Site icon Ethara Sambhala

ଖଲ୍ଲିକୋଟ ପ୍ରଥମ ଶ୍ରେଣୀ  ବିଚାର ବିଭାଗୀୟ ବିଚାରପତି ଦୀର୍ଘ ୫ବର୍ଷ ଧରି ବିଚାରାଧୀନ ରହିଥିବା ଗୋଟିଏ ମକଦ୍ଦମା ର ଆଜି ଶୁଣାଣି କରି ଦଣ୍ଡାଦେଶ ଦେଇଛନ୍ତି।

!!! ଗଞ୍ଜାମ୍ ଜିଲ୍ଲା ଖଲ୍ଲିକୋଟ ରୁ ଅଶ୍ୱିନୀ କୁମାର ମହାନ୍ତି ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ଖଲ୍ଲିକୋଟ) – ଖଲ୍ଲିକୋଟ ପ୍ରଥମ ଶ୍ରେଣୀ  ବିଚାର ବିଭାଗୀୟ ବିଚାରପତି ଦୀର୍ଘ ୫ବର୍ଷ ଧରି ବିଚାରାଧୀନ ରହିଥିବା ଗୋଟିଏ ମକଦ୍ଦମା ର ଆଜି ଶୁଣାଣି କରି ଦଣ୍ଡାଦେଶ ଦେଇଛନ୍ତି। ପ୍ରାପ୍ତ ସୂଚନା ଅନୁଯାୟୀ ଖଲ୍ଲିକୋଟ ବାସିନ୍ଦା ଶ୍ରୀ ପ୍ରଦୀପ କୁମାର ପାଢୀଙ୍କ ଠାରୁ ବାଲୁଗାଁ ଅଂଚଳର
ଡି. ରାମେଶ୍ୱର ପାତ୍ର ଗତ ୨୦୧୪ ମସିହାରେ ୫ଲକ୍ଷ ଟଙ୍କା ହାତ ଉଧାର ବାବଦ କୁ ଆଣି ତାଙ୍କୁ ପରିଶୋଧ କରିନଥିଲେ। ପରେ ପରିଶୋଧ ବାବଦ କୁ ଏକ ବ୍ୟାଙ୍କ ଚେକ ଦେଇଥିଲେ କିନ୍ତୁ ସେହି ଆକାଉଣ୍ଟ ରେ କିଛି ଟଙ୍କା ନଥିବାରୁ ଶ୍ରୀ ପାଢ଼ୀ ଚେକ ବାଉନସ କୁ ଭିତି କରି 1CC 05/18 ରେ ଏକ ଖଲ୍ଲିକୋଟ ନ୍ୟାୟାଳୟ ରେ ଅଭିଜ୍ଞ ଯୁବ ଆଇନ ଜୀବୀ ଶ୍ରୀ ସନ୍ତୋଷ କୁମାର ମିଶ୍ର ଦ୍ୱାରା ମକଦ୍ଦମା ରୁଜୁ କରିଥିଲେ ।ଦୀର୍ଘ ଦିନ ଧରି ଚାଲି ଆସୁଥିବାବେଳେଏହି ମକଦ୍ଦମା କୁ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ବିଚାରପତି ଶ୍ରୀମତୀ ଶାନ୍ତାଶ୍ରୀ ମହାନ୍ତି   ପୂର୍ଣ୍ଣ ଛେଦ ପକାଇ ଦୋଷୀ ଡି .ରାମେଶ୍ୱର ପାତ୍ର ଙ୍କୁ  ୧୦ ଲକ୍ଷ ଟଙ୍କାର ଫାଇନ ସହିତ ୧ବର୍ଷ ସଶ୍ରମ କାରାଦଣ୍ଡାଦେଶ ଦେଇଥିଲେ।ମାସ ମାସ ଧରି ପ୍ରତିପକ୍ଷ ଓକିଲ ଙ୍କ ସଠିକ ମୁକାବିଲା ଓ ଉପଯୁକ୍ତ ପ୍ରାମାଣିକ ତଥ୍ୟ ସହିତ ଏହି ମକଦ୍ଦମା ଲଢ଼ି ପ୍ରତି ପକ୍ଷ ଓକିଲ ଙ୍କ ଠାରୁ ବିଜୟ ଲାଭ କରି ଥିବାରୁ ଶ୍ରୀ ମିଶ୍ର ଙ୍କୁ ବିଭିନ୍ନ ମହଲ କୁ ପ୍ରସଂଶା କରାଯାଇଥିଲା।

Exit mobile version