କୋମଳ ଶିଶୁ ଙ୍କ ସୁରକ୍ଷା କୁ ନେଇ ପ୍ରଶ୍ନବାଚୀ ; ସାଧାରଣ ରେ ଅସନ୍ତୋଷ !

!!! ଗୁଣପୁର ଉପଖଣ୍ଡ ପ୍ରତିନିଧି ବାସନ୍ତୀ କୁମାରୀ ପାଟ୍ଟଯୋଶୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ଗୁଣପୁର) – ଏଠି କେତେ ସୁରକ୍ଷିତ ଆମ ବିଦ୍ୟାର୍ଥୀ । ମୋଟାମୋଟି ଭାବେ ବେସରକାରୀ ବିଦ୍ୟାଳୟ ଗୁଡିକରେ ଅଧ୍ୟୟନରତ ଛାତ୍ର ଛାତ୍ରୀ ମାନଙ୍କୁ ଘର ଠାରୁ ବିଦ୍ୟାଳୟ କୁ ନେବା ଆଣିବା କରିବା ନିମନ୍ତେ ଚାରି ଚକିଆ ଓ ଛଅ ଚକିଆ ଗାଡିର ବ୍ୟବହାର କରାଯାଉଛି ।ବ୍ୟବହୃତ ଏହି ଗାଡି ଗୁଡିକ ନିମନ୍ତେ ମୋଟରଯାନ ବିଭାଗ ପକ୍ଷରୁ କିଛି ନିୟମ କରାଯାଇଛି । ଯାହାକି ବ୍ୟବହୃତ ଗାଡ଼ିରେ ଯାଉଥିବା ବିଦ୍ୟାର୍ଥୀ ଙ୍କୁ ସୁରକ୍ଷିତ ଯୋଗାଇବ । କିନ୍ତୁ ରାୟଗଡା ଜିଲ୍ଲା ଗୁଣପୁର ସଦର ମହକୁମା ଠାରେ ଏହାର ମାନେ କିଛି ନଥିବା ଭଳି ମନେହୁଏ । ଦୀର୍ଘଦିନ ହେଲା ସ୍ଥାନୀୟ ଅଞ୍ଚଳର ଡ୍ରିମ୍ ଇଣ୍ଡିଆ ସ୍କୁଲ ର ବିଦ୍ୟାର୍ଥୀଙ୍କୁ ନେବା ଆଣିବା କରିବା ଲାଗି ବ୍ୟବହୃତ ଯାନ ପ୍ରତି ପରିବହନ ବିଭାଗର ନିଘା ନଥିବା ଦୂର ର କଥା ସ୍ଥାନୀୟ ପ୍ରଶାସନ କିମ୍ବା ପୋଲିସ କର୍ତ୍ତୃପକ୍ଷ ଙ୍କ ମଧ୍ୟ ନିଘା ନଥିବା ସାଧାରଣରେ ଅଭିଯୋଗ ହେଉଛି । ସରକାରୀ ନିୟମ କୁ ଏଡ଼ାଇ ଢେର କିଛି ମାସ ହେଲା ଗୁଣପୁର ସହର ମଧ୍ୟରେ ଘୁରି ବୁଲୁଥିବା ଏହି ଧଳା ରଙ୍ଗର ଚାରି ଚକିଆ ବିଦ୍ୟାର୍ଥୀବାହିଯାନ ପ୍ରତି ସ୍ଥାନୀୟ ପ୍ରଶାସନ ଏବଂ ପୋଲିସ ବିଭାଗ ପକ୍ଷରୁ ଜରୁରୀ ପଦକ୍ଷେପ ନେବା ଆବଶ୍ୟକ ହୋଇପଡିଛି ।

Leave a Reply

Your email address will not be published. Required fields are marked *