!!! ଗଞ୍ଜାମ୍ ଜିଲ୍ଲା ଖଲ୍ଲିକୋଟ ରୁ ଅଶ୍ଵିନ କୁମାର ମହାନ୍ତି ଙ୍କ ରିପୋର୍ଟ୍ !!! 

 ଏଥର ସମ୍ଭାଳ (ଖଲ୍ଲିକୋଟ) – ଗତ ୧୦ଦିନ ତଳେ ଖଲ୍ଲିକୋଟ ସହରର ଜଣେ ସଂଖ୍ୟାଲଘୁ ଯୁବତୀ ବିବାହ ବନ୍ଧନରେ ଆବଦ୍ଧ ହୋଇଥିବା ବେଳେ ଏହି ସହର ଅନ୍ତର୍ଗତ ଶବର କଲୋନୀ ର ଜନୈକ ଯୁବକଙ୍କ ସହ ଫେରାର ହୋଇଥିବା ଘଟଣା ଖଲ୍ଲିକୋଟ ସହରରେ ଆଲୋଚନାର ବିଷୟ ବସ୍ତୁ ପାଲଟିଛି । ପ୍ରାପ୍ତ ସୂଚନା ଅନୁଯାୟୀ ଉକ୍ତ ସଂଖ୍ୟାଲଘୁ ଯୁବତୀଙ୍କ ସହ ଜନୈକ ଯୁବକଙ୍କର ଦୀର୍ଘଦିନ ଧରି ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଯୁବକଙ୍କ ପରିବାରର ବାରଣ ସତ୍ୱେ ଯୁବକ ଜଣଙ୍କ ପ୍ରେମୀକାଙ୍କ ଘରକୁ ଯାଇ ବର୍ତ୍ତାଳାପ ସହ ସମ୍ପର୍କ ସ୍ଥାପନ କରିଆସୁଥିଲେ । ଇତି ମଧ୍ୟରେ ପ୍ରେମୀକାଙ୍କ ର ବିବାହ ହୋଇଯିବା ପରେ ମର୍ମାହତ ହୋଇ ପ୍ରେମିକାଙ୍କୁ କରାୟତ କରିବାପାଇଁ ଉଦ୍ୟମ ଜାରି ରଖି ଥିଲେ । ଗତକାଲି ବିବାହିତା ପ୍ରେମୀକା ପ୍ରେମିକଙ୍କ ସହ ଫେରାର ହୋଇଯାଇଥିଲେ । ତେବେ ଉକ୍ତ ଘଟଣାରେ ପ୍ରେମୀକାଙ୍କ ସମ୍ପର୍କୀୟମାନେ ଶବର କଲୋନୀରେ ଥିବା ପ୍ରେମିକର ବାସଭବନକୁ ଯାଇ ଭଙ୍ଗ। ରୁଜା କରିଥିବା ଖଲ୍ଲିକୋଟ ଥାନାରେ ଏତଲା ହୋଇଛି । ଖଲ୍ଲିକୋଟ ଆଇ ଆଇ ସି ସତ୍ୟ ରଂଞ୍ଜନ ପ୍ରଧାନ ଘଟଣା ସ୍ଥଳକୁ ଯାଇ ଆବଶ୍ୟକ ତଦନ୍ତ କରି ଫେରିଥିବାବେଳେ ଥାନା କେସ ନ୦ ୫୦/୨୦୨୦ ରେ ଏକ ମକଦମା ରୂଜୁ କରି ଭାରତୀୟ ଦଣ୍ଡ ବିଧି ସଂହିଁତ। ର ଧାରା 147, 148, 294, 427, 149 IPC ରେ ଦୁଇ ଜଣକୁ ଅଟକ ରଖି ତଦନ୍ତ ଚଳାଇବା ବେଳେ ଖୁବ ଶୀଘ୍ର ପ୍ରେମୀ ଯୁଗଳଙ୍କୁ ଠାବ କରାଯିବ ବୋଲି ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here