ପାରଳାଖେମୁଣ୍ଡି ସ୍ମାର୍ଟ ସ୍କୁଲର ଦ୍ୱିତୀୟ ବାର୍ଷିକ ଉତ୍ସବ “ଦର୍ପଣ”- ୨୦୨୦ ପାଳିତ ।

!!! ଗଜପତି ଜିଲ୍ଲା ରୁ ପାରଳାଖେମୁଣ୍ଡି ଟାଉନ ପ୍ରତିନିଧି ଅନିତା କୁନାରୀ ଅଧିକାରୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ପାରଳାଖେମୁଣ୍ଡି)-ପାରଳାଖେମୁଣ୍ଡି ସ୍ଥିତ କୋପରେଟିଭ୍ ଆର୍ବନ ବ୍ୟାଙ୍କ ପଡିଆ ଠାରେ ସ୍ମାର୍ଟ ସ୍କୁଲର ଦ୍ୱିତୀୟ ବାର୍ଷିକ ଉତ୍ସବ “ଦର୍ପଣ”-୨୦୨୦ ଅନୁଷ୍ଠିତ ହୋଇଯାଇଛି ।
ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସାରା ଶର୍ମା, ଗୁରୁ ରଘୁନାଥ ପାତ୍ର, ପ୍ରିନ୍ସ ଡ୍ୟନ୍ସ ଗ୍ରୁପର ପ୍ରତିଷ୍ଠାତା କ୍ରିଷ୍ଣା ରେଡି , ଓଡିଆ ସିନେମା ନିର୍ମାତା ଏନ୍. ଗଙ୍ଗାଧର ରେଡୀ, ସେଞ୍ଚୁରିଅନ୍ ବିଶ୍ୱ ବିଦ୍ୟାଳୟର ଡିନ୍ ଡ. ଅଶୋକ ମିଶ୍ର ପ୍ରମୁଖ ମଞ୍ଚାସୀନ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜଳନ କରି କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ । ବିଦ୍ୟାଳୟର ଅଧ୍ୟକ୍ଷା ସ୍ୱାଗତିକା ମିଶ୍ର ନିଜର ସ୍ୱାଗତ ଅଭିଭାଷଣରେ ବର୍ତ୍ତମାନ ସମୟରେ ଶିକ୍ଷାଦାନ ପ୍ରଣାଳୀରେ ହୋଇଥିବା ପରିବର୍ତ୍ତନ ଉପରେ ଗୁରୁତ୍ୱ।ରୋପ କରିଥିଲେ।
ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାର ଉପଯୋଗରେ ଶିକ୍ଷା ପ୍ରଣାଳୀ କରିପରି ସହଜ ଏବଂ ସୁବୋଧ ହୋଇପାରୁଛି ତାହା ସେ ନିଜ ଅଭିଭାଷଣ ମାଧ୍ୟମରେ ସ୍ୱଷ୍ଠ କରିଥିଲେ ଏବଂ ବିଦ୍ୟାଳୟରେ ଏ ସବୁର କିଭଳି ବ୍ୟବହାର କରାଯାଉଛି ତାହାର ଏକ ବିସ୍ତୃତ ବିବରଣୀ ଉପସ୍ଥାପନ କରିଥିଲେ। ବିଦ୍ୟାଳୟର ବାର୍ଷିକ ବିବରଣୀକୁ ଅତି ସୁନ୍ଦର ଭାବରେ ଉପସ୍ଥାପନ କରାଯାଇଛିଥିଲା।
ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସାରା ଶର୍ମା ନିଜ ଅଭିଭାଷଣରେ ବିଦ୍ୟାଳୟର ପରିଚାଳନାକୁ ନେଇ ସନ୍ତୋଷ ବ୍ୟକ୍ତ କରିବା ସହ ବିଦ୍ୟାଳୟର ଶିକ୍ଷାଦାନ ପ୍ରଣାଳୀ ବର୍ତ୍ତମାନ ସମୟରେ ଚାହିଦାକୁ ପ୍ରକୃତ ଭାବେ ଉପଯୋଗୀ ବୋଲି କହିବା ସହ କୁନି କୁନି ପିଲାମାନଙ୍କର ଦ୍ବାରା ପ୍ରଦର୍ଶିତ ସାସ୍କୃତିକ କାର୍ଯ୍ୟକ୍ରମକୁ ଉଚ୍ଚ ପ୍ରଶଂସା କରିଥିଲେ । ଓଡିଆ ସିନେମା ନିର୍ମାତା ଏନ୍. ଗଙ୍ଗାଧର ରେଡୀ ଓ ପ୍ରିନ୍ସ ଡ୍ୟନ୍ସ ଗ୍ରୁପର ପ୍ରତିଷ୍ଠାତା କ୍ରିଷ୍ଣା ରେଡି ବିଦ୍ୟାଳୟର ସମସ୍ତ ପ୍ରୟାସକୁ ଉଚ୍ଚକୋଟିର ବୋଲି କହିଲେ।
ଏହି ବିଦ୍ୟାଳୟଟି ତିନି ଜଣ ଗୃହିଣୀ ସମାଜରେ ଆଗକୁ ଆସି ନିଜ ପ୍ରୟାସରେ ଏତେ ସୁନ୍ଦର ବିଦ୍ୟାଳୟ ଗଢି ତୋଳିବା , ଅନ୍ୟ ମାନଙ୍କ ପାଇଁ ଏକ ଉଦାହରଣ ସୃଷ୍ଟି କରିଛି ବୋଲି ଅଭିହିତ କରିଥିଲେ।
ସେଞ୍ଚୁରିଆନ୍ ବିଶ୍ୱ ବିଦ୍ୟାଳୟର ଡିନ୍ ଡ଼.ଅଶୋକ ମିଶ୍ର ବର୍ଷତମାମ ବିଦ୍ୟାଳୟରେ ହେଉଥିବା ବିଭିନ୍ନ ପ୍ରଣାଳୀ ଏବଂ ଶିକ୍ଷାଦାନର ମାନ ଉପରେ ଆଲୋକପାତ କରିଥିଲେ। ରଘୁନାଥ ପାତ୍ର ସାଂସ୍କୃତିକ କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ ।ପରେ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କ ଦ୍ବାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇଥିଲା। ସାଂସ୍କୃତିକ କାର୍ଯ୍ୟକ୍ରମକୁ ନୃତ୍ୟଗୁରୁ ଶୁଭେନ୍ଦୁ ମୋହନ ସେନାପତି ଏବଂ ଗ୍ରେସ୍ ସାମଲ ପରିଚାଳନା କରିଥିବା ବେଳେ ସମସ୍ତ କାର୍ଯ୍ୟକ୍ରମକୁ ଲିନା କର, ରଞ୍ଜିତା ପଟ୍ଟନାୟକ, ରବି ପଟ୍ଟନାୟକ, ମଧୁସ୍ମିତା ପାତ୍ର , ମନୋଜ କର ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *