ଶ୍ୟାମସୁଦର ରାଜଗୁର ଙ୍କ ୧୫୪ ତମ ଜୟନ୍ତୀ ପାଳିତ ।

!!! ଗଜପତି ଜିଲ୍ଲା ରୁ ପାରଳାଖେମୁଣ୍ଡି ଟାଉନ ପ୍ରତିନିଧି ଅନିତା କୁମାରୀ ଅଧିକାରୀ ଙ୍କ ରିପୋର୍ଟ !!! 

ଏଥର ସମ୍ଭାଳ(ପାରଳାଖେମୁଣ୍ଡି) – ଶ୍ୟାମସୁଦର ରାଜଗୁରୁ ଥିଲେ ପାରଳା’ମାଟିର ଗର୍ଵ ଗୌରବ ଏବଂ ଓଡ଼ିଆଜାତିର କାଳଯୟୀ ପ୍ରବାଦ ପୁରୁଷ। ଓଡ଼ିଶା ସାହିତ୍ୟ ଏକାଡେମୀ ଏବଂ ଉତ୍କଳ ହିତେଇସିନୀ ସମାଜ ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ଉତ୍କଳ ହିତେଇସିନୀ ସଭାଗୃହରେ ରାଜଗୁରଙ୍କ ୧୫୪ତମ ଜୟନ୍ତୀ ଉତ୍ସବ ଅନୁଷ୍ଠିତ ହୋଇସାରିଛି ।ପ୍ରଥମେ ଗୁରୁ କୈଳାଶ ଚନ୍ଦ୍ର ପଟ୍ଟନାୟକଙ୍କ ନିର୍ଦେଶନାରେ ପ୍ରାରମ୍ଭିକ ସଙ୍ଗୀତ ପରିବେଷଣ କରାଯାଇଥିଲା।ଏକାଡେମୀର ପ୍ରତିନିଧି ଚିନ୍ମୟ ମିଶ୍ର ସ୍ୱାଗତ ସମ୍ଭାଷଣ ଦେବା ପରେ ଏକାଡେମୀର ସାଧାରଣ ପରିଷଦ ସଦସ୍ୟ ବଳରାମ ନାଗା ସଭା ପରିଚାଳନା କରିଥିଲେ। ମୁଖ୍ୟ ଅତିଥି ଭାବେ ଉପାନ୍ତପ୍ରହରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ମୁଖ୍ୟବକ୍ତା ଭାବେ ଗୁରୁଗୌରବ ଗୌରଚନ୍ଦ୍ର ପଣ୍ଡା, ସମ୍ମାନୀତ ଅତିଥି ଭାବେ କବି ବିଚିତ୍ରାନନ୍ଦ ବେବର୍ତ୍ତା ଏବଂ ମଞ୍ଚରତ୍ନ ବଟକୃଷ୍ଣ ପାତ୍ର ଯୋଗ ଦେଇଥିଲେ। ଉକ୍ତ ଉତ୍ସବ ରେ ବରିଷ୍ଠ ସାରସ୍ୱତ ଶିଳ୍ପୀ ଘନଶ୍ୟାମ ଜେନା ଏବଂ ବରିଷ୍ଠ ଆୟୁର୍ବେଦବିତ ଲୋକନାଥ ପାତ୍ରଙ୍କୁ ଉପଢୌକନ ଓ ପୁଷ୍ପ ଗୁଚ୍ଛ ଦେଇ ସମ୍ବର୍ଥନା ଦିଆଯାଇଥିଲା । ସଭା ଶେଷରେ ଭାଗବତ ପାଢ଼ୀ ଧନ୍ୟବାଦ ଦେଇଥିଲେ।

Leave a Reply

Your email address will not be published. Required fields are marked *