୬୦ କୋଟି ର ଜିଏସଟି ଠକେଇ ମାମଲାରେ ରାଜଗାଙ୍ଗପୁର ର ବ୍ୟବସାୟୀ ରାୟପୁର ରୁ ଗିରଫ…!
!!! ସୁନ୍ଦରଗଡ ଜିଲ୍ଲା ରୁ ରାଜଗାଙ୍ଗପୁର ପ୍ରତିନିଧି ରମେଶ ମିଶ୍ର ଙ୍କ ରିପୋର୍ଟ୍ !!!
ଏଥର ସମ୍ଭାଳ (ରାଜଗାଙ୍ଗ) – ୬୦ କୋଟି ର ଜିଏସଟି ଠକେଇ ମାମଲା:ତଦନ୍ତ ହେଲେ ଆହୁରି ଗୁମର ଫିଟିବ ସହର ର ଜୈନିକ ବ୍ୟବସାୟୀ ୬୦କୋଟି ଟଙ୍କା ଜିଏସଟି ଠକେଇ ମାମଲା ରେ ଗିରଫ ହେବା ପରେ ରାଜଗାଙ୍ଗପୁର ର ବହୁ ଅସାଧୁ ବ୍ୟବସାୟୀଙ୍କ ମନରେ ଛନକା ପଶିଯାଇଛି । ଏକ ସମୟରେ ରାଜଗାଙ୍ଗପୁର ର ପ୍ରକାଶ ଦଧିଚି ବସ ଷ୍ଟାଣ୍ଡ ନିକଟରେ ଏକ ଛୋଟିଆ ସାଇକେଲ ଦୋକାନରୁ ସାଇକେଲ ମରାମତି ରୁ ନିଜ ବ୍ୟବସାୟ ଆରମ୍ଭ କରିଥିଲେ ।ଏଥିରେ ସଫଳ ନ ହେବାରୁ ଲୁହା ପଥର ବ୍ୟବସାୟ ରେ ପାଦ ଦେଇଥିଲେ । ଏହା ପରେ ସେ ଲୁହାପଥର, ସ୍ପଞ୍ଜ କିଣା ବିକା ରେ ଦଲାଲ ସାଜି ବିଭିନ୍ନ ଉପାୟରେ କୋଟି କୋଟି ଟଙ୍କା ଠକି ରାତାରାତି ବଡ଼ ଲୋକ ସାଜିଥିଲେ । ପ୍ରକାଶ ଦଧିଚୀ ୨୦୧୮ ରୁ ୨୦୧୯ ଏକ ବର୍ଷ ଭିତରେ ପାଖା ପାଖି ସାତ ରୁ ଦଶ ଟି ଜାଲ କମ୍ପାନୀ ଖୋଲି ୪୦୦ କୋଟିରୁ ଉର୍ଦ୍ଧ ଟଙ୍କାର ଜାଲି ବିଲ କରି ୬୦ କୋଟିରୁ ଉର୍ଦ୍ଧ ଟଙ୍କାର ର
ଜିଏସଟି ଠକେଇ କରିଥିଲେ । ରାଉରକେଲା ରୁ ଆରମ୍ଭ ହୋଇଥିବା ଏକ ବଡ଼ ଧରଣର ଜିଏସଟି ଠକେଇ ମାମଲାର ଚେର ରାଜଗାଙ୍ଗପୁର ପର୍ଯ୍ୟନ୍ତ ଲମ୍ବିଛି । ଗତ ମାସ ଜାନୁଆରୀ ୩୧ ତାରିଖରେ ଜିଏସଟି ବିଭାଗ ର ଅଧିକାରୀ ମାନେ ରାଜଗାଙ୍ଗପୁର ସ୍ଥିତ ତାଙ୍କ ବାସ ଭବନରେ ଚଢ଼ାଉ କରିଥିଲେ । ଏହି ସମୟରେ କୌଶଳ କ୍ରମେ ପ୍ରକାଶ ଫେରାର ମାରି ରାଏପୁର ଚାଲି ଯାଇଥିଲେ । ସେଠାରେ କିଛି ଦିନ ଲୁଚି ରହିବା ପରେ ଧରାପଡିବା ଆଶଙ୍କା ରେ ସେ ପୁଣି ଜୟପୁର କୁ ଫେରାର ମାରିବାକୁ ଯୋଜନା ରଚିଥିଲେ । କେନ୍ଦ୍ରୀୟ ଜିଏସଟି ର ଏକ ଟିମ ପ୍ରକାଶଙ୍କ ମୋବାଇଲ କୁ ଟ୍ରାକ କରିବା ସହ ତାଙ୍କୁ ଗିରଫ କରିବାକୁ ଏକ ଜାଲ ବିଛାଇଥିଲେ ଗତକାଲି ରାୟପୁର ରୁ ପ୍ରକାଶ ନିଜ ପରିବାର ସହ ଫେରାର ମାରୁଥିବା ସମୟରେ କେନ୍ଦ୍ରୀୟ ଜିଏସଟି ଇଣ୍ଟିଲିଜେନ୍ସ ବିଭାଗ ଏଆରପୋର୍ଟରୁ ଗିରଫ କରିଥିଲା । ଗିରଫ ସମୟରେ ତାଙ୍କ ନିକଟରୁ ନଗଦ ୮୯ଲକ୍ଷ ୫୦ ହଜାର ଟଙ୍କା ମଧ୍ୟ୍ୟ ଜବତ କରାଯାଇଛି ।ପ୍ରକାଶଙ୍କ ଗିରଫ ପରେ ଅନେକ ଗୁଡାଏ ପ୍ରଶ୍ନ ଲୋକଙ୍କ ମନରେ ଉଙ୍କି ମାରୁଛି । ପାଠ ବେଶି ପଢ଼ିନଥିବା ପ୍ରକାଶଙ୍କ ମୁଣ୍ଡରେ ଏତେ ବୁଦ୍ଧି ଆସିଲା କେଉଁଠି ? ଏହି ଠକେଇ ପଛରେ ଆଉ କାହାର ବୁଦ୍ଧି ନାଇଁ ତ? ଛୋଟ ମାଛ ଜାଲ ରେ ପଡି ଥିବା ବେଳେ ବଡ଼ ମାଛ କେବେ ଧାରା ପଡିବେ ? ରାଜଗାଙ୍ଗପୁର ର ବହୁ ବଡ଼ ବଡ଼ କମ୍ପାନୀ ମାଲିକ ଏଥିରେ ସମ୍ପୃକ୍ତ ଆଛନ୍ତି କି? ଏଭଳି ଅନେକ ପ୍ରଶ୍ନ ରହିଛି । କେନ୍ଦ୍ରୀୟ ଜିଏସଟି ଟିମ ପ୍ରକାଶ କୁ ଚଉଦ ଦିନ ରିମାଣ୍ଡରେ ନେଇଛି । ତାଙ୍କୁ ସଠିକ ଭାବରେ ଜେରା କଲେ ଆହୁରି ଅଧିକ ଗୁମର ଫିଟିବା ସହ ଅସଲି ତଥ୍ୟ ପଦାକୁ ଆସିବ ବୋଲି ସାଧାରଣରେ ଚର୍ଚ୍ଚା ହଉଛି । ବିରି ମାଡ଼ ଦେଖି କୋଳଥ ଚେପା ଭଳି ବହୁ କମ୍ପାନୀ ମାଲିକଙ୍କ ଭିତରେ ଭାଲେଣି ପଡ଼ିଗଲାଣି । ରାଜଗାଙ୍ଗପୁର ସ୍ଥିତ ଅନେକ ବଡ଼ ବଡ଼ କମ୍ପାନୀ ସହ ପ୍ରକାଶଙ୍କ ବ୍ୟାବସାୟିକ ସମ୍ବନ୍ଧ ରହିଥିବାବେଳେ ବିଭାଗୀୟ ଅଧିକାରୀ ପୁଙ୍ଖାନୁପୁଙ୍ଖ ତଦନ୍ତ କଲେ ଆହୁରି ଗୁମର ଫିଟିବା ସହ ବଡ଼ ମାଛ ମଧ୍ୟ ଜାଲ ରେ ପଡି ପାରନ୍ତି ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ଜୋର ଧରିଛି ।

