ଚମ୍ପାକଣା ଗ୍ରାମବାସୀଙ୍କ ଅସୁବିଧା ଉପରେ ପ୍ରଶାସନ ର ନିଘା ନାହିଁ ; ତାଙ୍କୁ ଭଗବାନ ହିଁ ସାହା ଭରସା…!

!!! ରାୟଗଡା ଜିଲ୍ଲା କୋଲନରା ବ୍ଲକ ରୁ ପ୍ରତିନିଧି ମନୋଜ ନାଲା ଙ୍କ ସହ କ୍ୟାମେରା ପରଶନ ମୁନା ମଣ୍ଡାଙ୍ଗି ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (କୋଲୋନରା) – ରାୟଗଡ଼ା ଜିଲ୍ଲା କୋଲୋନରା ବ୍ଲକ ଅନ୍ତର୍ଗତ କୈଳାଶପୁର ପଞ୍ଚାୟତ ଅଧୀନରେ ଥିବା ତରଲାବାଡି ପକ୍କା ରାସ୍ତା ଠାରୁ ଚମ୍ପାକଣା ଦେଇ ଏରମୁଣ୍ଡା ଯାଉଥିବା ପ୍ରାୟ 11 କିଲୋମିଟର ରାସ୍ତା ଭାରି ଶୋଚନୀୟ। ଚମ୍ପାକଣା ଓ ଏରମୁଣ୍ଡା ଗ୍ରାମବାସୀ ଙ୍କ କରୁଣ କାହାଣୀ ନ କହିବା ଭଲ। ରାସ୍ତାନଥିବା ରୁ ଗ୍ରାମବାସୀ ଙ୍କ ଯାତାୟତ ରେ ବହୁତ ଅସୁବିଧା ହେଉଛି। ଗର୍ଭବତୀ ମହିଳା କିମ୍ବା କୌଣସି ଲୋକ ରୋଗରେ ପୀଡ଼ିତ ହେଲେ ସେମାନଙ୍କୁ ଖଟିଆରେ ବୋହି ନେବାକୁ ପଡୁଛି। ଏଠାରେ ପ୍ରାୟ 500 ରୁ ଉର୍ଦ୍ଧ୍ବ ଲୋକ ବସବାସ କରନ୍ତି । ସରକାର ଙ୍କ ଦ୍ଵାରା ପ୍ରଦତ୍ତ ଯୋଜନା ଗୁଡିକ ର ଛିଟା ଏଠାରେ ଆଜିବି ପଡିପାରିନି। ସ୍ଥାନୀୟ ସରପଞ୍ଚ ଓ ପ୍ରାଶାସନିକ ଅଧିକାରୀ ଙ୍କୁ କହିବା ସତ୍ତ୍ୱେ ବି କେହି ଗୁହାରୀ ଶୁଣୁନଥିବା ଏବଂ ଜିଲ୍ଲା ପ୍ରଶାସନିକ ଅଧିକାରୀଙ୍କ ନିକଟ ରେ ଯାଇ ଗୁହାରି କଲେ କିଏ କହୁଛନ୍ତି ତ ଏଗାଁ ତୁମର ରେଭିନ୍ୟୁ ଗାଁ ନୁହଁ । ହାମଲେଟ୍ ଗାଁ ଓ ଆଉ କିଏ କହୁଛନ୍ତି ଦେଖିବା କରିବା। ବର୍ତ୍ତମାନ୍ ଏଠି ପ୍ରଶ୍ନ ଉଠୁଛି ହାମଲେଟ ଗାଁ ରେ ବସବାସ କରୁଥିବା ଆଦିବାସୀ ଓ ହରିଜନ ଲୋକମାନଙ୍କ ପ୍ରତି ଏହା କଣ ଅଭିଶାପ କି ? ଯେ ହାମଲେଟ୍ ଗାଁ କୁ ରାସ୍ତା ହୋଇପାରିନି। ଏଥି ପ୍ରତି ଆଦିବାସୀ କଲ୍ୟାଣୀ ମନ୍ତ୍ରୀ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି । ଚମ୍ପାକଣା ଓ ଏରମୁଣ୍ଡା ଗ୍ରାମବାସୀ ଚେତାବନୀ ଦେଇଛନ୍ତି ଯେ ଯଥା ଶୀଘ୍ର ସେମାନଙ୍କ କଥା ଯଦି ପ୍ରଶାସନିକ ଅଧିକାରୀ ନଶୁଣନ୍ତି ତେବେ ସମସ୍ତ ଗ୍ରାମବାସୀ ଗାଁ ଖାଲି କରି ଯାଇ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖ ରେ ଧାରଣା ରେ ବସିବେ।

Leave a Reply

Your email address will not be published. Required fields are marked *