Required fields are marked *